ETV Bharat / international

Ukraine Crisis: ଅନ୍ତର୍ଜାତୀୟ ବଜାରକୁ ଝଟକା, ଖସିଲା Cryptocurrency-Bitcoin - ଋଷିଆ ୟୁକ୍ରେନ ଯୁଦ୍ଧ

ୟୁକ୍ରେନ ଉପରେ ଋଷ ଆକ୍ରମଣ ମଧ୍ୟରେ ଅନ୍ତର୍ଜାତୀୟ ବଜାରକୁ ଲାଗିଲା ଆଉ ଏକ ଝଟକା । ଅଶୋଧିତ ତୈଳ ଦର ବୃଦ୍ଧି ପରେ ହ୍ରାସ ପାଇଲା କ୍ରିପ୍ଟୋ କରେନ୍ସି ଏବଂ ବିଟକଏନ। ଅଧିକ ପଢନ୍ତୁ

Russia Ukraine War: ଅନ୍ତର୍ଜାତୀୟ ବଜାରକୁ ଝଟକା, ଖସିଲା କ୍ରିପ୍ଟୋକରେନ୍ସୀ-ବିଟକଏନ

author img

By

Published : Feb 24, 2022, 4:46 PM IST

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ମଧ୍ୟରେ ଅନ୍ତର୍ଜାତୀୟ ବଜାରକୁ ଲାଗିଲା ଆଉ ଏକ ଝଟକା । ପୂର୍ବରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଥିବାବେଳେ ଏବେ କ୍ରିପ୍ଟୋ କରେନ୍ସି ଏବଂ ବିଟକଏନ ଉପରେ ପଡିଛି ପ୍ରଭାବ । ବିଟକଏନ ପ୍ରାୟ ୮ % ତଳକୁ ଖସି ୩୪,୯୩୨.୦୭ ଡଲାରରେ ପହଞ୍ଚିଛି ।

ସେହିପରି ଦ୍ୱିତୀୟ ସର୍ବବୃହତ କ୍ରିପ୍ଟୋ କରେନ୍ସି ଇଥିରିୟମ ମଧ୍ୟ ୧୦ % ହ୍ରାସପାଇ ବର୍ତ୍ତମାନ ୨,୩୭୬.୧୯ ଡଲାରରେ ପହଞ୍ଚିଛି । ସେହିଭଳି ଅନ୍ୟ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ଯେମିତିକି ଡଗିକଏନ ୧୨ ପ୍ରତିଶତ, ଶିବାଇ ଆଇଏନୟୁ ୧୦ ପ୍ରତିଶତ, ପୋଲକାଡଟ ୧୦ ପ୍ରତିଶତ ଏବଂ ପଲିଗନ ୧୨ ପ୍ରତିଶତ ତଳକୁ ଖସି ଥିବାବେଳେ ଏକ୍ସଆରପି ପ୍ରତିଶତ ୯% ତଳକୁ ଖସିଛି ।

ଏହା ମଧ୍ୟ ପଢନ୍ତୁ:- Russia Ukraine War: ବିଶ୍ବ ଧନୀଙ୍କୁ ଲାଗିଲା ଝଟକା

ତେବେ ଦୀର୍ଘଦିନ ଧରି ଋଷର ୟୁକ୍ରେନ ଉପରେ ହମଲା ଆଶଙ୍କା ଆଜି(ଗୁରୁବାର) ସତ ହୋଇଛି । ଆଜି ସକାଳୁ ସକାଳୁ ୟୁକ୍ରେନ ଉପରେ ଅତର୍କିତ ଆକ୍ରମଣ କରିଛି ଋଷ । ଏହାର ପ୍ରଭାବ ସେୟାର ମାର୍କେଟ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ବହୁ ଚୁକ୍ତିନାମା ଉପରେ ପ୍ରଭାବ ପକାଇଛି ।

ସେୟାର ମାର୍କେଟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୧ ପ୍ରତିଶତ ବିକ୍ରି କମିଥିବା ନେଇ କହିଛନ୍ତି ମଡରେକ୍ସର ସିଇଓ ତଥା କୋ-ଫାଉଣ୍ଡର ଇଦୁଲ ପଟେଲ । ସେ କହିଛନ୍ତି ଯେ, ଆଗାମୀ କିଛି ସପ୍ତାହ ପାଇଁ କ୍ରିପ୍ଟୋ ବଜାର ଉପରେ ଏହାର ପ୍ରଭାବ ରହିବ । ବଜାରରେ ଅସ୍ଥିରତା ଦେଖାଯିବ । ଯାହାର ପ୍ରଭାବ ଅର୍ଥନୈତିକ ବଜାର ଉପରେ ମଧ୍ୟ ରହିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.