ପ୍ୟାରିସ: ପ୍ୟାରିସର ଅନ୍ୟତମ ପରିଦର୍ଶିତ ସ୍ଥାନ ମଧ୍ୟରୁ ଆଇଫେଲ୍ ଟାୱାର ଅନ୍ୟତମ । ଏହି କୋରୋନା ଯୋଗୁଁ ବିଶ୍ବର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବନ୍ଦ ରହିଥିଲା । ତେବେ କିଛି ଦିନ ମଧ୍ୟରେ ପୁଣିଥରେ ଖୋଲିବ ଆଇଫେଲ ଟାୱାର । କରୋନାଭାଇରସ୍ ଯୋଗୁଁ ଫ୍ରାନ୍ସରେ ଲକଡାଉନ ଜାରି ଥିଲା । ଆଉ ଏହି ଲକଜାଉନ ଯୋଗୁଁ ବନ୍ଦ ଥିଲା ଆଇଫେଲ୍ ଟାୱାର ।
ତେବେ ଫ୍ରାନ୍ସରେ ଲକଡାଉନ ହେବାର ତିନି ମାସରୁ ଅଧିକ ସମୟ ହୋଇଛି । ତିନି ମାସ ପରେ ଜୁନ୍ 25 ରେ ସର୍ବସାଧାରଣଙ୍କ ପାଇଁ ଆଇଫେଲ୍ ଟାୱାର ଖୋଲିବ ବୋଲି ଏଏଫପି ମଙ୍ଗଳବାର ସୂଚନା ଦେଇଛି । ତେବେ ଏହି ଆଇଫେଲ୍ ଟାୱାରକୁ ଯିବା ପୂର୍ବରୁ କିଛି ଗାଇଡଲାଇନ ରହିଛି । ଯେପରିକି ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି ବୋଲି ଆଇଫେଲ୍ ଟାୱାର ୱେବସାଇଟରେ ପ୍ରକାଶ ପାଇଛି ।