ETV Bharat / international

ଇଟାଲୀରେ କୋରୋନା ସ୍ଥିତି: ସରକାରୀ ଓକିଲଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ - ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ସରକାରୀ ଓକିଲଙ୍କ ଟାର୍ଗେଟ

ଦେଶରେ ବିତ୍ପାତ ସୃଷ୍ଟି କରିଛି କୋରୋନା ମହାମାରୀ । ଭଯଙ୍କର ହେବାରେ ଲାଗିଛି ସ୍ଥିତି । ଏମିତିରେ ଅନେକ ଆକ୍ରାନ୍ତ ସରକାରୀ ସ୍ତରରେ ଅବହେଳାର ଅଭିଯୋଗ ଆଣିଥିବା ଦେଖିବାକୁ ମିଳିଛି । ଏନେଇ ପ୍ରଧାନମନ୍ତ୍ରୀ ଗିୟୁସେପ୍ପେ କଣ୍ଟେଙ୍କୁ ଟାର୍ଗେଟ କରିଛନ୍ତି ଉତ୍ତର ଇଟାଲୀର ସରକାରୀ ଓକିଲ ।

corona situation in italy, corona update in italy, italy prosecutor questions pm, italy prosecutor questions on covid-19 management, ଇଟାଲୀରେ କୋରୋନା ସ୍ଥିତି, ଇଟାଲୀରେ କୋରୋନା ଅପଡେଟ, ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ସରକାରୀ ଓକିଲଙ୍କ ଟାର୍ଗେଟ, କୋରୋନା ସ୍ଥିତି ପାଇଁ ସରକାରୀ ଓକିଲଙ୍କ ପ୍ରଶ୍ନୋତ୍ତର
ଇଟାଲୀରେ କୋରୋନା ସ୍ଥିତି: ସରକାରୀ ଓକିଲଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ
author img

By

Published : Jun 12, 2020, 9:25 PM IST

ରୋମ: ଦେଶରେ ବିତ୍ପାତ ସୃଷ୍ଟି କରିଛି କୋରୋନା ମହାମାରୀ । ଭୟଙ୍କର ହେବାରେ ଲାଗିଛି ସ୍ଥିତି । ଏମିତିରେ ଅନେକ ଆକ୍ରାନ୍ତ ସରକାରୀସ୍ତରରେ ଅବହେଳାର ଅଭିଯୋଗ ଆଣିଥିବା ଦେଖିବାକୁ ମିଳିଛି । ଏନେଇ ପ୍ରଧାନମନ୍ତ୍ରୀ ଗିୟୁସେପ୍ପେ କଣ୍ଟେଙ୍କୁ ଟାର୍ଗେଟ କରିଛନ୍ତି ଉତ୍ତର ଇଟାଲୀର ସରକାରୀ ଓକିଲ । ଦେଶରେ ଲକଡାଉନ ଜାରି ହୋଇଥିବା ସତ୍ତ୍ବେ ବଢୁଥିବା ଆକ୍ରାନ୍ତ ସଂଖ୍ୟାକୁ ରୋକିବା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ପ୍ରଧାନମନ୍ତ୍ରୀଙ୍କୁ ପଚାରି ବୁଝିବେ ସରକାରୀ ଓକିଲ ।

ସୂଚନା ମୁତାବକ ସରକାରୀ ଓକିଲ ଜଣଙ୍କ ବର୍ଗାମୋରୁ ରୋମ ଯାତ୍ରା କରିଛନ୍ତି । ବର୍ଗାମୋ ବର୍ତ୍ତମାନ କୋରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ସହର । ତେବେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଥିବାରୁ ସରକାରୀ ଅବହେଳା ନେଇ ପ୍ରାୟ 50 ଜଣ ଆକ୍ରାନ୍ତଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି । ସେମାନେ ଏହା ମଧ୍ୟ ଦାବି କରିଛନ୍ତି କି ଲମ୍ବାର୍ଡିର ଦୁଇଟି ସହର ଆଲଜାନୋ ଓ ନେମ୍ବ୍ରୋରେ କୋରୋନାର କାୟା ବଢି ଚାଲିଥିବାରୁ ଏହାକୁ ସରକାର ରେଡ ଜୋନ ଭାବେ ଘୋଷଣା କରିବା ଦରକାର ।

ତେଣୁ ଦେଶରେ କୋରୋନା ସ୍ଥିତି ପାଇଁ ସରକାର ଏକପ୍ରକାର ମୁଖ୍ୟ ଦାୟୀ ବୋଲି ଆକ୍ରାନ୍ତଙ୍କ ପରିବାର ଲୋକେ ଅଭିୟୋଗ କରିଛନ୍ତି । ସରକାର ଆବଶ୍ୟକସ୍ଥଳରେ ରେଡ ଜୋନ ଘୋଷଣା ନକରିବାରୁ ସଂକ୍ରମଣ ବଢିଛି, ଏଥିସହ ସ୍ଥିତି ଅଧିକ ଗମ୍ଭୀର ହୋଇଛି । ସେପଟେ ଏନେଇ ପ୍ରଧାନମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ପଚରାଉଚୁରା କରିବା ନେଇ ଜଣା ପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.