ETV Bharat / international

ଇଟାଲୀରେ ବଢିପାରେ ଲକଡାଉନ ଅବଧି

author img

By

Published : Apr 22, 2020, 7:02 AM IST

ମେ 3ରେ ଇଟାଲୀର ଲକଡାଉନ କଟକଣା ସରୁଛି । ଏବେ ସୁଦ୍ଧା ଦେଶରେ 1 ଲକ୍ଷ 81 ହଜାର 228 ଲୋକ ଆକ୍ରାନ୍ତ ଓ 24 ହଜାର 114 ଲୋକଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ...

ଇଟାଲୀରେ ବଢିପାରେ ଲକଡାଉନ ଅବଧି
ଇଟାଲୀରେ ବଢିପାରେ ଲକଡାଉନ ଅବଧି

ରୋମ: ଇଟାଲୀରେ ଲକଡାଉନ ଅବଧି ଆହୁରି ବଢିପାରେ । ପରିସ୍ଥିତି ସାମାନ୍ୟ ସ୍ବାଭାବିକ ହେଲେ ମଧ୍ୟ ସରକାର ସବୁକିଛି ପୁଣି ଖୋଲିବାର ଅନୁମତି ନ ଦେଇପାରନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଗିଉସେପ୍ପେ କୋଣ୍ଟେ ଫେସବୁକ ପୋଷ୍ଟରେ ସୂଚନା ଦେଇଛନ୍ତି ।

ଏକ ଇମୋସନାଲ ପୋଷ୍ଟରେ ସେ ଲେଖିଛନ୍ତି ଯେ ଦେଶରେ ଏବେ ବି ଖରାପ ସ୍ଥିତି ରହିଛି । ଆମକୁ ପରିସ୍ଥିତି ଦେଖି ନିଷ୍ପତ୍ତି ନେବାକୁ ପଡିବ । ଏପରି ନହେଉ କି ଆମ ନିଷ୍ପତ୍ତି ଆମ ପାଇଁ ବୁମେରାଂ ହୋଇଯିବ । ଏତେ ଦିନ ଧରି ଯେଉଁ ସଂଗ୍ରାମ ଚାଲି ଆସିଛି ତାହା କିଛି କ୍ଷଣେ ମଧ୍ୟରେ ହଜିନଯାଉ । ମୋର ବହୁତ ଇଚ୍ଛା ହେଉଛି କହିଦେବାକୁ ସବୁ କିଛି ଠିକ ହୋଇଯାଇଛି । କାଲି ସକାଳୁ ସବୁ ପୁଣି ଥରେ ଖୋଲିଯିବ । ହେଲେ ସେମିତି କହିବା ମୂର୍ଖାମୀ ହୋଇପାରେ । ସାମାନ୍ୟ ଅସାବଧାନତା ପୁଣି ବଡ ବିପଦକୁ ଡାକିବ ବୋଲି କୋଣ୍ଟେ ଲେଖିଛନ୍ତି ।

ଏହାସହ ସେ କହିଛନ୍ତି ଯେ ଚଳିତ ସପ୍ତାହ ଶେଷ ହେବା ପୂର୍ବରୁ ସରକାର ଲକଡାଉନ ଖୋଲିବା ଉପରେ ନିଷ୍ପତ୍ତି ନେବେ । ପରିସ୍ଥିତି ଓ ଭବିଷ୍ୟତ କଥା ଭାବି ନିଷ୍ପତ୍ତି ନିଆଯିବ । ଲୋକଙ୍କ ସୁରକ୍ଷା ପ୍ରାଥମିକତା । ଯଦିଓ ଦେଶ ଧିରେ ଧିରେ ସ୍ବାଭାବିକ ହେଉଛି ତଥାପି ନିଷ୍ପତ୍ତି ନେବାବେଳେ ବହୁତ କିଛି ଭାବିବାକୁ ପଡିବ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ମେ 3ରେ ଇଟାଲୀର ଲକଡାଉନ କଟକଣା ସରୁଛି । କିଛି ଜାଗାରେ ସାମାଜିକ ଦୂରତ୍ବ ନିୟମକୁ ପାଳନ କରି ଲୋକେ ବିଭିନ୍ନ ବହି ଦୋକାନ ଓ ଗ୍ରୋସରୀ ମଲ ଖୋଲିଛନ୍ତି । ଏବେ ସୁଦ୍ଧା ଦେଶରେ 1 ଲକ୍ଷ 81 ହଜାର 228 ଲୋକ ଆକ୍ରାନ୍ତ ଓ 24 ହଜାର 114 ଲୋକଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । 48 ହଜାର 877 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଚୀନ ପରେ ମାର୍ଚ୍ଚ ମାସରେ କୋଭିଡ 19 ଯଦି କେଉଁଠି ଅତ୍ୟଧିକ ବ୍ୟାପିଥିଲା ତାହା ଥିଲା ଇଟାଲୀ । ଏଠାରେ ପରିସ୍ଥିତି ଗୁରୁତର ରୂପ ନେଇଥିଲା । ଲୋକେ ଏପରି ଭାବେ ଆକ୍ରାନ୍ତ ହୋଇଥିଲେ ଯେ ଇଟାଲୀ ସରକାର ହାତ ଟେକିଦେଇଥିଲେ । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଥିଲା । ଜାତୀୟ ଟେଲିଭିଜନରେ ଦେଶର ପ୍ରଧାନମନ୍ତ୍ରୀ କାନ୍ଦି ପକାଇଥିଲେ ।

ତେବେ ପରିସ୍ଥିତିରେ ଅନେକ ସୁଧାର ଆସିଛି । ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲାଗିଛି । ଦିନ ଥିଲା ବିଶ୍ବରେ ଟପରେ ଥିବା ଦେଶ ଆଜି ଚତୁର୍ଥ ସ୍ଥାନରେ ରହିଛି । ଆମେରିକା ଓ ସ୍ପେନ ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ହେଲେ ଏଥିରେ ଅଧିକ ମାତ୍ରାରେ ବୃଦ୍ଧି ଘଟିନାହିଁ । ରବିବାର କେବଳ 486 ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ସୋମବାର ସୁଦ୍ଧା 1 ଲକ୍ଷ 8 ହଜାର 237 ଲୋକ ଚିକିତ୍ସତ ହେଉଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.