ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ଗୁଳିକାଣ୍ଡରେ 49 ଜଣଙ୍କ ମୃତ୍ୟୁ ହେବା ସହ 40 ଜଣ ଆହତ ହୋଇଛନ୍ତି । ପୋଲିସ କମିଶନର ମାଇକ୍ ବୁସ ଏନେଇ ସରକାରୀ ତଥ୍ୟ ପ୍ରକାଶ କରିଛନ୍ତି । ଏହା ଅନୁସାରେ 2ଟି ମସଜିଦରେ ଆକ୍ରମଣ ହୋଇଛି । ପ୍ରଥମେ 41 ଜଣଙ୍କ ମୃତ୍ୟୁ ହେବା ସହ 2ୟରେ 8 ଜଣ ମରିଛନ୍ତି । ପୋଲିସ 4 ଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି ।
Reuters: New Zealand Prime Minister Jacinda Ardern says 40 people have lost their lives; more than 20 people seriously injured in mosque shooting https://t.co/rc5BdUpBuU
— ANI (@ANI) March 15, 2019 " class="align-text-top noRightClick twitterSection" data="
">Reuters: New Zealand Prime Minister Jacinda Ardern says 40 people have lost their lives; more than 20 people seriously injured in mosque shooting https://t.co/rc5BdUpBuU
— ANI (@ANI) March 15, 2019Reuters: New Zealand Prime Minister Jacinda Ardern says 40 people have lost their lives; more than 20 people seriously injured in mosque shooting https://t.co/rc5BdUpBuU
— ANI (@ANI) March 15, 2019
#UPDATE New Zealand Police Commissioner Mike Bush: 49 people have been killed in shooting at two mosques in Christchurch pic.twitter.com/7nKDYRp1vb
— ANI (@ANI) March 15, 2019 " class="align-text-top noRightClick twitterSection" data="
">#UPDATE New Zealand Police Commissioner Mike Bush: 49 people have been killed in shooting at two mosques in Christchurch pic.twitter.com/7nKDYRp1vb
— ANI (@ANI) March 15, 2019#UPDATE New Zealand Police Commissioner Mike Bush: 49 people have been killed in shooting at two mosques in Christchurch pic.twitter.com/7nKDYRp1vb
— ANI (@ANI) March 15, 2019
ସୂଚନାନୁସାରେ ଶୁକ୍ରବାର ସକାଳେ ଜଣେ ଅଜ୍ଞାତ ଲୋକ କଳା ପୋଷାକ ପିନ୍ଧି ମୁଣ୍ଡରେ ହେଲମେଟ ଲଗାଇ ମସଜିଦରେ ପ୍ରବେଶ କରିଥିଲା । ଏହାପରେ ସେ ଧରିଥିବା ଏକ ଅଟୋମେଟିକ ବନ୍ଧୁକରୁ ଅନବରତ ଗୁଳିବର୍ଷଣ କରିଥିଲା । ଏହି ସମୟରେ ସେଠାରେ ଶତାଧିକ ଲୋକ ନମାଜ ପଢୁଥିବାବେଳେ ହଠାତ ଆକ୍ରମଣ ହେବାରୁ ବାହାରି ପାରିନଥିଲେ । ଘଟଣାସ୍ଥଳରେ ଡଜନାଧିକ ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏହାସହ ଗୁଳି ଫୁଟିବାର କିଛି ସମୟ ପରେ ଲୋକେ ଛାନିଆରେ ମସଜିଦରୁ ଦୌଡି ଆସୁଥିବାର ଦେଖାଯାଇଥିଲା ।
Associated Press: New Zealand police say they have defused a number of improvised explosive devices found on vehicles after the Mosque shootings. https://t.co/g8sUlmGfsF
— ANI (@ANI) March 15, 2019 " class="align-text-top noRightClick twitterSection" data="
">Associated Press: New Zealand police say they have defused a number of improvised explosive devices found on vehicles after the Mosque shootings. https://t.co/g8sUlmGfsF
— ANI (@ANI) March 15, 2019Associated Press: New Zealand police say they have defused a number of improvised explosive devices found on vehicles after the Mosque shootings. https://t.co/g8sUlmGfsF
— ANI (@ANI) March 15, 2019
ଏହି ଆକ୍ରମଣକୁ ସାରା ବିଶ୍ବ ନିନ୍ଦା କରୁଥିବାବେଳେ ମୃତକଙ୍କ ପାଇଁ ସମବେଦନା ଜ୍ଞାପନ କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏହି ଘଟଣାରେ ମୃତକଙ୍କ ସମ୍ମାନରେ ଜାତୀୟ ପତାକାକୁ ଅର୍ଦ୍ଧନିମିତ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆକ୍ରମଣ ସମୟରେ ମସଜିଦରେ ନମାଜ ପାଠ କରିବାକୁ ବାଂଲାଦେଶ କ୍ରିକେଟ ଟିମ ଉପସ୍ଥିତ ଥିଲେ । ମାତ୍ର ଏମାନଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଏହି ଘଟଣା ପରେ ଖ୍ରୀଷ୍ଟଚର୍ଚ୍ଚରେ ସମସ୍ତ ସ୍କୁଲ, ବ୍ୟବସାୟୀ ସଙ୍ଗଠନ ଓ ସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ଲୋକଙ୍କୁ ଘରୁ ବାହାରିବାକୁ ପ୍ରଶାସନ ମନା କରିଛି । ତେବେ ଏହି ଘଟଣା ପରେ ବିସ୍ଫୋରକ ଭର୍ତ୍ତି କିଛି ଗାଡିକୁ ଜବତ କରି ଏଥିରେ ଥିବା ବୋମାକୁ ନିଷ୍କ୍ରିୟ କରାଯାଇଛି ବୋଲି ନ୍ୟୁଜିଲାଣ୍ଡ ପୋଲିସ କହିଛି ।
Out of respect and in condolence for all those killed in the terrorist attack in New Zealand, I have asked for flags to be flown at half-mast. pic.twitter.com/0qgIrmdgoH
— Scott Morrison (@ScottMorrisonMP) March 15, 2019 " class="align-text-top noRightClick twitterSection" data="
">Out of respect and in condolence for all those killed in the terrorist attack in New Zealand, I have asked for flags to be flown at half-mast. pic.twitter.com/0qgIrmdgoH
— Scott Morrison (@ScottMorrisonMP) March 15, 2019Out of respect and in condolence for all those killed in the terrorist attack in New Zealand, I have asked for flags to be flown at half-mast. pic.twitter.com/0qgIrmdgoH
— Scott Morrison (@ScottMorrisonMP) March 15, 2019
ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ 4 ଜଣଙ୍କୁ ହେପାଜତକୁ ନେଇଛି । ଏଥିରେ ଜଣେ ପୁରୁଷ ଓ 3 ଜଣ ମହିଳା ଅଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ କିଏ ବନ୍ଧୁକଧାରୀ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏହାସହ ଆହୁରି 2-3 ଜଣ ଆତତାୟୀ ଏଥିରେ ସମ୍ପୃକ୍ତ ଥିବାର ପୋଲିସ ସନ୍ଦେହ କରୁଛି । ଏହି ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନଥିବାବେଳେ ପୋଲିସ ଆତଙ୍କୀ ଲିଙ୍କ ନେଇ ତଦନ୍ତ ଚଲାଇଛି । ସୂଚନାନୁସାରେ ଘଟଣାସ୍ଥଳରୁ ମିଳିଥିବା ବନ୍ଧୁକରେ ଆତତାୟୀର ନାମ ଲେଖାଯାଇଥିବା ଜଣାପଡିଛି । ଏଥିରେ ଆଲେକଜେଣ୍ଡର ବିସୋନେଟ ଓରଫ ଲୁକା ଟ୍ରିନି ଲେଖାଯାଇଥିବା ସୂଚନା ମିଳିଛି ।