ETV Bharat / international

ଜର୍ମାନୀରେ 73 ହଜାର ନୂଆ କୋରୋନା ମାମଲା, ଗଡିଲା 1000ରୁ ଉର୍ଦ୍ଧ୍ବ ମୁଣ୍ଡ

author img

By

Published : Apr 3, 2020, 2:42 PM IST

ଗତ 24 ଘଣ୍ଟାରେ ଜର୍ମାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6174ରୁ ବୃଦ୍ଧି ପାଇ 79696ରେ ପହଞ୍ଚିଛି ।

corona upadate
ଜର୍ମାନୀରେ 73 ହଜାର ନୂଆ କୋରୋନା ମାମଲା

ବର୍ଲିନ: ସମଗ୍ର ବିଶ୍ବରେ ହାହାକାର ସୃଷ୍ଟି କରିଛି କୋରୋନା ଭାଇରସ । ବିଶ୍ବର 200ଟି ଦେଶ ବର୍ତ୍ତମାନ କୋରୋନା କବଳରେ ରହିଛି । ଏହି କ୍ରମରେ ଗତ 24 ଘଣ୍ଟାରେ ଜର୍ମାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6174ରୁ ବୃଦ୍ଧି ପାଇ 79696ରେ ପହଞ୍ଚିଛି । ସେହିପରି ଜର୍ମାନୀରେ କୋରୋନା ମତ୍ୟୁ ସଂଖ୍ୟା 145ରୁ ବୃଦ୍ଧି ପାଇ 1017ରେ ପହଞ୍ଚିଥିବା ଜର୍ମାନୀ ଫେଡେରାଲ ଏଜେନ୍ସି ସୂଚନା ଦେଇଛନ୍ତି ।

ତେବେ ଗତ ଗୁରୁବାର ଜର୍ମାନୀରେ 6156 ନୂଆ କୋରୋନା ମାମଲା ସାମ୍ନାକୁ ଆସିଥିଲା । ସେହିପରି 140 ଜଣଙ୍କର ମୃତ୍ୟୁ ଘଟିଥିଲା । ଏପଟେ ବୃଦ୍ଧି ପାଇଥିବା କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜର୍ମାନୀର ବାଭରିଆରୁ 20237, ଉତ୍ତରର ହ୍ରିନ-ୱେଷ୍ଟଫାଲିଆରେ 16606, ବାଦେନ-ଉରର୍ମବର୍ଗ 16059 ଏବଂ ବର୍ଲିନରୁ 3202 ଆକ୍ରାନ୍ତ ରହିଛନ୍ତି ।

ତେବେ ୟୁରୋପର ସର୍ବାଧିକ କୋରୋନା ଆକ୍ରାନ୍ତ ଦେଶଙ୍କ ମଧ୍ୟରେ ଜର୍ମାନୀ ତୃତୀୟ ସ୍ଥାନରେ ରହିଥିବା ବେଳେ ପ୍ରଥମ ସ୍ଥାନରେ ଇଟାଲୀ(1,15, 242) ଏବଂ ଦ୍ବିତୀୟ ସ୍ଥାନରେ ସ୍ପେନ(1,12,05) ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.