ETV Bharat / international

ଆଗଧାଡିର ବିଦେଶୀ କର୍ମୀଙ୍କ ନାଗରିକତ୍ବ ପ୍ରସଙ୍ଗ: ମୁହଁ ଖୋଲିଲେ ପ୍ରୀତି ପଟେଲ - ୟୁକେରେ ଲକଜାଉନ

ଗୃହ ସଚିବ ପ୍ରୀତି ପଟେଲ କହିଥିଲେ କି ଏହି ବିଦେଶୀ କର୍ମୀମାନଙ୍କୁ ଦେଶର ସେବା ପାଇଁ ପୁରସ୍କାର ସ୍ବରୂପ ୟୁକେରେ ନାଗରିକତ୍ବ ପ୍ରଦାନ କରାଯିବ । ହେଲେ ଏହି ପ୍ରସଙ୍ଗରେ ଶନିବାର ପୁଣି ମୁହଁ ଖୋଲିଛନ୍ତି ପ୍ରୀତି ।

citizenship for foreign key workers, uk immigration law, citizenship for foreign key worker in uk, foreign key workers in uk, lockdown in uk, ଆଗ ଧାଡିର ବିଦେଶୀ କର୍ମୀଙ୍କୁ ନାଗରିକତ୍ବ, ଆଗ ଧାଡିର ବିଦେଶୀ କର୍ମୀଙ୍କୁ ୟୁକେରେ ନାଗରିକତ୍ବ, ୟୁକେରେ ଲକଜାଉନ, ୟୁକେ ଇମିଗ୍ରେସନ ଆଇନ
ଆଗ ଧାଡିର ବିଦେଶୀ କର୍ମୀଙ୍କ ନାଗରିକତ୍ବ ପ୍ରସଙ୍ଗ: ମୁହଁ ଖୋଲିଲେ ପ୍ରୀତି ପଟେଲ
author img

By

Published : May 23, 2020, 8:07 PM IST

ଲଣ୍ଡନ: କୋରୋନା ମୁକାବିଲାରେ ଅନେକ ବିଦେଶୀ ନାଗରିକ ଆଗଧାଡିରେ ଦାୟିତ୍ବ ତୁଲାଉଥିବା ବେଳେ ଏମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲା ୟୁକେ । ଗୃହ ସଚିବ ପ୍ରୀତି ପଟେଲ ଏନେଇ କହିଥିଲେ କି ଏହି ବିଦେଶୀ କର୍ମୀମାନଙ୍କୁ ଦେଶର ସେବା ପାଇଁ ପୁରସ୍କାର ସ୍ବରୂପ ୟୁକେରେ ନାଗରିକତ୍ବ ପ୍ରଦାନ କରାଯିବ । ହେଲେ ଏହି ପ୍ରସଙ୍ଗରେ ଶନିବାର ପୁଣି ମୁହଁ ଖୋଲିଛନ୍ତି ପ୍ରୀତି ।

ସେ କହିଛନ୍ତି କି କୋରୋନା ମୁକାବିଲା ପାଇଁ ଅନେକ ବିଦେଶୀ ସ୍ବାସ୍ଥ୍ୟ କର୍ମଚାରୀ ନିଜ ସମୟ ଦେଇଛନ୍ତି । ଦେଶ ସେମାନଙ୍କ କର୍ତ୍ତବ୍ୟନିଷ୍ଠକୁ ସମ୍ମାନ ଦେଇ ସେମାନଙ୍କୁ ସୁବିଧା ସ୍ବରୂପ ବାର୍ଷିକ ସ୍ବାସ୍ଥ୍ୟ ସୁବିଧା ଆକାରରେ 400 ପାଉଣ୍ଡ ପ୍ରଦାନ କରୁଛି । ହେଲେ ଏହି ସୁବିଧା ପ୍ରତିବଦଳରେ ଦେଶ ସେମାନଙ୍କୁ ନାଗରିକତ୍ବ ପ୍ରଦାନ କରିବା ପାଇଁ ଚିନ୍ତା କରୁଛି । ଶୁକ୍ରବାର ଦୈନିକ ବିବରଣୀ ଦେବା ସମୟରେ ଏହି ପ୍ରସଙ୍ଗକୁ ନେଇ ପଚରା ଯିବାରୁ ସେ ବିଷୟରୁ ଓହରି ଅନ୍ୟ ଦିଗକୁ ଦୃଷ୍ଟି ଆକର୍ଷଣ କରିଥିଲେ ।

ଜବାବ ଦେଇ ସେ କହିଛନ୍ତି କି ଦେଶର ଇମିଗ୍ରେସନ ଆଇନ ଅତି ଜଟିଳ । ସେଥିରେ ପୁଣି ଲକଡାଉନ କଟକଣା ଯୋଡି ହେବାରୁ ଅଧିକ ଜଟିଳ ହୋଇଛି ଏହି ପ୍ରକ୍ରିୟା । ତେବେ ଏନଏଚଏସରେ ଥିବା ବିଦେଶୀ କର୍ମୀ ଓ ସୋସିଆଲ କେୟାର ୱାର୍କରଙ୍କ ପାଇଁ ଏହି ନାଗରିକତ୍ବ ପ୍ରଦାନ ପାଇଁ ଆଇନର ସହମତି ରହିବା ଦରକାର । ତେବେ ବର୍ତ୍ତମାନ ସୁଦ୍ଧା ଏହି ଇମିଗ୍ରେସନ ଓ ସୋସିଆଲ ସିକ୍ୟୁରିଟି ବିଲ ଗୃହରେ ଆଗତ ହୋଇନଥିବା ନେଇ ପ୍ରୀତି ସ୍ପଷ୍ଟ କରିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ଗୁରୁବାର ଘୋଷଣା କରିଛନ୍ତି କି ବିଦେଶୀ ଏନଏଚଏସ କର୍ମୀ ଓ ସୋସିଆଲ କେୟାର ୱାର୍କର ସ୍ବାସ୍ଥ୍ୟ ସେବାର ସୁବିଧା ଉଠାଇବା ପାଇଁ ଦିଆଯାଇଥିବା ସରଚାର୍ଜ ବା ଅତିରିକ୍ତ ଅର୍ଥ ଆଉ ଦିଆଯିବ ନାହିଁ । ଏଥିସହ ଲକଡାଉନ ପାଇଁ ଓ ସେଲ୍ଫ ଆଇସୋଲେସନ ପାଇଁ ଦେଶରେ ଫସି ରହିଥିବା ବିଦେଶୀ ନାଗରିକ ନିଜର ଭିସା ଅବଧି ବୃଦ୍ଧି କରିପାରିବେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.