ଜେନିଭା: ଲକଡାଉନ ପ୍ରତିବନ୍ଧକ ହଟାଇବା ମହାମାରୀର ସମାପ୍ତ ନୁହେଁ । ବରଂ କୋରୋନାର ଦ୍ବିତୀୟ ପର୍ଯ୍ୟାୟର ଆରମ୍ଭ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏହି ପର୍ଯ୍ୟାୟ ଅତ୍ୟନ୍ତ ଗୁରୁତ୍ବ ରଖୁଛି । ତେଣୁ ଏହାକୁ ରୋକିବାକୁ ହେଲେ ସମସ୍ତେ ନିଜେ ନିଜ ଦେଶର ନାଗିରକଙ୍କୁ ଶିକ୍ଷା ଦେବା ସହ ସଶକ୍ତ କରିବାକୁ କହିଛନ୍ତି WHO ମୁଖ୍ୟ ଟେଡ୍ରେସ ଗେବ୍ରେସିସ ।
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନେଇ ଜେନିଭା ଠାରେ ଆୟୋଜିତ ହୋଇଥିବା ଜି-20 ସମ୍ମିଳନୀରେ କୋରୋନା ସମ୍ପର୍କୀତ ଆଲୋଚନା କରାଯାଇଥିଲା । କେତେକ ଦେଶରେ କୋରୋନା ସଂକ୍ରମିତ ସଂଖ୍ୟା ହ୍ରାସ ପାଉଥିବାକୁ ଲକଡାଉନକୁ କୋହଳ କରାଯାଉଛି । ଫଳରେ ଏପରି କରିବା ଦ୍ବାରା କୋରୋନା ସଂଖ୍ୟା ପୁଣି ବୃଦ୍ଧି ପାଇବା ସହ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇପାରେ ବୋଲି କହିଛନ୍ତି ଗେବ୍ରେସିସ ।
ଏହା ସେ ଜି-20ର କେତେକ ଦେଶକୁ ଉତ୍ସାହିତ କରିବାକୁ ଯାଇ କହିଛନ୍ତି, ଏହି ଦେଶଗୁଡିକ ସାମାଜିକ ଦୂରତ୍ବକୁ କିପରି ସହଜ କରିବ ସେନେଇ ଯୋଜନା କରୁଛନ୍ତି । ଏପରି ପରିସ୍ଥିତିରେ ଏହା ଗୁରୁତ୍ବ ରଖୁଛି ।
ସମସ୍ତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟେଡ୍ରୋସ୍ କହିଛନ୍ତି ଯେ, ଜି-20ର ଅନେକ ଦେଶ ରହିଛି ଯେଉଁ କି ଏହି ଭାଇରସ ବିପକ୍ଷରେ ଲଢେଇ କରିବାକୁ ସକ୍ଷମ ନୁହଁନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏଥିପ୍ରତି ଗୁରୁତ୍ବ ଦେଉଛି । ଜରୁରୀ ସମୟରେ କେବଳ ସମର୍ଥନ ନୁହେଁ ଅତ୍ୟାବଶ୍ୟକୀୟ ସ୍ବାସ୍ଥ୍ୟ ସେବା ମଧ୍ୟ ଯୋଗାଇବାକୁ କହିଛନ୍ତି ଗେବ୍ରେସିସ ।