ETV Bharat / international

କୋରୋନା ମୁକ୍ତ ହେଉଛି ସ୍ପେନ, ଦୁଇ ଦିନରେ ମୃତ୍ୟୁ ସଂଖ୍ୟା ଶୂନ

author img

By

Published : Jun 3, 2020, 11:55 PM IST

ଦିନ ଥିଲା କୋରୋନା ଗଡ କୁହାଯାଉଥିବା ସ୍ପେନ ଏବେ ଧିରେ ଧିରେ କୋରୋନା ମୁକ୍ତ ହେବା ଦିଗରେ ଗତି କରୁଛି । ନିୟନ୍ତ୍ରଣହୀନ ମୃତ୍ୟୁ ସଂଖ୍ୟାରେ ଏବେ ସ୍ପେନରେ କ୍ରମାଗତ ଲଗାମ ଲାଗିବାରେ ଲାଗିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଧିରେ ଧିରେ କୋରୋନା ମୁକ୍ତ ହେବାରେ ଲାଗୁଛି ସ୍ପେନ, 2 ଦିନ ମୃତ୍ୟୁ ରିପୋର୍ଟ ଶୂନ

ମାଦ୍ରିଦ: କୋରୋନା ସଂକ୍ରମଣ ଓ ମୃତ୍ୟୁର ରେକର୍ଡ ଦିନକୁ ଦିନ ବୃଦ୍ଧି ପାଉଥିବା ସମୟରେ ଅନେକ ଦେଶରୁ ଖୁସି ଖବର ଆସିବାରେ ଲାଗିଛି । ଦିନ ଥିଲା କୋରୋନା ଗଡ କୁହାଯାଉଥିବା ସ୍ପେନ ଏବେ ଧିରେ ଧିରେ କୋରୋନା ମୁକ୍ତ ହେବା ଦିଗରେ ଗତି କରୁଛି । ନିୟନ୍ତ୍ରଣହୀନ ମୃତ୍ୟୁ ସଂଖ୍ୟାରେ ଏବେ ସ୍ପେନରେ କ୍ରମାଗତ ଲଗାମ ଲାଗିବାରେ ଲାଗିଛି । ଦ୍ବିତୀୟ ଦିନ ଭାବେ କୋରୋନାଭାଇରସ୍ ମହାମାରୀ ହେତୁ ସ୍ପେନ କୌଣସି ମୃତ୍ୟୁ ରେକର୍ଡ କରିନାହିଁ । ସ୍ପେନର ସ୍ବସ୍ଥ୍ୟ, ଖାଉଟି ବ୍ୟାପାର ଏବଂ ସାମାଜିକ କଲ୍ୟାଣ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ପ୍ରକାଶ କରି ଏ ବିଷୟରେ ସୂଚନା ଦେଇଛି ।

ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଏହି ତଥ୍ୟ ପ୍ରକାଶ କରି କହିଛି ଯେ ଦେଶରେ କୋଭିଡ -19 ସଂକ୍ରମଣ ହେତୁ 27 ହଜାର 127 ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର ଏବଂ ରବିବାର ଦିନ ଏହି ସଂଖ୍ୟାରେ କୌଣସି ନୂତନ ସଂଖ୍ୟା ରେକର୍ଡ ହୋଇନାହିଁ ।

ସ୍ପେନର ସ୍ବାସ୍ଥ୍ୟ, ଖାଉଟି ବ୍ୟାପାର ଏବଂ ସାମାଜିକ କଲ୍ୟାଣ ମନ୍ତ୍ରଣାଳୟର କହିଛନ୍ତି ଯେ ଗତ 7 ଦିନ ମଧ୍ୟରେ ମହାମାରୀ ହେତୁ ମୋଟ 34 ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ ବର୍ତ୍ତମାନ କୋରୋନାଭାଇରସ୍ ମହାମାରୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା 2 ଲକ୍ଷ 39 ହଜାର 932 କୁ ବୃଦ୍ଧି ପାଇଛି ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.