ETV Bharat / international

ମେଡିକାଲ ଉପକରଣ ଆମଦାନୀ ଉପରେ ଶୁଳ୍କ ଛାଡ କଲା EU

ସଙ୍କଟରେ ଗତି କରିଛି ସାରା ବିଶ୍ବ । ବିଗିଡି ଯାଇଥିବା ସ୍ବାସ୍ଥ୍ୟସେବାକୁ ଉଦ୍ଧାର କରିବା ଲାଗୁ ମେଡିକାଲ ଆମଦାନୀ ଉପକରଣ ଉପରେ ଟିକସ ଓ ଶୁଳ୍କ ଛାଡ କଲା EU । ଅଧିକ ପଢନ୍ତୁ...

ମେଡିକାଲ ଉପକରଣ ଆମଦାନୀ ଉପରେ ଟିକସ ଓ ଶୁଳ୍କ ଛାଡ କଲା EU

author img

By

Published : Apr 4, 2020, 9:44 AM IST

ନୂଆଦିଲ୍ଲୀ: କୋରୋନା ବିରୁଦ୍ଧରେ ଅଣ-ୟୁରୋପିଆନ ଦେଶକୁ ସହଯୋଗର ହାତ ବଢାଇଲା ୟୁରୋପିଆନ ୟୁନିଅନ । ଅସ୍ଥାୟୀ ରୂପେ ମେଡିକାଲ ଉପକରଣ, ପ୍ରତିରକ୍ଷା ଉପକରଣ ଉପରେ ଛାଡ କଲା କଷ୍ଟମ ଡ୍ୟୁଟ ଓ ଭାଟ । ସଦସ୍ୟ ରାଷ୍ଟ୍ର ଓ ବ୍ରିଟେନର ଅନୁରୋଧ କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ବିଶ୍ବ ଏବେ କୋରୋନା ତାଣ୍ଡବ ଦେଖୁଛୁ । 54 ହଜାର ଲୋକଙ୍କ ଜୀବନ ଯାଇଥିବାବେଳେ 218,000 ଜଣ ସୁସ୍ଥ ହୋଇଥିବା ଜଣାପଡିବ । ସଙ୍କଟରେ ପଡିଥିବା ସ୍ଥାସ୍ଥ୍ୟ ସେବାକୁ ଉଦ୍ଧାର କରିବାକୁ ଯାଇ ଚିକିତ୍ସା ଉପକରଣରେ ଅର୍ଥ ହ୍ରାସ କରାଯାଇଛି ।

ଏହି ଚିକିତ୍ସା ଉପକରଣରେ ମାସ୍କ ଏବଂ ପ୍ରତିରକ୍ଷା ଉପକରଣ, ପରୀକ୍ଷା କିଟ୍, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ରହିଛି । ଯଦି ଦରକାର ପଡେ, ତେବେ ଏହା 31 ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି |

ମେଡିକାଲ ଓ ପ୍ରତିରକ୍ଷା ଉପକରଣର ମୂଲ୍ୟ ଉପରେ ଚାପକୁ ହ୍ରାସ କରିବା ଏବଂ ସେମାନଙ୍କୁ ଅଧିକ ସୁଲଭ କରିବା ପାଇଁ ଏହା ଆମର ଅବଦାନ ବୋଲି ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଭନ୍ ଡେ ଲେନ୍ ଶୁକ୍ରବାର ଦିନ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି।

ମାର୍ଚ୍ଚ 20 ରେ, ୟୁରୋପୀୟ କମିଶନ, EUର କାର୍ଯ୍ୟନିର୍ବାହୀ ସମସ୍ତ ସଦସ୍ୟ ରାଷ୍ଟ୍ର ତଥା ବ୍ରିଟେନକୁ ଆମନ୍ତ୍ରଣ କରିଥିଲେ । ଯେଉଁଠି ସେମାନେ ତୃତୀୟ ଦେଶରୁ ପ୍ରତିରକ୍ଷା ତଥା ଅନ୍ୟାନ୍ୟ ଚିକିତ୍ସା ଉପକରଣ ଆମଦାନୀ ଉପରେ କଷ୍ଟମ ଶୁଳ୍କ ଏବଂ ଭାଟ୍ ଛାଡ କରିବାକୁ ଏକ ଅନୁରୋଧ ଦାଖଲ କରିବାକୁ ନିଷ୍ପତ୍ତି ନେଇଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.