ETV Bharat / international

ନ୍ୟୁଜିଲାଣ୍ଡ ନିର୍ବାଚନ, ବିପୁଳ ବହୁମତ ସହ ପୁଣି କ୍ଷମତାକୁ ଫେରିଲେ ଜସିନ୍ଦା ଆର୍ଡେନ

author img

By

Published : Oct 17, 2020, 5:36 PM IST

ନ୍ୟୁଜିଲାଣ୍ଡ ସାଧାରଣ ନିର୍ବାଚନରେ ପୁଣି ଥରେ ବିପୁଳ ବହୁମତ ସହ ବିଜୟୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ଜସିନ୍ଦା ଆର୍ଡେନ । ପଢନ୍ତୁ ଅଧିକ.......

ବିପୁଳ ବହୁମତ ସହ ପୁଣି କ୍ଷମତାକୁ ଫେରିଲେ ଜସିନ୍ଦା ଆର୍ଡେନ

ଅକଲ୍ୟାଣ୍ଡ: ନ୍ୟୁଜିଲାଣ୍ଡ ସାଧାରଣ ନିର୍ବାଚନରେ ପୁଣି ଥରେ ବିପୁଳ ବହୁମତ ସହ ବିଜୟୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ଜସିନ୍ଦା ଆର୍ଡେନ । ବିପୁଳ ବହୁମତ ସହ ତାଙ୍କର ସେଣ୍ଟର ଲେଫ୍ଟ ଲେବର ପାର୍ଟି ପୁଣି ଥରେ କ୍ଷମତାର ଦ୍ବିତୀୟ ପାଳି ଆରମ୍ଭ କରିବାକୁ ଯାଉଛି ।

କୋଭିଡ କଟକଣାକୁ ନଜରରେ ରଖି ମତଦାନ ହୋଇଥିବା ସମୁଦାୟ ଭୋଟର ମାତ୍ର ଦୁଇ ତୃତୀଆଂଶ ହିଁ ଗଣତି ହେିଇଥିଲା । ଏହି ଗଣନାରେ 49.2 ପଏଣ୍ଟ ଭୋଟ ପାଇ ସର୍ବବୃହତ ଦଳ ଭାବେ ଲେବର ପାର୍ଟି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି । ନ୍ୟୁଜିଲାଣ୍ଡ ସଂସଦରେ ମୋଟ 120 ଆସନ ଥିବା ବେଳେ 64ଟି ଆସନରେ ବିଜୟୀ ହେବା ସହ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସଫଳ ହୋଇଛି ସେଣ୍ଟର ଲେଫ୍ଟ ଲେବର ପାର୍ଟୀ । 1996 ମସିହାରେ ନ୍ୟୁଜଲ୍ୟାଣ୍ଡରେ ଆନୁପାତିକ ଭୋଟିଂ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ କୌଣସି ଦଳ ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ଏକକ ସଂଖ୍ୟା ଗରିଷ୍ଠତା ପାଇବାରେ ସଫଳ ହୋଇନଥିଲେ । ଗଣତି ଶେଷ ହେବା ପୁର୍ବରୁ ପ୍ରଧାନମନ୍ତ୍ରୀ ଜସିନ୍ଦା ଆର୍ଡେନଙ୍କ ଦଳକୁ ଜନମତ ମିଳିବା ନେଇ ମଧ୍ୟ ସ୍ପଷ୍ଟ ଚିତ୍ର ମିଳିସାରିଥିଲା ।

ସେହିଭଳି ବିପକ୍ଷରେ ଥିବା କଞ୍ଜରବେଟିଭ ନ୍ୟାସନାଲ ପାର୍ଟି ମାତ୍ର 27 ପ୍ରତିଶତ ଭୋଟ ପାଇ ଆର୍ଡେନଙ୍କ ଲେବର ପାର୍ଟୀ ଠାରୁ ବହୁ ପଛରେ ରହିଥିବା ଜଣା ପଡିଛି । ଫଳାଫଳ ଆସିବା ପରେ ବିଶ୍ବର ବିଭିନ୍ନ କୋଣରୁ ପ୍ରଧାନମନ୍ତ୍ରୀ ଜସିନ୍ଦାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ରାଜଧାନୀ ଅକଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ଜସିନ୍ଦା ମଧ୍ୟ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ଏହି ଏୌତିହାସିକ ବିଜୟ ପାଇଁ ନ୍ୟୁଜଲ୍ୟାଣ୍ଡବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନିର୍ବାଚନ ସମୟରେ କୋଭିଡ ଗାଇଡଲାଇନ ସହ ପ୍ରଚାର ଆରମ୍ଭ କରିଥିଲେ ଜସିନ୍ଦା । ତେବେ ଯାହା ସାଧାରଣ ପ୍ରଚାର ଠାରୁ ଖୁବ ଭିନ୍ନ ମଧ୍ୟ ଥିଲା । କୋଭିଡ ନିୟମ କଡାକଡି ପାଳନ ହୋଇଥିବା ଯୋଗୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ସତ୍ତ୍ବେ 50 ଲକ୍ଷ ଲୋକସଂଖ୍ୟା ବିଶିଷ୍ଠ ନ୍ୟୁଜଲ୍ୟାଣ୍ଡରେ ମାତ୍ର 5 ମୃତ୍ୟୁ ହୋଇଥିବା ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.