ETV Bharat / international

ଇଟାଲୀରେ କୋରୋନା: ହଜାରେ ଟପିଲା ମୃତ୍ୟୁ ସଂଖ୍ୟା - କୋରୋନା ଭାଇରସ

ଇଟାଲୀରେ କୋରୋନା ମୃତ୍ୟୁ ସଂଖ୍ୟା ହଜାରେ ଟପିଛି । ବର୍ତ୍ତମାନ ସୁଦ୍ଧା ଇଟାଲୀରେ 1016ଜଣଙ୍କର କୋରୋନା ଭାଇରସରେ ମୃତ୍ୟୁ ହୋଇଛି ।

Covid-19
ଇଟାଲୀରେ କୋରୋନା: ହଜାରେ ଟପିଲା ମୃତ୍ୟୁ ସଂଖ୍ୟା
author img

By

Published : Mar 13, 2020, 7:47 AM IST

ନୂଆଦିଲ୍ଲୀ: ଇଟାଲୀରେ କୋରୋନା ମୃତ୍ୟୁ ସଂଖ୍ୟା ହଜାରେ ଟପିଛି । ସରକାରୀ ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଇଟାଲୀରେ 1016ଜଣଙ୍କର କୋରୋନା ଭାଇରସରେ ମୃତ୍ୟୁ ହୋଇଛି । ସେହିପରି 15,113 ଜଣ ଆକ୍ରାନ୍ତ ଅଛନ୍ତି ।

ଚୀନ ପରେ ବିଶ୍ବରେ କୋରୋନାରେ ଅଧିକ ପ୍ରଭାବିତ ଦେଶ ହେଉଛି ଇଟାଲୀ । ସେଠାରେ ପାଖାପାଖି 15,113 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ କେବଳ ବୁଧବାର ହିଁ 2651 ଜଣଙ୍କ ରକ୍ତନମୂନା ପଜେଟିଭ୍‌ ଆସିଛି । ସେପଟେ 1258 ଜଣ ସୁସ୍ଥ ହୋଇଥିବା କୁହାଯାଉଛି । ଫଳରେ ଇଟାଲୀରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ଯାହାକି ୟୁରୋପରେ ପ୍ରଥମ ।

ଦୁଇସପ୍ତାହ ପୂର୍ବେ ଇଟାଲୀର 10ଟି ସହରକୁ ‘ରେର୍ଡ ଜୋନ’ ଘୋଷଣା କରାଯାଇଥିଲା । ସୂଚନାଥାଉକି, ଭାରତରେ କୋରୋନା ଆକ୍ରାନ୍ତରେ ଗତକାଲି ପ୍ରଥମ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.