ETV Bharat / international

କୋରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ବ୍ୟାନ୍ କଲା ଫ୍ରାନ୍ସ

author img

By

Published : May 28, 2020, 12:04 PM IST

ନିକଟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ଏହି ଟାବଲେଟ୍ ସେ ନିୟମିତ ନେଉଛନ୍ତି । ତେବେ ଫ୍ରାନ୍ସର 2ଟି ପରାମର୍ଶଦାତା କମିଟି ଏବଂ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହି ଟାବଲେଟ୍ ବ୍ୟବହାରରେ ବିପଦ ଥିବା ଦର୍ଶାଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ବ୍ୟାନ୍ କଲା ଫ୍ରାନ୍ସ
କୋରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ବ୍ୟାନ୍ କଲା ଫ୍ରାନ୍ସ

ପ୍ୟାରିସ: କୋରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଟାବଲେଟ୍ ବ୍ୟବହାର ନକରିବାକୁ ଫ୍ରାନ୍ସ ନିର୍ଦ୍ଦେଶ ଦେଇଛି । ବୁଧବାର ଫ୍ରାନ୍ସ ସରକାର ଏନେଇ ନିଷେଧାଦେଶ ଜାରି କରିଛନ୍ତି । ସମସ୍ତ ଚିକିତ୍ସାରେ ଏହାର ବ୍ୟବହାର ବ୍ୟାନ କରାଯାଇଛି ।

ନିକଟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ଏହି ଟାବଲେଟ୍ ସେ ନିୟମିତ ନେଉଛନ୍ତି । ତେବେ ଫ୍ରାନ୍ସର 2ଟି ପରାମର୍ଶଦାତା କମିଟି ଏବଂ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହି ଟାବଲେଟ୍ ବ୍ୟବହାରରେ ବିପଦ ଥିବା ଦର୍ଶାଇବା ପରେ ଫ୍ରାନ୍ସ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବିନା ରିସର୍ଚ୍ଚରେ ଏହାକୁ କୋରୋନା ଭୂତାଣୁକୁ ପ୍ରତିରୋଧ କରିବାରେ ବ୍ୟବହାର କରାଯାଉଥିବା କିଛି ଡାକ୍ତରୀ ଟିମ୍ କହିଥିଲେ । ଏହାର ଉପକାରିତା ରହିଛି ମାତ୍ର ଏହା କୋଭିଡ 19କୁ ମୁକାବିଲା କରିବାରେ ସମର୍ଥ ନୁହେଁ ବୋଲି ସେମାନେ କହିଥିଲେ ।

ଏହାକୁ କେବଳ ଟ୍ରାଏଲ୍ସରେ ବ୍ୟବହାର କରିବାକୁ ସରକାର କହିଛନ୍ତି । ସମସ୍ତ ହସ୍ପିଟାଲରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ବ୍ୟାନ୍ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାକୁ ବଣ୍ଟନ କରୁଥିବା କମ୍ପାନୀ କହିଛି ଯେ ସରକାର କୋରୋନା ମୁକାବିଲାରେ ଏହାର ଉପାଦେୟତା ପ୍ରମାଣ କରିଦେବେ ତେବେ ଦେଶବ୍ୟାପୀ ଏହା ହଜାର ହଜାର ଟାବଲେଟ୍ ବାଣ୍ଟିବାକୁ ପ୍ରସ୍ତୁତ ଅଛି । ସାଧାରଣତଃ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଟାବଲେଟ୍ ମ୍ୟାଲେରିଆ ମୁକାବିଲାରେ ବ୍ୟବହାର ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.