ETV Bharat / international

କୋରୋନା ୱାର୍ଲ୍ଡ ଅପଡ଼େଟ୍ : ୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା 8312 - କୋରୋନା ଭାଇରସ ମୃତ୍ୟୁ

ସମଗ୍ର ବିଶ୍ବରେ କୋରୋନା ସଂକ୍ରମିତ ସଂଖ୍ୟା ଦୁଇ ଲକ୍ଷକୁ ଟପିଛି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା 8312ରେ ପହଞ୍ଚିଛି । ଏହାସହ ଏହି କୋରାନର କବଳରୁ 83 ହଜାର 230ଲୋକ ଆରୋଗ୍ୟ ହୋଇଛନ୍ତି । ବିଶ୍ବର 170ରୁ ଉର୍ଦ୍ଧ୍ବ ଦେଶରେ କୋରୋନାର ଆତଙ୍କ ଜାରି ରହିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 18, 2020, 11:12 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଏବ ଚୀନରେ ଦୁର୍ବଳ ହେବାକୁ ଲାଗିଥିବା ବେଳେ ଚୀନ ବାହାରେ କାୟା ବିସ୍ତାର କରିବାରେ ଲାଗିଛି । ସଦ୍ୟ ସୂଚନା ଅନୁଯାୟୀ ସମଗ୍ର ବିଶ୍ବରେ କୋରୋନା ସଂକ୍ରମିତ ସଂଖ୍ୟା ଦୁଇ ଲକ୍ଷକୁ ଟପିଛି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା 8312ରେ ପହଞ୍ଚିଛି । ଏହାସହ ଏହି କୋରାନା କବଳରୁ 83 ହଜାର 230 ଜଣ ଆରୋଗ୍ୟ ହୋଇଛନ୍ତି । ବିଶ୍ବର 170ରୁ ଉର୍ଦ୍ଧ୍ବ ଦେଶରେ କୋରୋନାର ଆତଙ୍କ ଜାରି ରହିଛି ।

ଚୀନର ଉହାନ ପରେ ଏବେ ୟୁରୋପର ଅନେକ ଦେଶ ଏଥିରେ ବହୁ ମାତ୍ରାରେ ପ୍ରଭାବିତ ରହିଛନ୍ତି । ସଂକ୍ରମିତ, ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଇଟାଲୀରେ 31 ହଜାର 506 ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 2503 ରହିଛି । ସେହିପରି ଇରାନରେ ଆକ୍ରାନ୍ତଙ୍କ ସଂଖ୍ୟା 17361 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 1192ରେ ପହଞ୍ଚିଛି । ସ୍ପେନରେ 13910 ସଂକ୍ରମିତ ରିପୋର୍ଟ ରହିଥିବା ବେଳେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 2084ରହିଛି । ଜର୍ମାନୀରେ 11302 ସଂକ୍ରମିତ ରିପୋର୍ଟ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 1935 ରହିଛି । ଚୀନ ପରେ ଇଟାଲୀ ଓ ଇରାନ କୋରୋନାର ପ୍ରକୋପରେ ଅତ୍ୟଧିକ ପ୍ରଭାବିତ ରହିଛନ୍ତି । ଫ୍ରାନ୍ସ , ୟୁଏସଏ, ୟୁକେ,ଭାରତ, ଇଣ୍ଡୋନେସିଆ, ଥାଇଲାଣ୍ଡ, ଆଦି ଦେଶରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ସମଗ୍ର ବିଶ୍ବରେ ବର୍ତ୍ତମାନ କୋରୋନାରେ 2,08,476 ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି । ମୋଟ ମୃତ୍ୟୁ ସଂଖ୍ୟା 8312 ଥିବା ବେଳେ 83,230ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟ ପଟେ ଭାରତରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ କୋରୋନାରେ ଦିଲ୍ଲୀ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ତିନୋଟି ମୃତ୍ୟୁ ମାମଲା ରହିଛି । ସଦ୍ୟ ରିପୋର୍ଟ ଅନୁଯାୟୀ 126 ଭାରତୀୟ ଓ 25 ବିଦେଶୀ ନାଗରିକଙ୍କ ସମେତ ସମଗ୍ର ଭାରତରେ COVID-19 ମାମଲାର 151କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.