ETV Bharat / international

କୋରୋନା ଡର; 30 ଦିନ ପାଇଁ ବନ୍ଦ ଇୟୁ ସୀମା

author img

By

Published : Mar 17, 2020, 4:49 PM IST

30 ଦିନ ପାଇଁ ବନ୍ଦ ଇୟୁ ସୀମା ଏବଂ ସିନଞ୍ଜେନ ଜୋନ । କୋରୋନା ପ୍ରଭାବରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

eu border and schengen zone to be closed
ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ

ପ୍ୟାରିସ: କୋରୋନା ପାଇଁ ଭୟଭୀତ ହେଉଛନ୍ତି ଲୋକେ । ଦିନକୁ ଦିନ ବଢିଚାଲୁଛି ମହାମାରୀ କୋରୋନା ମୃତ୍ୟୁ ସଂଖ୍ୟା । ଏହାକୁ ନେଇ ସବୁ ଦେଶରେ ସ୍ଥିତି ଗମ୍ଭୀର । ତେବେ ଇୟୁ ସୀମା, ସିନଞ୍ଜେନ ଜୋନ ଆଗାମୀ 30 ଦିନ ପାଇଁ ବନ୍ଦ ଥିବା ଫ୍ରେଞ୍ଚ ରାଷ୍ଟ୍ରପତିଙ୍କ ସୂଚନା ।

ସାରା ବିଶ୍ବରେ ବ୍ୟାପୁଥିବା ଭୟଙ୍କର କୋରୋନା ଭାଇରସ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ । ମଙ୍ଗଳବାର ମଧ୍ୟାହ୍ନରୁ ଏହି ନିୟମ ଲାଗୁ କରାଯିବା ନେଇ ରାଷ୍ଟ୍ରପତି ସୂଚନା ଦେଇଛନ୍ତି । ମଙ୍ଗଳବାର ଠାରୁ ଦେଶକୁ ସମସ୍ତ ପ୍ରକାର ଯାତାୟତ ଉପରେ କଟକଣା ଜାରି କରାଯିବ । ଆସନ୍ତା 15 ଦିନ ପାଇଁ କୌଣସି ଯାତ୍ରୀ ଯାତାୟତ କରିପାରିବେ ନାହିଁ ।

ରାସ୍ତା କଡରେ କେହି ଏକାଠି ହୋଇ କଥାବାର୍ତ୍ତା କରିପାରିବେ ନାହିଁ । ପରିବାରରେ ଏକାଠି ଭୋଜିଭାତ କରିବାର ଅନୁମତି ମଧ୍ୟ ମିଳିବ ନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.