ETV Bharat / international

ସେଲ୍ଫ କ୍ବାରେଣ୍ଟିନରେ ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମାର୍କେଲ

author img

By

Published : Mar 23, 2020, 10:35 AM IST

ଜର୍ମାନୀ ଚାନ୍ସେଲର ଭେଟିଥିବା ଡାକ୍ତରଙ୍କ ଠାରେ କୋରୋନା ଭାଇରସ ଚିହ୍ନଟ ହେବା ପରେ ଆଞ୍ଜେଲା ମାର୍କେଲ ସେଲ୍ଫ କ୍ବାରେଣ୍ଟିନରେ ରହିଛନ୍ତି ।

coronavirus updates
ସେଲ୍ଫ କ୍ବାରାଣ୍ଟିନକୁ ଗଲେ ଜର୍ମାନୀ ଚାନସେଲର ଆଞ୍ଜେଲା ମାର୍କେଲ

ବର୍ଲିନ: କ୍ବାରେଣ୍ଟିନକୁ ଗଲେ ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମାର୍କେଲ । ଜର୍ମାନୀ ଚାନ୍ସେଲରଙ୍କୁ ଭେଟିଥିବା ଡାକ୍ତରଙ୍କ ଠାରେ କରୋନା ଭାଇରସ ଚିହ୍ନଟ ହେବା ପରେ ଆଞ୍ଜେଲା ମାର୍କେଲ ସେଲ୍ଫ କ୍ବାରାଣ୍ଟିନକୁ ଚାଲି ଯାଇଛନ୍ତି ।

ଚାନ୍ସେଲର ମାର୍କେଲଙ୍କ ମୁଖପାତ୍ର ଷ୍ଟିଫେନ୍ ଷ୍ଟ୍ବାର୍ଟ କହିଛନ୍ତି ଯେ, କୋରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଗତ ରବିବାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ଚାନସେଲର ଆଞ୍ଜେଲା ମାର୍କେଲଙ୍କୁ ଡାକ୍ତରଙ୍କ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଫଳରେ ଆଞ୍ଜେଲା ମାର୍କେଲ କ୍ବାରେଣ୍ଟିନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିସହ ସେ କହିଛନ୍ତି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଚାନ୍ସେଲର ମାର୍କେଲଙ୍କୁ ଗତ ଶୁକ୍ରବାର ଏକ ଟିକା ଦିଆଯାଇଛି । ଏଥିସହ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଚାନ୍ସେଲର ମାର୍କେଲଙ୍କୁ ନିୟମିତ ପରୀକ୍ଷା କରାଯିବ । ତେବେ ବର୍ତ୍ତମାନ ମାର୍କେଲ ଘରେ ରହି କାମ ଜାରି ରଖିବେ ।

ଏହା ପୂର୍ବରୁ କୋରୋନା ଭାଇରସ ବ୍ୟାପିବାରୁ ବଞ୍ଚିବା ପାଇଁ ସାମାଜିକ ଦୂରତା ବଜାୟ ରଖିଥିବାରୁ ଚାନ୍ସେଲର ଆଞ୍ଜେଲା ମାର୍କେଲ ଜର୍ମାନୀବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.