ETV Bharat / international

ଲକଡାଉନ ଜଗିବାକୁ ଋଷ ରାସ୍ତାରେ ବୁଲୁଛନ୍ତି ସିଂହ ! - ଭ୍ଲାଦିମିର ପୁଟିନ

ଜଣେ ପାକିସ୍ତାନୀ ୟୁଜର୍ସ ପ୍ରଥମେ ଟ୍ବିଟରରେ ଏହି ଖବର ଦେଇ ପୁଟିନଙ୍କୁ ପ୍ରଶଂସା କରିଥିଲେ । ସେ ଏକ ଫଟୋ ଛାଡି ଲେଖିଥିଲେ ଯେ ଲୋକଙ୍କୁ ଘରେ ରଖିବା ପାଇଁ ପୁଟିନଙ୍କ ଏହା ଚତ୍ମକାର ପଦକ୍ଷେପ । ଅଧିକ ପଢନ୍ତୁ...

ଲକଡାଉନ ଜଗିବାକୁ ଋଷ ରାସ୍ତାରେ ବୁଲୁଛନ୍ତି ସିଂହ !

author img

By

Published : Apr 2, 2020, 4:52 PM IST

ମସ୍କୋ: ସାରା ବିଶ୍ବରେ ଆତଙ୍କ ଖେଳାଇଥିବା କୋରୋନା ମୁକାବିଲା ପାଇଁ ସମସ୍ତ ରାଷ୍ଟ୍ର ଲକଡାଉନ ଘୋଷଣା କରିଛନ୍ତି । ଲୋକଙ୍କୁ ଘରେ ରହିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ସରକାର । ତେବେ ଋଷରେ ଏହି ଲକଡାଉନ ଜଗିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାସ୍ତାରେ ସିଂହ ଓ ବାଘ ଛାଡିଥିବା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଜଣେ ପାକିସ୍ତାନୀ ୟୁଜର୍ସ ପ୍ରଥମେ ଟ୍ବିଟରରେ ଏହି ଖବର ଦେଇ ପୁଟିନଙ୍କୁ ପ୍ରଶଂସା କରିଥିଲେ । ସେ ଏକ ଫଟୋ ଛାଡି ଲେଖିଥିଲେ ଯେ ଲୋକଙ୍କୁ ଘରେ ରଖିବା ପାଇଁ ପୁଟିନଙ୍କ ଏହା ଚତ୍ମକାର ପଦକ୍ଷେପ । ଋଷ ରାଜରାସ୍ତାରେ ଏଥିପାଇଁ 800ଟି ବାଘ ଓ ସିଂହଙ୍କୁ ଛଡାଯାଇଛି । ଏହି ଫଟୋରେ ମଧ୍ୟ ଏକ ସିଂହ ରାତିରେ ରାସ୍ତାରେ ବୁଲିବା ସହ ଗାଡି ଉପରେ ଚଢିବାର ଚେଷ୍ଟା କରୁଥିବାର ଦେଖାଯାଇଥିଲା ।

ଏହି ଫଟୋ ଭାଇରାଲ ହେବା ସହ ଅନେକ ଫେସବୁକ ଓ ଟ୍ବିଟର ୟୁଜର୍ସ ଏହାକୁ ଟ୍ବିଟ କରି ପୁଟିନଙ୍କୁ ତାରିଫ କରିଥିଲେ । ଲକଡାଉନ ପାଳନ କରିବାକୁ ସେ ଏପରି ପଦକ୍ଷେପ ନେଇଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ଆମଶୋଲ୍ଡ ଗ୍ରୁପର ଚେୟାରମେନ ଲର୍ଡ ସୁଗାର ମଧ୍ୟ ଏହି ଫଟୋ ସହ ଟ୍ବିଟ କରି ଲେଖିଥିଲେ ଯେ ଏହା ଶେଷ ପର୍ଯ୍ୟାୟ । ଏହି ଟ୍ବିଟକୁ 5500 ଥର ରିଟ୍ବିଟ କରାଯାଇଥିଲା । ଏପରିକି କିଛି ନ୍ୟୁଜ ଚ୍ୟାନେଲ ଏହାକୁ ନିଜ ବ୍ରେକିଂ ସ୍ଲଟରେ ମଧ୍ୟ ଚଲାଇଦେଇଛନ୍ତି ।

ତେବେ ପ୍ରକୃତରେ ଏହା ଏକ ଗୁଜବ ଓ ପୁରୁଣା ଫଟୋ । ଖବରର ସତ୍ୟତା ନେବା ପରେ ଜଣାପଡିଥିଲା ଯେ ଏହା ସତ ଖବର ନୁହେଁ । ସେପରି କୌଣସି ପଦକ୍ଷେପ ଋଷ ରାଷ୍ଟ୍ରପତି ନେଇନାହାନ୍ତି ଏବଂ ଯେଉଁ ଫଟୋ ଭାଇରାଲ ହେଉଛି ତାହା 4 ବର୍ଷ ତଳର ବୋଲି ଜଣାପଡିଛି । ଗୁଗଲରେ ବିଭିନ୍ନ ସର୍ଚ୍ଚ ପରେ ଏହା 2016 ଏପ୍ରିଲର ଘଟଣା ବୋଲି ସ୍ପଷ୍ଟ ହୋଇଛି । ଏପ୍ରିଲ 13 ରାତିରେ ଏହି ଘଟଣା ଘଟିଥିଲା । ଏହାସହ ଫଟୋରେ ଦେଖାଯାଉଥିବା ଜାଗାଟି ଋଷ ନୁହେଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ସହରର । କୋରୋନା ଯୋଗୁଁ ଘୋଷିତ ଲକଡାଉନ ସହ ଏହାର କୌଣସି ସମ୍ପର୍କ ନାହିଁ ।

ଏପରିକି ସେତେବେଳେ 2 ଦିନ ତଳେ ଏହା ଉପରେ ଖବର ପ୍ରକାଶ ପାଇଥିଲା । ଏକ ଫିଲ୍ମର ସୁଟିଂ ପାଇଁ ଏହି ସିଂହକୁ ଅଣାଯାଇଥିବା ସୂଚନା ମିଳିଥିଲା । କୌଣସି ପ୍ରଡକ୍ସନ କମ୍ପାନୀ ଦ୍ବାରା ଏହି ଫିଲ୍ମର ସୁଟିଂ ଉକ୍ତ ରାତିରେ ଚାଲିଥିଲା । ସେତେବେଳେ ଫଟୋ ଭାଇରାଲ ହୋଇଥିଲା । ସିଂହଟିର ନାମ କଲମ୍ବସ ଓ ନିକଟସ୍ଥ ସିଂହ ପାର୍କରୁ ସେ ଆସିଥିଲା । ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଖବର ଗୁଜବ ଓ ତଥ୍ୟହୀନ । ପୁଟିନ ରାସ୍ତାରେ କୌଣସି ସିଂହ କିମ୍ବା ବାଘକୁ ଛାଡିନଥିବା ସ୍ପଷ୍ଟ ହୋଇଛି । ଏପରି ସମୟରେ ଟ୍ବିଟରରେ ଗୁଜବ ଖବରକୁ ନେଇ ଋଷବାସୀ ଭୟଭୀତ ନହେବାକୁ ସରକାର ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.