ETV Bharat / international

କୋରୋନା ମୃତ୍ୟୁ ସହ ବଢିବାରେ ଲାଗିଛି ବେରୋଜଗାର ଚିନ୍ତା

author img

By

Published : Apr 3, 2020, 6:09 PM IST

ଆଖି ପିଛୁଳାକେ ବ୍ୟାପି ଚାଲିଛି କୋରୋନା ସଂକ୍ରମଣ । ନ୍ୟୁୟର୍କ, ଇଟାଲୀ ଓ ସ୍ପେନରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ଜନିତ ମୃତକଙ୍କ ସଂଖ୍ୟା । ଅନ୍ୟପଟେ ଖାଲି ହେବାରେ ଲାଗିଛି କର୍ମକ୍ଷେତ୍ର ।

cornavirus death, unemployement for coronavirus, corona in us-europe, coronavirus news, coronavirus update, କୋରୋନା ମୃତ୍ୟୁ, ବେରୋଜଗାର ଚିନ୍ତା, କୋରୋନା ପାଇଁ ବେରୋଜଗାର, ୟୁଏସ-ୟୁରୋପରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, କୋରନା ଭାଇରସ ଅପଡେଟ
କୋରୋନା ମୃତ୍ୟୁ ସହ ବଢିବାରେ ଲାଗିଛି ବେରୋଜଗାର ଚିନ୍ତା

ନ୍ୟୁୟର୍କ: ଯୁକ୍ତରାଜ୍ୟରେ ଆଖି ପିଛୁଳାକେ ବ୍ୟାପି ଚାଲିଛି କୋରୋନା ସଂକ୍ରମଣ । ନ୍ୟୁୟର୍କ, ଇଟାଲୀ ଓ ସ୍ପେନରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ଜନିତ ମୃତକଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ଏଠାରେ ଶହ ଶହ ମୁଣ୍ଡ ଗଡିଥିବା ବେଳେ ଅନ୍ୟପଟେ ଖାଲି ହେବାରେ ଲାଗିଛି କର୍ମକ୍ଷେତ୍ର ।

ସହରର ବିଭିନ୍ନ କୋଣରେ ଦେଖିବାକୁ ମିଳୁଛି ହୃଦୟ ବିଦାରକ ଦୃଶ୍ୟ । କେଉଁଠି କୁଢ କୁଢ ମୃତଦେହ ଜମା ହୋଇ ରହିଛି ତ କେଉଁଠି ପୁଣି ଆତ୍ମୀୟଙ୍କ ମର ଶରୀରକୁ ଆଉ କିଛି ଦିନ ସାଇତି ରଖିବା ପାଇଁ ଗୁହାରୀ କରୁଛନ୍ତି ପରିବାର ଲୋକେ । ଏନେଇ ଜନ ହପକିନ୍ସ ୟୁନିଭର୍ସିଟିର କହିବା ଅନୁଯାୟୀ ପ୍ରକୃତ ମୃତ୍ୟୁ ସଂଖ୍ୟା ଏବେବି ଅସ୍ପଷ୍ଟ । ଏହା ବାସ୍ତବତାଠାରୁ ଅଧିକ ଭୟଙ୍କର । ଏମିତି ଅନେକ ଅଛନ୍ତି ଯେଉଁମାନଙ୍କର ଟେଷ୍ଟିଂ ହୋଇପାରୁନାହିଁ କିମ୍ବା ସେମାନେ କୋରୋନାର ଲକ୍ଷଣକୁ ଠିକ ଭାବେ ଜାଣିପାରୁନାହାନ୍ତି । ଫଳରେ ବିନା ଟେଷ୍ଟିଂ ଯୋଗୁଁ ଅକାଳରେ ମଉଳି ଯାଉଛି ଅନେକ ମୂଲ୍ୟବାନ ଜୀବନ ।

ଗୁରୁବାର ସ୍ପେନରେ 950 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଇଟାଲୀରେ 760ଙ୍କ ମୃତ୍ୟୁ ସମେତ ଏଠାରେ ମୋଟ ମୃତ୍ୟୁ ସଂଖ୍ୟା 10,000ରେ ପହଞ୍ଚିଛି । ଅନ୍ୟପଟେ ଏଠାରେ ମୃତ୍ୟୁ ହାର ଓ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ କମୁଛି ସତ ହେଲେ ଥମିବାର ନାମ ନେଉ ନାହିଁ ମୃତ୍ୟୁସଂଖ୍ୟା । ସେପଟେ ଫ୍ରାନ୍ସରେ ଗୁରୁବାର 471 ମୃତ୍ୟୁ ସହିତ ମୋଟ ମୃତ୍ୟସଂଖ୍ୟା 4500ରେ ପହଞ୍ଚିଛି ।

ଏହି କାରଣରୁ ଏବେ ଯୁକ୍ତରାଜ୍ୟର 90 ପ୍ରତିଶତ କର୍ମଜୀବୀଙ୍କୁ ୱାର୍କ ଫ୍ରମ ହୋମ ଅର୍ଡର ଦିଆଯାଇଛି । ଫଳରେ ଅର୍ଦ୍ଧାଧିକ ଫ୍ୟାକ୍ଟ୍ରି, ରେସ୍ତୋରାଁ, ଷ୍ଟୋର ଓ ଅନ୍ୟାନ୍ୟ ବ୍ୟବସାୟରେ ଏବେ ଝୁଲିଛି ତାଲା । ବୃତ୍ତି ଅଭାବରୁ ଏବେ ପୁଣି ସୃଷ୍ଟି ହୋଇଛି ବେରୋଜଗାର ଭୟ । ଯାହା 1930ର ଦୁଃଖକୁ ପୁନରାବୃତ୍ତି କରିପାରେ ବୋଲି ମତ ଦେଇଛନ୍ତି ବୁଦ୍ଧିଜୀବୀ।

ଆକଳନ ମୁତାବକ ୟୁରୋପରେ ପ୍ରାୟ 1 ମିଲିନୟ ଲୋକେ ନିଜ ଜୀବିକ ହରାଇଛନ୍ତି। ସ୍ପେନରେ 3 ଲକ୍ଷ ଓ ୟୁଏସରେ 2,45,000 ଲୋକେ ପ୍ରଭାବିତ ହେବା ନେଇ ଆକଳନ କରାଯାଇଛି । ତେଣୁ କୋରୋନା ନା ଯେ କେବଳ ସ୍ବାସ୍ଥ୍ୟଗତ ବିପତ୍ତି ଆଣିଛି ବରଂ ଏହା ଆର୍ଥିକ ଓ ମାନସିକ ମହାମାରୀ ମଧ୍ୟ କହିଲେ କିଛି ଭୁଲ ହେବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.