ETV Bharat / international

ବିଟ୍ରିଶ ଏୟାରୱେଜର ବିଶ୍ବବ୍ୟାପୀ ଧର୍ମଘଟ, ଫସି ରହିଛନ୍ତି 3 ଲକ୍ଷ ଯାତ୍ରୀ

ବିଶ୍ବବ୍ୟାପୀ ବିଟ୍ରିଶ ଏୟାରୱେଜର ଧର୍ମଘଟ । 48 ଘଣ୍ଟା ଧରି ହୋଇଥିବା ଧର୍ମଘଟରେ 3 ଲକ୍ଷ ଯାତ୍ରୀ ପ୍ରଭାବିତ ।

British airways pilots
author img

By

Published : Sep 10, 2019, 10:35 AM IST

ଲଣ୍ଡନ: ସାରା ଦେଶରେ ବିଟ୍ରିଶ ଏୟାରୱେଜର ଧର୍ମଘଟ । ସ୍ଥିତି ଏପରି ହୋଇଛି ଯେ, ଆଗାମୀ ଦିନରେ ବିମାନ ଉଡିବ କି ନାହିଁ ତାହା ଅନିଶ୍ଚିତ ରହିଛି । ଗତ ସୋମବାର ଠୁ ଆରମ୍ଭ ହୋଇଥିବା 48 ଘଣ୍ଟିଆ ଧର୍ମଘଟରେ ପ୍ରାୟ 3 ଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ତେବେ ବିଟ୍ରିଶ ଇତିହାସରେ ପାଇଲଟମାନଙ୍କ ଏହା ସବୁଠାରୁ ବଡ ଆନ୍ଦୋଳନ ।

ସୂଚନାଯୋଗ୍ୟ, ବିଟ୍ରିଶର ବୃହତ ଏୟାରଲାଇନ୍ସ ଓ ଏହାର 43000 ପାଇଲଟଙ୍କ ବେତନ ବୃଦ୍ଧିକୁ ନେଇ ଗତ ମାସରୁ ବିବାଦ ଆରମ୍ଭ ହୋଇଥିଲା । ଏୟାରଲାଇନ୍ସ ପକ୍ଷରୁ ମାତ୍ର 11.5 ପ୍ରତିଶତ ବେତନ ବୃଦ୍ଧିକୁ ନେଇ ଆପତ୍ତି ଉଠାଇଥିଲେ ବିଟ୍ରିଶ ଏୟାରଲାଇନ୍ସ ପାଇଲଟ ଆସୋସିଏସନ(ବିଏଏଲପିଏ) । ଫଳରେ ଗତ ସୋମବାର 850 ଉଡାଣ ରଦ୍ଦ କରାଯାଇଛି ।

ବିଏଏଲପିଏ ଗତ ମାସରେ ନୋଟିସ ଜାରି କରି ସେପ୍ଟେମ୍ବରରେ ହିଁ କାର୍ଯ୍ୟାନୁଷ୍ଠାନର ସ୍ପଷ୍ଟ କରିଥିଲେ । ଆଜି ଓ ଆସନ୍ତାକାଲି ପରେ 27 ସେପ୍ଟେମ୍ବରରେ ଧର୍ମଘଟର ଯୋଜନା ରଖାଯାଇଛି । ସେପଟେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୁଇ ପକ୍ଷର ଶୁଣାଣିଲାଗି ଲାଗି ଶୁକ୍ରବାର ଏକ ବୈଠକ ଡାକିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.