ପ୍ୟାରିସ: କୋରୋନା ଯୋଗୁଁ ଫ୍ରାନ୍ସରେ ଗତ 24 ଘଣ୍ଟା ମଧ୍ୟରେ 369 ଜଣଙ୍କର ଜୀବନ ଯାଇଛି । ଏବେ ମୃତ୍ୟୁ ସଂଖ୍ୟା 22,614ରେ ପହଞ୍ଚିଛି । ଚଳିତ ମାସରେ ଏହା ସବୁଠାରୁ କମ ମୃତ୍ୟୁ ସଂଖ୍ୟା ବୋଲି ଫ୍ରାନ୍ସ ସ୍ବାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।
ଏହାସହ ଗୁରୁତର ଚିକ୍ସିତ୍ସା ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଡାକ୍ତରଖାନାରେ କୋଭିଡ-19ରେ 14,050 ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା 4.725ଜଣ କୋଭିଡ-19 ଆକ୍ରାନ୍ତ ଗୁରୁତତ ଚିକିତ୍ସା ହେଉଥିବା ଜଣାଯାଇଛି ।