ETV Bharat / international

ଋଷରେ ପୁଣି ବଢିଲା କୋଭିଡ୍ ସଂକ୍ରମଣ, ହଠାତ୍ ବନ୍ଦ କରିବାକୁ ପଡିଲା ସ୍କୁଲ - ହଠାତ୍ ଛୁଟି କରିବାକୁ ପଡିଲା ସ୍କୁଲ

ପ୍ରଥମ କୋରୋନା ଟିକା ବାହାର କରି ଚର୍ଚ୍ଚାରେ ଥିବା ଦେଶରେ ପୁଣି ଥରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଅଚାନକ ସ୍କୁଲ ବନ୍ଦ କରିବାକୁ ଘୋଷଣା କଲା ଋଷ । ଅଧିକ ପଢନ୍ତୁ...

Corona virus cases started increasing again in Russia
ଋଷରେ ପୁଣି ବଢିଲା କୋଭିଡ୍ ସଂକ୍ରମଣ, ହଠାତ୍ ବନ୍ଦ କରିବାକୁ ପଡିଲା ସ୍କୁଲ
author img

By

Published : Oct 6, 2020, 12:32 PM IST

ନୂଆଦିଲ୍ଲୀ: ଗତ କିଛି ମାସ ହେବ ବିଶ୍ବରେ ତାଣ୍ଡବ ରଚିଛି ମହାମାରୀ କୋରୋନା ଭୂତାଣୁ । ଦେଶ କ୍ରମାଗତ ଭାବରେ ରେକର୍ଡ ସଂଖ୍ୟକ କୋଭିଡ୍ ମାମଲା ରେକର୍ଡ କରୁଛି । ପ୍ରଥମ କୋରୋନା ଟିକା ବାହାର କରି ଚର୍ଚ୍ଚାରେ ଥିବା ଦେଶରେ ପୁଣି ଥରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଛି । ସୋମବାର ଦିନ ଋଷରେ 10,888 ନୂତନ ମାମଲା ରିପୋର୍ଟ ହୋଇଥିବା ବେଳେ ସେଥିମଧ୍ୟରୁ 3,537 ଟି ରାଜଧାନୀ ମସ୍କୋରୁ ଆସିଛି । ମେ ମାସ ପରଠାରୁ ଏହା ଦିନିକିଆ ସର୍ବାଧିକ ବୋଲି ସୂଚନା ରହିଛି ।

ଅଧିକାରୀଙ୍କ କହିବା ଅନୁଯାୟୀ, କୋରୋନାରେ ୧୧୭ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨୧,୪୭୫ରେ ପହଞ୍ଚିଛି । କୋରୋନା ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରୁ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୨୫,୮୮୯ରେ ପହଞ୍ଚିଛି । ସୋମବାର ଦିନ କୋରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍କୁଲଗୁଡିକ ହଠାତ୍ ଛୁଟି ଘୋଷଣା କରିବାକୁ ପଡିଥିଲା। ବିଦ୍ୟାଳୟରେ ଅତି କମରେ 30 ପ୍ରତିଶତ କର୍ମଚାରୀ ଆବଶ୍ୟକ ଥିଲେ। ମସ୍କୋ ମେୟର ଗତ ସପ୍ତାହରେ ପ୍ରାୟ 15 ଦିନ ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଥିଲେ ଏବଂ ଅତିକମରେ 30 ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଧିକାରୀମାନେ ଏବେ ପୁଣି ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯିବା ନେଇ ବିଚାର କରୁଛନ୍ତି ।

କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭଙ୍କ ମୁତାବିକ ଲକ୍‌ଡାଉନ୍‌ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ , କିନ୍ତୁ ସମସ୍ତେ ସାମାଜିକ ଦୂରତା ମାନିବାକୁ ବାଧ୍ୟ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ବର ସର୍ବପ୍ରଥମ କୋରୋନା ଟିକା ଋଷ ନିଜ ନାମରେ ରେଜିଷ୍ଟର କରିଥିବା ବେଳେ ଦ୍ବିତୀୟ ଟିକା ପରୀକ୍ଷା ମଧ୍ୟ ଶେଷ ହୋଇଯାଇଛି ଏବଂ ଏହା ଖୁବଶୀଘ୍ର ରେଜିଷ୍ଟର କରିବାକୁ ପ୍ରସ୍ତୁତ ହେଉଛି। ରାଷ୍ଟ୍ରପତି ପୁତିନ ପୂର୍ବରୁ କହିଥିଲେ କି ଚଳିତ ମାସରେ (ଅକ୍ଟୋବର)ରେ କୋରୋନାର ଦ୍ବିତୀୟ ଟିକା ଆଣିବା ପାଇଁ ପ୍ରସ୍ତୁତି ଚାଲିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.