ETV Bharat / international

କୋଭିଡ 19 ପ୍ରଭାବ: ବିପର୍ଯ୍ୟସ୍ତ ୟୁରୋପ ପର୍ଯ୍ୟଟନ

author img

By

Published : Apr 27, 2020, 9:31 PM IST

ୟୁନିଅନର ସଦସ୍ୟ ରାଷ୍ଟ୍ରଙ୍କୁ 255 ବିଲିୟନ ୟୁରୋର ସାହାଯ୍ୟ ଆବଶ୍ୟକତା ରହିଛି । ସେହିପରି ପୁଣିଥରେ ଏହି ଶିଳ୍ପକୁ ଟ୍ରାକକୁ ଫେରାଇ ଆଣିବା ପାଇଁ 120 ବିଲିୟନ ୟୁରୋର ନିବେଶ ଦରକାର । ଅଧିକ ପଢନ୍ତୁ...

European tourism needs 375 billion euros to recover
କୋଭିଡ 19 ପ୍ରଭାବ: ବିପର୍ଯ୍ୟସ୍ତ ୟୁରୋପ ପର୍ଯ୍ୟଟନ

ଲିସବନ(ପର୍ତ୍ତୁଗାଲ): କୋଭିଡ 19 ଯୋଗୁଁ ସାରା ବିଶ୍ବରେ ସମସ୍ତ କ୍ଷେତ୍ରରେ ପ୍ରଭାବ ପଡିଛି । ସବୁଠୁ ଅଧିକ ଯାହା ପ୍ରଭାବିତ ହୋଇଛି ତାହା ହେଉଛି ପର୍ଯ୍ୟଟନ ଶିଳ୍ପ । ଏହା ଉପରେ ଅନେକ ଦେଶ ନିର୍ଭର କରୁଥିବାବେଳେ କୋରୋନା ଯୋଗୁଁ ଏଥିରେ ବାଧା ସୃଷ୍ଟି ହୋଇଛି । ବିଶେଷ କରି ୟୁରୋପିଆନ ରାଷ୍ଟ୍ରରେ ପର୍ଯ୍ୟଟନ ଉପରେ ଗଭୀର ପ୍ରଭାବ ପଡିଛି ।

ଏକ ରିପୋର୍ଟ ଅନୁସାରେ ୟୁରୋପିଆନ ୟୁନିଅନକୁ ଏହି ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ପ୍ରାୟ 375 ବିଲିୟନ ୟୁରୋର ଦରକାର ରହିଛି । ୟୁନିଅନର ସଦସ୍ୟ ରାଷ୍ଟ୍ରଙ୍କୁ 255 ବିଲିୟନ ୟୁରୋର ସାହାଯ୍ୟ ଆବଶ୍ୟକତା ରହିଛି । ସେହିପରି ପୁଣିଥରେ ଏହି ଶିଳ୍ପକୁ ଟ୍ରାକକୁ ଫେରାଇ ଆଣିବା ପାଇଁ 120 ବିଲିୟନ ୟୁରୋର ନିବେଶ ଦରକାର । ମୋଟ ଉପରେ 375 ବିଲିୟନର ଦରକାର ଅଛି ବୋଲି ୟୁରୋପିଆନ ଟ୍ରାଭେଲ କମିଶନର କାର୍ଯ୍ୟକାରୀ ନିର୍ଦ୍ଦେଶକ କହିଛନ୍ତି ।

କୋରୋନା ରୋକିବାକୁ ସମସ୍ତ ରାଷ୍ଟ୍ର ନିଜ ସୀମା ବନ୍ଦ କରିବା ସହ ଲୋକଙ୍କ ଭ୍ରମଣ ଉପରେ କଟକଣା ଲଗାଇଛନ୍ତି । ସେହିପରି ବିମାନ ସେବା ମଧ୍ୟ ବାତିଲ ହୋଇଛି । ଫଳରେ ପର୍ଯ୍ୟଟନ ଶିଳ୍ପ ଏବେ 100ରୁ ପୁରା ଶୂନ ହୋଇଯାଇଥିବା ୟୁରୋପିଆନ ଟ୍ରାଭେଲ କମିଶନ ପକ୍ଷରୁ କୁହାଯାଇଛି । ଏହାସହ ପୂର୍ବରୁ ଯାହା ଥିଲା ସେଥିରେ ପ୍ରକୃତରେ 10 ପ୍ରତିଶତ କ୍ଷତି ହୋଇଥିବା କମିଶନ ସୂଚନା ଦେଇଛନ୍ତି । ପର୍ଯ୍ୟଟନ ଶିଳ୍ପର ପ୍ରଭାବ ସମସ୍ତ ସେକ୍ଟର ଉପରେ ସମାନ ଭାବରେ ପଡିଛି । ହୋଟେଲ, ରେସ୍ତୋରାଁ, ଏୟାର ଲାଇନ୍ସ, କ୍ରୁଜ ଲାଇନ୍ସ ସମସ୍ତ କ୍ଷେତ୍ର କ୍ଷତି ସହିଛି ।

ସ୍ଥିତି ଏପରି ଜାରି ରହିଲେ ୟୁରୋପରେ 10 ମିଲିୟନ ଲୋକଙ୍କ ଚାକିରୀ ଯିବା ନିଶ୍ଚିତ ବୋଲି କମିଶନ କହିଛନ୍ତି । ସେହିପରି ଗ୍ରୀସ, ସ୍ପେନ, ଇଟାଲୀ, ଫ୍ରାନ୍ସରେ ପର୍ଯ୍ୟଟନ ଉପରେ ଅଧିକ ପ୍ରଭାବ ପଡିଛି । ଏଠାରେ ପର୍ଯ୍ୟଟନ ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.