ETV Bharat / international

ମ୍ୟୁଜିୟମରେ ସଂରକ୍ଷିତ ହେବ ଚର୍ଚ୍ଚିଲଙ୍କ ପ୍ରତିମୂର୍ତ୍ତୀ - ୱିନଷ୍ଟନ ଚର୍ଚ୍ଚିଲ

ପ୍ରତିମୂର୍ତ୍ତୀକୁ ବିକ୍ଷୋଭକାରୀଙ୍କଠାରୁ ସୁରକ୍ଷା ପ୍ରଦାନ କରିବା ପାଇଁ ପରବର୍ତ୍ତୀ ସମୟରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ହେଲେ ଚର୍ଚ୍ଚିଲଙ୍କ ପାଇଁ ଏହା ଯଥେଷ୍ଟ ନୁହେଁ ବୋଲି ମତ ଦେଇଛନ୍ତି ତାଙ୍କ ନାତୁଣୀ ଏମ୍ମା ସୋଏମ୍ସ ।

anti-racism protest in england, winsten churchill, safety for winsten churchill's statue, ଇଂଲଣ୍ଡରେ ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନ, ୱିନଷ୍ଟନ ଚର୍ଚ୍ଚିଲ, ୱିନଷ୍ଟନ ଚର୍ଚ୍ଚିଲଙ୍କ ପ୍ରତିମୂର୍ତ୍ତୀର ସୁରକ୍ଷା
ମ୍ୟୁଜିଅମରେ ସଂରକ୍ଷିତ ହେବ ଚର୍ଚ୍ଚିଲଙ୍କ ପ୍ରତିମୂର୍ତ୍ତୀ
author img

By

Published : Jun 15, 2020, 8:13 AM IST

ଲଣ୍ଡନ: ଆମେରିକା ଓ ଇଂଲଣ୍ଡରେ ଜୋର ଧରିଥିବା ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନରେ ବିକ୍ଷୋଭକାରୀମାନେ ହିତାହିତ ଜ୍ଞାନ ଭୁଲି ହିଂସାରେ ନିବୃତ୍ତ ରହିଥିବା ଦେଖିବାକୁ ମିଳିଛି । ଏହି ହିଂସାର ଶିକାର ହୋଇ ଅନେକ ସ୍ବାଧୀନତା ସଂଗ୍ରାମୀ ତଥା ନେତାଙ୍କ ପ୍ରତିମୂର୍ତ୍ତୀ ଭଙ୍ଗାଯାଇଥିବା ଖବର କାହାକୁ ଅଛପା ନୁହେଁ । ତେବେ ଏହି କ୍ରୋଧର ବଶବର୍ତ୍ତୀ ହୋଇ ବିକ୍ଷୋଭକାରୀମାନେ ବ୍ରିଟିଶ ଯୁଦ୍ଧର ମହାନାୟକ ୱିନଷ୍ଟନ ଚର୍ଚ୍ଚିଲଙ୍କ ପ୍ରତିମୂର୍ତ୍ତୀ ମଧ୍ୟ ଭଙ୍ଗାଯାଇଥିବା ଦେଖାଯାଇଥିଲା ।

ତେବେ ପ୍ରତିମୂର୍ତ୍ତୀକୁ ବିକ୍ଷୋଭକାରୀଙ୍କଠାରୁ ସୁରକ୍ଷା ପ୍ରଦାନ କରିବା ପାଇଁ ପରବର୍ତ୍ତୀ ସମୟରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ହେଲେ ଚର୍ଚ୍ଚିଲଙ୍କ ପାଇଁ ଏହା ଯଥେଷ୍ଟ ନୁହେଁ ବୋଲି ମତ ଦେଇଛନ୍ତି ତାଙ୍କ ନାତୁଣୀ ଏମ୍ମା ସୋଏମ୍ସ । ସେ ଏନେଇ ପ୍ରତିକ୍ରିୟା ଦେଇ କହିଥିଲେ କି ଚର୍ଚ୍ଚିଲ ସ୍ବଭାବରେ ଜଣେ ଜଟିଳ ମଣିଷ ହୋଇଥିଲେ ମଧ୍ୟ ସେ ଅନେକଙ୍କ ପାଇଁ ହିରୋ ଥିଲେ । ହେଲେ ବିକ୍ଷୋଭ ପାଇଁ ଚର୍ଚ୍ଚିଲଙ୍କ ପ୍ରତିମୂର୍ତ୍ତୀକୁ ଅନ୍ୟତ୍ର ସ୍ଥାନାନ୍ତର ଖବର ତାଙ୍କୁ ଦୁଃଖିତ କରିଥିଲା । ଏହାର କାରଣ ଜାଣିଥିଲେ ବି ସୋଏମ୍ସ ଚର୍ଚ୍ଚିଲଙ୍କ ପ୍ରତିମୂର୍ତ୍ତୀର ଅଧିକ ସୁରକ୍ଷା ପାଇଁ ଦାବି କରିଛନ୍ତି ।

ଏଥିପାଇଁ ଚର୍ଚ୍ଚିଲଙ୍କ ପ୍ରତିମୂର୍ତ୍ତୀକୁ ମ୍ୟୁଜିୟମରେ ରଖିବା ପାଇଁ ସେ ଦାବି କରିଛନ୍ତି । ଏନେଇ ଲଣ୍ଡନ ମେୟର ସାଦିକ ଖାନ କହିଛନ୍ତି କି ବିକ୍ଷୋଭକାରୀଙ୍କ କ୍ରୋଧରୁ ଚର୍ଚ୍ଚିଲ ଓ ନେଲସନ ମାଣ୍ଡେଲାଙ୍କ ପରି ମହାନାୟକଙ୍କ ସୁରକ୍ଷା ପ୍ରଦାନ କରିବା ଅତି ଗୁରୁତ୍ବପୂର୍ଣ୍ଣ ବିଷୟ । ତେଣୁ ଖୁବଶୀଘ୍ର ଏମାନଙ୍କ ପ୍ରତିମବର୍ତ୍ତୀକୁ ମ୍ୟୁଜିଅମକୁ ସ୍ଥାନାନ୍ତର କରାଯିବାର ଆବଶ୍ୟକତା ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.