ETV Bharat / international

କୋଭିଡ୍ -19: ବିଶ୍ବରେ ଇଟାଲୀରେ ସର୍ବାଧିକ 18,279 ମୃତ୍ୟୁ - କୋରୋନା ଭାଇରସ

ଗତ 24 ଘଣ୍ଟା ମଧ୍ୟରେ ଇଟାଲୀରେ 610 ଜଣଙ୍କର ମୃତ୍ୟୁ ପରେ ଦେଶରେ କୋରୋନାଭାଇରସ୍ ମହାମାରୀରେ ମୃତ୍ୟୁ ସଂଖ୍ୟା 18,279 କୁ ବୃଦ୍ଧି ପାଇଛି । ସିଭିଲ୍ ପ୍ରୋଟେକ୍ସନ୍ ଏଜେନ୍ସି ସୂଚନା ଦେଇ କହିଛନ୍ତି ଯେ, ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ଦେଶର ଡାକ୍ତରଖାନାଗୁଡ଼ିକ ଉପରେ ଚାପ କ୍ରମାଗତ ଭାବେ ହ୍ରାସ ପାଉଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 10, 2020, 6:17 PM IST

ରୋମ୍: ଇଟାଲୀରେ ପୂର୍ବ କିଛି ସପ୍ତାହ ଅପେକ୍ଷା କୋରୋନା ଜନିତ ମୃତ୍ୟୁ ହ୍ରାସ ପାଇଛି । ମାତ୍ର କୋରୋନା ମୃତ୍ୟୁ ସଂଖ୍ୟାରେ ଏବେ ଇଟାଲୀ ସବୁଠାରୁ ଆଗରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଇଟାଲୀରେ 610 ଜଣଙ୍କର ମୃତ୍ୟୁ ପରେ ଦେଶରେ କୋରୋନାଭାଇରସ୍ ମହାମାରୀରେ ମୃତ୍ୟୁ ସଂଖ୍ୟା 18,279 କୁ ବୃଦ୍ଧି ପାଇଛି । ସିଭିଲ୍ ପ୍ରୋଟେକ୍ସନ୍ ଏଜେନ୍ସି ସୂଚନା ଦେଇ କହିଛନ୍ତି ଯେ, ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ଦେଶର ଡାକ୍ତରଖାନାଗୁଡ଼ିକ ଉପରେ ଚାପ କ୍ରମାଗତ ଭାବେ ହ୍ରାସ ପାଉଛି ।

ଏକ ରିପୋର୍ଟରେ ସୂଚନା ରହିଛି ଯେ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଉସେପ କେଣ୍ଟେ ଗୁରୁବାର ବ୍ୟବସାୟିକ ନେତା ତଥା ଶ୍ରମିକ ନେତାମାନଙ୍କ ସହ ଏକ ଟେଲି କନଫରେନ୍ସ କରିଥିଲେ । ଯେଉଁଥିରେ ଦେଶରେ ଲାଗିଥିବା ଲକଡାଉନ ଉପରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ଦେଶରେ ଏପ୍ରିଲ 13 ପର୍ଯ୍ୟନ୍ତ ଲକଡାଉନ ରହିଛି । ଏହା ଆହୁରି ଅଧିକ ଦିନ ରହିବା ସମ୍ଭାବନା ରହିଛି ।

ତେବେ ଅର୍ଥନୀତି ଓ ବାଣିଜ୍ୟ ପ୍ରତିଷ୍ଠାନ କେବେ ଠାରୁ କାର୍ଯ୍ୟକାରୀ ହେବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ସଙ୍କଟ ସମୟରେ ସରକାରଙ୍କୁ ପରାମର୍ଶ ଦେଉଥିବା ବୈଜ୍ଞାନିକ ଓ ବୈଷୟିକ ପରିଷଦ ଦ୍ବାରା ନିର୍ଣ୍ଣୟ କରାଯିବ । ବର୍ତ୍ତମାନ ସୁଦ୍ଧା ଇଟାଲୀରେ କୋରୋନା ସଂକ୍ରମଣ ରିପୋର୍ଟ 146626 ରହିଛି । ମୃତ୍ୟୁ ସଂଖ୍ୟା 18279 ରହିଥିବା ବେଳେ 28470 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.