ETV Bharat / international

ବିଶ୍ବବାସୀଙ୍କ ହୃଦୟ ଜିଣୁଛନ୍ତି କାନ୍ସବାସୀ

author img

By

Published : Apr 22, 2020, 6:04 PM IST

ଫ୍ରାନ୍ସର କାନ୍ସ ସହରରେ ପ୍ରସିଦ୍ଧ ରେଡ କାର୍ପେଟରେ ଲାଗିଥାଏ ସାରା ବିଶ୍ବର ସେଲିବ୍ରିଟିଙ୍କ ଗହଳି । ନାଲି ଗାଲିଚାରେ ବିଖ୍ୟାତ ଡିଜାଇନରଙ୍କ ମହଙ୍ଗା ଡ୍ରେସ ପିନ୍ଧି ସେଲିବ୍ରିଟି ଓ ମଡେଲ ଚାଲିବାର ଦୃଶ୍ୟ ଏବର୍ଷ କିନ୍ତୁ ଦେଖିବାକୁ ମିଳିବ ନାହିଁ । ଅଧିକ ପଢନ୍ତୁ...

ବିଶ୍ବବାସୀଙ୍କ ହୃଦୟ ଜିଣୁଛନ୍ତି କାନ୍ସବାସୀ
ବିଶ୍ବବାସୀଙ୍କ ହୃଦୟ ଜିଣୁଛନ୍ତି କାନ୍ସବାସୀ

କାନ୍ସ(ଫ୍ରାନ୍ସ): ସାରା ବିଶ୍ବରେ କୋଭିଡ 19 ଯୋଗୁଁ ମଚିଛି ହାହାକାର । କୋରୋନା ଭୂତାଣୁ କବଳରେ ପ୍ରାୟ ସମସ୍ତ ଦେଶ ପଡିସାରିଛନ୍ତି । 25 ଲକ୍ଷରୁ ଅଧିକ ଲୋକେ ଆକ୍ରାନ୍ତ ହେବା ସହ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ଏସବୁ ଭିତରେ ସବୁଠାରୁ ବଡ କଥା ହେଉଛି ବାରବୁଲାଙ୍କ ଥଇଥାନ ବ୍ୟବସ୍ଥା । ଅନେକ ଦେଶରେ ଏହି ସମସ୍ୟା ଦେଖାଦେଇଛି । ଯେଉଁମାନଙ୍କ ଘର ନାହିଁ ସେମାନଙ୍କୁ ରଖିବାରେ ସମସ୍ୟା ଦେଖାଦେଇଛି । ତେବେ ବିଶ୍ବର ଏପରି କଷ୍ଟକର ସମୟରେ ଫ୍ରାନ୍ସର କାନ୍ସ ସହର ଏକ ମହତ କାର୍ଯ୍ୟ ପାଇଁ ପ୍ରଶଂସା ସାଉଁଟୁଛି । କାନ୍ସ ସହର ଫିଲ୍ମ ଫେଷ୍ଟିଭାଲ ପାଇଁ ପ୍ରସିଦ୍ଧ । ହେଲେ ଏଥର ରେଡ କାର୍ପେଟ ବଦଳରେ ଯାଯାବର ଲୋକଙ୍କ ପାଇଁ କାନ୍ସବାସୀ ବିଛାଇଛନ୍ତି ବିଛଣା ।

ବାରବୁଲା ଲୋକଙ୍କ ରହିବାର ସମସ୍ତ ବନ୍ଦୋବସ୍ତ କରିଛନ୍ତି । ବିଛଣା ସହ ଲୋକଙ୍କ ପାଇଁ ଖାଇବାର ବ୍ୟବସ୍ଥା ମଧ୍ୟ ହୋଇଛି । କ୍ୟାଣ୍ଟିନ ଖୋଲାଯିବା ସହ ଖାନା ଦିଆଯାଉଛି । ପଲାଇସ ବିଲ୍ଡିଂରେ 80 ଲୋକଙ୍କ ରହିବାର ସମସ୍ତ ପ୍ରକାର ଆୟୋଜନ ହୋଇଛି । ଏହାସହ ସୁରକ୍ଷା ଓ ସ୍ବାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନ ଦେଇଛନ୍ତି କାନ୍ସବାସୀ । ସଂକ୍ରମଣ ଯେପରି ନବ୍ୟାପିବ ସେଥିପାଇଁ ସାନିଟାଇଜକୁ ଗୁରୁତ୍ବ ଦିଆଯାଇଛି ।

ଫ୍ରାନ୍ସର କାନ୍ସ ସହରରେ ପ୍ରସିଦ୍ଧ ରେଡ କାର୍ପେଟରେ ଲାଗିଥାଏ ସାରା ବିଶ୍ବର ସେଲିବ୍ରିଟିଙ୍କ ଗହଳି । ନାଲି ଗାଲିଚାରେ ବିଖ୍ୟାତ ଡିଜାଇନରଙ୍କ ମହଙ୍ଗା ଡ୍ରେସ ପିନ୍ଧି ସେଲିବ୍ରିଟି ଓ ମଡେଲ ଚାଲିବାର ଦୃଶ୍ୟ ଏବର୍ଷ କିନ୍ତୁ ଦେଖିବାକୁ ମିଳିବ ନାହିଁ । କୋରୋନା ଯୋଗୁଁ ସବୁବେଳେ ଭିଡ ଥିବା ସହର ଏବେ ଖାଲି ଖାଲି ଲାଗୁଛି । କାନ୍ସ ଫେଷ୍ଟିଭାଲ ସିନା ବାତିଲ ହୋଇଛି, ହେଲେ ସାରା ବିଶ୍ବର ଲୋକଙ୍କ ଦିଲ ଜିତିନେଇଛନ୍ତି କାନ୍ସ ସହରବାସୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.