ETV Bharat / international

Russia Ukraine War: ୬୦୦ ବିକ୍ଷୋଭକାରୀଙ୍କୁ ଗିରଫ କଲା ଋଷ ପୋଲିସ

author img

By

Published : Mar 6, 2022, 4:54 PM IST

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁ୍ଦ୍ଧକୁ ଆଜି ୧୧ ଦିନ ପୂରିଛି । ଏପେଟ ଋଷ ସେନା ୟୁକ୍ରେନର ଉପରେ ଆକ୍ରମଣକୁ ଆହୁରି ଆକ୍ରମଣାତ୍ମକ କରିଛି । ଅଧିକ ପଢନ୍ତୁ

Russia Ukraine War:  ୬ ଶହ ବିକ୍ଷୋଭକାରୀଙ୍କୁ ଗିରଫ କଲା ଋଷ ପୋଲିସ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁ୍ଦ୍ଧକୁ ଆଜି ୧୧ ଦିନ ପୂରିଛି । ଏପଟେ ଋଷ ସେନା ୟୁକ୍ରେନର ଉପରେ ଆକ୍ରମଣକୁ ଆହୁରି ଆକ୍ରମଣାତ୍ମକ କରିଛି । ତେବେ ୟୁକ୍ରେନ ଉପରେ ଋଷର ଏହି ଆକ୍ରମଣକୁ ବିଭିନ୍ନ ଦେଶ ବିରୋଧ କରିବା ସହ ନିନ୍ଦା କରୁଛନ୍ତି ।ସେହିପରି ଋଷିଆର ଏହି ଆକ୍ରମଣକୁ ଋଷ ନାଗରିକଙ୍କ ସମେତ ବିଭିନ୍ନ ଦେଶର ନାଗରିକ ଏହାକୁ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ତେବେ ଋଷର ୨୧ ସହରରୁ ୬ ଶହ ବିକ୍ଷୋଭକାରୀଙ୍କୁ ଗିରଫ କରିଛି ପୋଲିସ । ଏହାକୁ ବିରୋଧ କରି ଆଲେକ୍ସୀ ନାଭାଲ୍ନି ଏହି ଆନ୍ଦୋଳନ ଡାକିଥିଲେ ।

ସେହିଭଳି ଏହି ବିକ୍ଷୋଭକାରୀ ସଂଗଠନର ପ୍ରାୟ ୨ ଶହ ଜଣଙ୍କୁ ଋଷ ପୋଲିସ ଅଟକ ରଖିଛି । ଏହି ୨ ଶହ ଲୋକଙ୍କୁ ସାଇବେରିଆନ ସହରରେ ପୋଲିସ ଅଟକ ରଖିଥିବା ଋଷର ଏକ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି । ଆଜି ଲେକ୍ସୀ ନାଭାଲ୍ନିଙ୍କ ଦ୍ବାରା ଡକାଯାଇଥିବା ଏହି ବିକ୍ଷୋଭ ଋଷର ସହରର ମୁଖ୍ୟ ଛକରେ ସ୍ଥାନୀୟ ସମୟ ୨ଟାରେ ବିକ୍ଷୋଭ ପ୍ରଦର୍ଶନ ହୋଇଥାନ୍ତା ।

ଏତଦ୍‌ବ୍ୟତିତ୍‌ ମସ୍କୋ ଏବଂ ସେଣ୍ଟ ପିଟର୍‌ସବର୍ଗରେ ଦିନ ୧୧ଟାରେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ବିକ୍ଷୋଭ କରାଯାଇଥାନ୍ତା । ତେବେ ପୁଟିନ ସରକାରଙ୍କ ବିରୋଧ କରୁଥିବା ଲୋକଙ୍କୁ ପୋଲିସ ଗିରଫ କରିବା ସହ ମଧ୍ୟ ଅଟକ ରଖିଛି । ଏପଟେ ଆଜି ହେବାକୁ ଥିବା ବିକ୍ଷୋଭ ବିଶ୍ବ ସ୍ତରୀୟ ଗଣଧାରଣା ହୋଇଥାନ୍ତା ବୋଲି କୁହାଯାଇଛି ।

ଅନ୍ୟପଟେ ଋଷର ଓଭିଡି ଗଣମାଧ୍ୟାମ ସୂଚନା ଅନୁସାରେ ପ୍ରାୟ ୮ ହଜାର ବିକ୍ଷୋଭକାରୀଙ୍କୁ ଅଟକ କିମ୍ବା ଗିରଫ କରାଯାଇଛି । ତେବେ ଋଷ ପ୍ରତି ବଢୁଥିବା ଅସନ୍ତୋଷ ଆଗକୁ କେଉଁ ମୋଡ ନେଉଛି ଆଗାମୀ ସମୟରେ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.