ETV Bharat / international

2019ରେ ସର୍ବାଧିକ ଶିଶୁ ବିସ୍ଥାପିତ: UNICEF - 2019ରେ ସର୍ବାଧିକ ଶିଶୁ ବିସ୍ଥାପିତ

ଏବେ ସରକାରଙ୍କ ଚିନ୍ତା ବଢାଇବେ ବିସ୍ଥାପିତ ଶିଶୁ । 2019ରେ ସର୍ବାଧିକ 19 ମିଲିୟନ ଶିଶୁ ଘରୋଇ ହିଂସା କିମ୍ବା ବିବାଦ ହେତୁ ଘର ଛାଡିଛନ୍ତି । ତେବେ ଏବେ ଚାଲିଥିବା କୋଭିଡ-19 ମହାମାରୀ ସମୟରେ ସେହିମାନେ ଏବେ ଦୁନିଆରେ ସବୁଠାରୁ ଅସୁରକ୍ଷିତ ଅଛନ୍ତି ବୋଲି ଜାତିସଂଘ କହିଛି ।

2019ରେ ସର୍ବାଧିକ ଶିଶୁ ବିସ୍ଥାପିତ: UNICEF
2019ରେ ସର୍ବାଧିକ ଶିଶୁ ବିସ୍ଥାପିତ: UNICEF
author img

By

Published : May 6, 2020, 4:08 PM IST

ଜେନେଭା: ଜାତିସଂଘର ଏକ ନୂତନ ରିପୋର୍ଟ ଅନୁଯାୟୀ ବିଶ୍ବରେ ପ୍ରାୟ 19 ମିଲିୟନ ଶିଶୁ ବିସ୍ଥାପିତ ହୋଇଛନ୍ତି । ବିବାଦ ଓ ହିଂସା ହେତୁ ବର୍ଷ ବର୍ଷ ଧରି ନିଜ ଦେଶରୁ ବିସ୍ଥାପିତ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । 2019 ଶେଷରେ, ପ୍ରାୟ 46 ମିଲିୟନ ଶିଶୁ ବିବାଦ ଏବଂ ହିଂସା ଯୋଗୁଁ ବିସ୍ଥାପିତ ହୋଇଥିଲେ । ହେଲେ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ 10 ଜଣଙ୍କ ମଧ୍ୟରୁ 4 ଜଣ ଘରୁ ନିଖୋଜ ଥିବା ନେଇ ସୂଚନା ରହିଛି ।

ତେବେ ବିପର୍ଯ୍ୟୟ ଦ୍ୱାରା ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ । ଫଳରେ ବାଧ୍ୟ ହୋଇ ନିଜ ଘର ଏବଂ ସମ୍ପ୍ରଦାୟରୁ ଏହି ପିଲାମାନେ ଦୂରେଇ ଯାଇଥିଲେ । ତେବେ ଏବେ ଚାଲିଥିବା କୋଭିଡ-19 ମହାମାରୀ ସମୟରେ ସେହିମାନେ ଏବେ ଦୁନିଆରେ ସବୁଠାରୁ ଅସୁରକ୍ଷିତ ଅଛନ୍ତି ବୋଲି ଜାତିସଂଘ କହିଛି ।

ୟୁନିସେଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେନେରେଟା ଫୋର କହିଛନ୍ତି ଯେ ବିଶ୍ବର ଲକ୍ଷ ଲକ୍ଷ ବିସ୍ଥାପିତ ଶିଶୁ ଉପଯୁକ୍ତ ଯତ୍ନ ଏବଂ ସୁରକ୍ଷାରୁ ବଞ୍ଚିତ ରହୁଛନ୍ତି । ଯେତେବେଳେ କୋଭିଡ-19 ମହାମାରୀ ପରି ନୂତନ ସଙ୍କଟ ଦେଖାଦେଉଛି, ସେତେବେଳେ ଏହି ପିଲାମାନେ ବିଶେଷ ଭାବରେ ଅସୁରକ୍ଷିତ ଅଟନ୍ତି । ସେମାନଙ୍କୁ ନିରାପଦ, ସୁସ୍ଥ, ଶିକ୍ଷା ଏବଂ ସୁରକ୍ଷିତ ରଖିବା ପାଇଁ ସରକାର ଏବଂ ମାନବିକ ସହଯୋଗୀମାନେ ମିଳିତ ଭାବରେ କାର୍ଯ୍ୟ କରିବା ଜରୁରୀ ହୋଇପଡିଛି ।

ରିପୋର୍ଟରେ କୁହାଯାଇଛି ଯେ ଆଭ୍ୟନ୍ତରୀଣ ବିସ୍ଥାପିତ ପିଲାମାନେ ମୌଳିକ ସେବା ପାଇପାରୁ ନାହାଁନ୍ତି । ଫଳରେ ହିଂସା, ଶୋଷଣ, ଅପବ୍ୟବହାର ଶିକାର ହେବାର ଆଶଙ୍କା ରହିଛି । ସେପଟେ ଶିଶୁ ଶ୍ରମିକ, ବାଲ୍ୟ ବିବାହ ଏବଂ ପାରିବାରିକ ପୃଥକତାରେ ମଧ୍ୟ ବିପଦ ରହିଛି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପ୍ରତି ସିଧାସଳଖ ବିପଦ ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

ଏହି ମହାମାରୀ ବିସ୍ଥାପିତ ଶିଶୁ ଏବଂ ପରିବାର ପାଇଁ ଏକ ଗୁରୁତର ପରିସ୍ଥିତି ସୃଷ୍ଟି କରୁଛି । ସେମାନେ ପ୍ରାୟତଃ ଅତ୍ୟଧିକ ଜନଗହଳିପୂର୍ଣ୍ଣ ଶିବିର କିମ୍ବା ଅନ୍ୟ ବସ୍ତି ଅଞ୍ଚଳରେ ରୁହନ୍ତି, ଯେଉଁଠାରେ ମୌଳିକ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସେବାରେ ପ୍ରବେଶ ସୀମିତ ଏବଂ ଯେଉଁଠାରେ ଶାରୀରିକ ଦୂରତା ସମ୍ଭବ ନୁହେଁ । ଏହି ଅବସ୍ଥା କୋଭିଡ-19 ପରି ରୋଗ ବିସ୍ତାର ପାଇଁ ଅତ୍ୟନ୍ତ ଅନୁକୂଳ ବୋଲି ରିପୋର୍ଟରେ କୁହାଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.