ETV Bharat / international

ସ୍ପେନରେ କରୋନା ମୃତ୍ୟୁ ସଂଖ୍ୟା 760 ଟପିଲା

author img

By

Published : Mar 19, 2020, 9:02 PM IST

ସ୍ପେନରେ କରୋନା ଭୂତାଣୁରେ ମୃତ୍ୟୁ ସଂଖ୍ୟା 767ରେ ପହଞ୍ଚିଛି । ଅଧିକ ପଢନ୍ତୁ...

Coronavirus death toll hits 767 in Spain, 30 percent jump in 24 hours
ସ୍ପେନରେ କୋରୋନା ମୃତ୍ୟୁ ସଂଖ୍ୟା 760 ଟପିଲା

ମାଦ୍ରିଦ:ସ୍ପେନରେ କୋରାନା ଭୂତାଣୁରେ ମୃତ୍ୟୁ ସଂଖ୍ୟା 767ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟାରେ 30 ପ୍ରତିଶତ ବୃଦ୍ଧି ପାଇଛି ।

ଗୁରୁବାର ସୁଦ୍ଧା ଦେଶରେ ମୋଟ 17ହଜାର 1ଶହ 47 ଜଣ ଲୋକ କରୋନାରେ ପଜିଟିଭ ଥିବାଜଣାପଡିଛି । ସେହିପରି 13 ହଜାର 7ଶହ 16 ଲୋକା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ 1ହଜାର 1ଶହ 7ଜଣ ଲୋକ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇଥିବା ସରକାରୀ ସୂତ୍ରରୁ କୁହାଯାଇଛି ।

ସ୍ପେନରେ କରୋନା ଭୂତାଣୁ ଦ୍ରୃତ ଗତିରେ ସଂକ୍ରମିତ ହେଉଥିବା ବେଳେ ଏଥିପାଇଁ ସରକାରଙ୍କ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଦେଶର ସ୍ବାସ୍ଥ୍ୟ ବିଭାଗ 20 ହଜାର ରୋଗୀଙ୍କ ସହ ଫୋନରେ ପ୍ରତ୍ୟକ୍ଷ ଯୋଗାଯୋଗରେ ରହିଥିବା ପ୍ରକାଶ କରାଯାଇଛି । ସେହିପରି ଭୂତାଣୁ ଚିହ୍ନଟ ପାଇଁ ଏକାଧିକ ପାଥୋଲୋଜି ଓ କରୋନା ୱାର୍ଡ ଖୋଲାଯାଇଛି । ସରକାର ଏଥିପାଇଁ ବିଶେଷ ଯତ୍ନଶୀଳ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.