ବ୍ରାଜିଲ: ବ୍ରାଜିଲର ରିଓଡି ଜେନେରିଓରୋ ପୋଲିସ ଓ ଡ୍ରଗ୍ସ ବେପାରୀ ମଧ୍ୟରେ ଗୁଳି ବିନିମୟ । ଏଥିରେ ଅତି କମରେ 25 ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହ 4 ଜଣ ଆହତ ହୋଇଥିବା ଜଣାପଡିଛି । ଆସୋସିଏଟେଡ୍ ପ୍ରେସ ଏକ ବାର୍ତ୍ତାରେ 24 ଜଣ ଅପରାଧୀଙ୍କ ମୃତ୍ୟୁ ହୋଇଥିବା ପୂର୍ବରୁ ନିଶ୍ଚିତ କରିଥିଲା ।
ସ୍ଥାନୀୟ ଗଣମାଧ୍ୟମ ଖବର ଅନୁଯାୟୀ, ପୋଲିସକୁ ଦେଖି ସେଠାରେ ଲୋକେ ଖସି ଯିବାକୁ ଚେଷ୍ଟା କରିଥିଲେ ହେଲେ ବିଫଳ ହୋଇଥିଲେ । ଏପଟେ ଜଣେ ନିରୀହ ଲୋକକୁ ପୋଲିସ ହତ୍ୟା କରିଥିବା ଲୋକେ ଅଭିଯୋଗ ଆଣିଛନ୍ତି ।
ଏନେଇ ରିଏର ସିଭିଲ ପୋଲିସର ଜଣେ ଅଧିକାରୀ ନିର୍ଯାତନା ଦିଆଯାଇଥିବା ଖବରକୁ ଖଣ୍ଡନ କରିଛନ୍ତି । ଏଥିରେ କୌଣସି ସନ୍ଧିଗ୍ଧ ବ୍ୟକ୍ତି ନିହତ ହୋଇନାହାନ୍ତି ସେମାନେ ସମସ୍ତେ ଅପରାଧି ଥିଲେ । ଯେଉଁମାନେ ଆମ ପୋଲିସ ଅଧିକାରୀଙ୍କ ଜୀବନ ନେବାକୁ ଚେଷ୍ଟା କରିଥିଲେ ଏବଂ ଫଳରେ ଗୁଳି ଚାଳନା ବ୍ୟତିତ ଅନ୍ୟ କୌଣସି ବିକଳ୍ପ ନଥିଲା ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ପରେ ପୋଲିସ 6 ଜଣଙ୍କୁ ଗିରଫ କରିବା ସହ 16ଟି ପିସ୍ତଲ, 6 ଟି ରାଇଫଲ, 12ଟି ଗ୍ରେନେଡ ଏବଂ ବନ୍ଧୁକ ଜବତ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ