ପ୍ୟାରିସ: ୟୁରୋପରେ କୋଭିଡ 19 ପ୍ରଭାବ ବିସ୍ତାର କରିବାରେ ଲାଗିଛି । ମହାମାରୀକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ୟୁରୋପ ରାଷ୍ଟ୍ର ସମୂହ । ପ୍ରତିଦିନ ହଜାର ହଜାର ମୁଣ୍ଡ ନେଉଛି କୋରୋନା ଭୂତାଣୁ ।
ସଦ୍ୟତମ ଖବର ଅନୁସାରେ ଫ୍ରାନ୍ସରେ ଏହି ଭୂତାଣୁ ଯୋଗୁଁ 12 ହଜାର 210 ଜଣଙ୍କର ମୃତ୍ୟୁ ହୋଇଛି । ବୁଧବାର ଏହା 10 ହଜାର ପାର କରିଥିବାବେଳେ 24 ଘଣ୍ଟାରେ ଆଉ 2000 ଲୋକଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ରାଷ୍ଟ୍ରରେ 86 ହଜାର 334 ଜଣ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି ।
ତେବେ ଫ୍ରାନ୍ସରେ ଏପର୍ଯ୍ୟନ୍ତ 21 ହଜାର 254 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ୟୁରୋପରେ କେବଳ ଫ୍ରାନ୍ସ ନୁହେଁ, ସ୍ପେନ ଓ ଇଟାଲୀରେ ମଧ୍ୟ ପରିସ୍ଥିତି ଖରାପ ହେବାରେ ଲାଗିଛି । ଏହି 2 ରାଷ୍ଟ୍ରରେ ମଧ୍ୟ କୋରୋନାଜନିତ ମୃତ୍ୟୁ 12 ହଜାର ପାର କରିଛି ।
ସୌଜନ୍ୟ@ANI