ପର୍ତ୍ତୁଗାଲର ଦେଶର ନାଁ ତ ଆପଣ ନିଶ୍ଚୟ ଶୁଣିଥିବେ । ଏହା ୟୁରୋପ ମହାଦେଶରେ ସ୍ଥିତ ଏକ ଦେଶ ଅଟେ । ଆଉ ଆପଣ ଯଦି ଫୁଟବଲ ପ୍ରେମୀ ଅଟନ୍ତି ତେବେ ପର୍ତ୍ତୁଗାଲ ବିଷୟରେ ନିଶ୍ଚୟ ଜାଣିଥିବେ । କାରଣ ଫୁଟବଲ ଖେଳୁଥିବା ଦୁନିଆର ଅଗ୍ରଣୀ ଦେଶ ମାନଙ୍କ ମଧ୍ୟରେ ରହିଛି ପର୍ତ୍ତୁଗାଲ । ଏହି ଦେଶରେ ଏମିତି ଅନେକ କଥା ଅଛି ଯାହା ଏହାକୁ ବିଶ୍ବର ଅନ୍ୟ ଦେଶ ଠାରୁ ଭିନ୍ନ କରେ । ଯେମିତିକି ଏଠାକାର ଭାଷା, ଚାଲି ଚଳଣି, ବେଶ-ପୋଷାକ ଓ ସଂସ୍କୃତି । ଅଧିକାରୀକ ଭାବେ ଏହି ଦେଶକୁ ପର୍ତ୍ତୁଗାଲ ଗଣରାଜ୍ୟ ବୋଲି କୁହାଯାଏ । ଏହାର ସ୍ଥାପନା 1128 ଖ୍ରୀଷ୍ଟାବ୍ଦରେ ହୋଇଥିଲା ଓ ଏହି କାରଣରୁ ଏହାକୁ ସବୁଠାରୁ ପୁରୁଣା ଦେଶ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ ।
ପର୍ତ୍ତୁଗାଲରେ ୟୁନେସ୍କୋର ବିଶ୍ବ ଐତିହ୍ୟ ସ୍ଥଳର ମାନ୍ୟତା ପାଇଥିବା ସ୍ଥାନ ମାନଙ୍କର ସଂଖ୍ୟା 15 ଅଟେ । ଯେଉଁଥିରେ ସାମିଲ ରହିଛି ଅଲକୋବାକା ମଠ, ବଟାଲା ମଠ ଓ ଅଲ୍ଟୋ ଡୋରୋ ୱାଇନ କ୍ଷେତ୍ର ସାମିଲ ରହିଛି । ସବୁଠୁ ଅଧିକ ବିଶ୍ବ ଐତିହ୍ୟ ସ୍ଥଳ ତାଲିକାରେ ଏହି ଦେଶ ୟୁରୋପରେ ଅଷ୍ଟମ ଓ ବିଶ୍ବରେ 17ତମ ସ୍ଥାନ ଅଧିକାର କରିଛି ।
ପର୍ତ୍ତୁଗାଲର କୋୟମ୍ବରା ବିଶ୍ବବିଦ୍ୟାଳୟ ବିଶ୍ବର ସର୍ବପୁରାତନ ବିଶ୍ବବିଦ୍ୟାଳୟ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହାର ସ୍ଥାପନା 1290 ଖ୍ରୀଷ୍ଟାବ୍ଦରେ ଲିସ୍ବନ ସହରରେ ହୋଇଥିଲା । ଏହାର ପାଠାଗାର ବା ଲାଇବ୍ରେରୀଟି ହେଉଛି ସବୁଠାରୁ ଖାସ । ଏହାର କାନ୍ଥ ଗୁଡିକୁ ସୁନାରେ ଛାଉଣି ହୋଇଛି । ଏହାସହ ଏହାର ପୁସ୍ଥକ ଗୁଡ଼ିକୁ ଊଇ ଠାରୁ ସୁରକ୍ଷିତ ରଖିବା ପାଇଁ ଏଠାରେ ଅଜବ ବ୍ୟବସ୍ଥା କରାଯାଇଛି । ଏଠାରେ ବାଦୁଡ଼ି ମାନଙ୍କୁ ପୋଷା ଯାଇଛି ଯେଉଁମାନେ ଊଇକୁ ଖାଇ ସଫା କରି ଦିଅନ୍ତି । କେବଳ ସେତିକି ନୁହେଁ ଏହି ପାଠାଗାରରେ ଏମିତି ପି ପୁସ୍ଥକ ରହିଛି ଯେଉଁଥିରେ ସୁନାର ମଲାଟ ଲଗାଯାଇଛି ।
ପର୍ତ୍ତୁଗାଲର ଆଉ ଏକ ବିଶେଷ କଥା ହେଉଛି, ଏହା ଭାସ୍କୋଡାଗାମାଙ୍କ ଜନ୍ମସ୍ଥାନ । ଯାହାଙ୍କ ବିଷୟରେ କୁହାଯାଏ ଯେ ସେ 1498 ମସିହାରେ ସମୁଦ୍ର ମାର୍ଗ ଦେଇ ଭାରତକୁ ଆବିସ୍କାର କରିଥିଲେ । ପର୍ତ୍ତୁଗାଲ ଲିସ୍ବନ ଠାରେ ଭାସ୍କୋଡାଗାମାଙ୍କ ନାମରେ ଏକ ପୋଲ ରହିଛି, ଯାହାକୁ ୟୁରୋପର ସବୁଠାରୁ ଲମ୍ବା ପୋଲ ବୋଲି ବିଶ୍ବାସ କରାଯାଏ । ଏହି ପୋଲର ଲମ୍ବ 17 ହଜାର ମିଟର ଠାରୁ ବି ଅଧିକ ।
ବିଶ୍ବର ସବୁଠାରୁ ବଡ ଆମଲେଟ ତିଆରି କରିବାର ରେକର୍ଡ ମଧ୍ୟ ପର୍ତ୍ତୁଗାଲ ପାଖରେ ରହିଛି । ଏଠାରେ ଜଣେ ଶେଫ 2012 ମସିହାରେ ବିଶ୍ବର ସବୁଠାରୁ ବଡ଼ ଅମଲେଟ ତିଆରି କରିଥିଲେ, ଯାହାର ଓଜନ 6.466 ଟନ ଅର୍ଥାତ ପ୍ରାୟ 5443 କିଗ୍ରାରୁ ଅଧିକ ଥିଲା ।
ପାଣି ତଳେ ଥିବା ବିଶ୍ବର ସବୁଠାରୁ ବଡ଼ କୃତ୍ରିମ ପାର୍କ ପର୍ତ୍ତୁଗାଲରେ ରହିଛି । ଏହାକୁ ‘ଓଶିୟନ ରିଭାଇଭଲ ଅଣ୍ଡରୱାଟର ପାର୍କ’ ବୋଲି କୁହାଯାଏ ।