ETV Bharat / international

ହ୍ରାସ ପାଇନି କୋରୋନା ଭାଇରସ ପ୍ରଭାବ: WHO

author img

By

Published : Jun 2, 2020, 9:01 AM IST

ଇଟାଲୀ ଡାକ୍ତରଙ୍କ ଦାବିକୁ ଖଣ୍ଡନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏତେ ଶୀଘ୍ର ଶେଷ ହେବ ନାହିଁ କୋରୋନା । ଏଥିପାଇଁ ଅଧିକ ସତର୍କ ରହିବାକୁ କହିଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଅଧିକ ପଢନ୍ତୁ...

ହ୍ରାସ ପାଇନି କୋରୋନା ଭାଇରସ ପ୍ରଭାବ: WHO
ହ୍ରାସ ପାଇନି କୋରୋନା ଭାଇରସ ପ୍ରଭାବ: WHO

ଜେନିଭା: ଇଟାଲୀ ଡାକ୍ତରଙ୍କ ଦାବିକୁ ଖଣ୍ଡନ କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ହଠାତ କୋରୋନା ଭାଇରସ କମ ରୋଗଗ୍ରସ୍ତ ହୋଇପାରିବ ନାହିଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ଏପରି ଭାବନା ନିଶ୍ଚିତ ମୁର୍ଖାମୀ ହେବ । ଏଥିପାଇଁ ଅଧିକ ସତର୍କ ହେବାକୁ ପଡିବ । ଭୂତାଣୁ ନିଜସ୍ବ ରୋଗଗ୍ରସ୍ତ ଶକ୍ତି କମାଇ ପାରିବ ନାହିଁ ବୋଲି WHO ଜରୁରୀକାଳୀନ ନିର୍ଦ୍ଦେଶକ ମାଇକେଲ ରିୟାନ କହିଛନ୍ତି ।

ସୋମବାର ଦିନ WHO ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଥିଲେ ଦେଶରେ କୋରୋନା ଭାଇରସ ନାହିଁ ବୋଲି ଯେଉଁ ଡାକ୍ତର ଦାବି କରିଥିଲେ ତାକୁ ସମର୍ଥନ କରିଥିବାର କୌଣସି ପ୍ରମାଣ ପତ୍ର ନାହିଁ ।

ମିଲାନର ସାନ ରାଫେଲ ହସ୍ପିଟାଲର ମୁଖ୍ୟ ଆଲବର୍ଟୋ ଜାଙ୍ଗ୍ରିଲୋ ରବିବାର ଦିନ ରାୟ ଟେଲିଭିଜନରେ ଏକ ସାକ୍ଷାତକାରରେ କହିଥିଲେ, ଇଟାଲୀରେ ବର୍ତ୍ତମାନ କୌଣସି ଭୂତାଣୁ ନାହିଁ । ଗତ 10 ଦିନ ମଧ୍ୟରେ କରାଯାଇଥିବା ସ୍ବାବ ପରୀକ୍ଷାରେ ଏକ ଭାଇରାଲ୍ ଲୋଡ୍ ଦେଖାଇଥିଲା ଯାହା ପୂର୍ବ ଏକ ମାସ କିମ୍ବା ଦୁଇମାସ କରାଯାଇଥିବା ପରୀକ୍ଷା ତୁଳନାରେ କୋରୋନା ଭାଇରସ ବହୁତ କମ ହୋଇଯାଇଛି ।

ଚୀନରେ ଆରମ୍ଭ ହୋଇଥିବା ଏହି ଭୂତାଣୁ ସମଗ୍ର ବିଶ୍ୱରେ ବିପଦ ସୃଷ୍ଟି କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂତାଣୁ ଯୋଗୁଁ ସାଢେ 3 ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି, ଅଧିକାଂଶ ମୃତ୍ୟୁ ଆମେରିକାରେ ଘଟିଛି । ୟୁରୋପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଇଟାଲୀ ମଧ୍ୟ ଏହି ସଙ୍କଟ ସହିତ କିଛି ସମୟ ଧରି ସଂଘର୍ଷ କରିଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.