ETV Bharat / international

ଅଜରବେଜାନ-ଆରମେନିଆ ଅସ୍ତ୍ରବିରତି ପାଇଁ ରାଜି

author img

By

Published : Oct 10, 2020, 7:14 AM IST

ଅଜରବେଜାନ ଓ ଆରମେନିଆ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ହେବ ପରିସମାପ୍ତି । ଅସ୍ତ୍ରବିରତି ପାଇଁ ଉଭୟ ଦେଶ ରାଜି । ଅଧିକ ପଢନ୍ତୁ...

ଯୁଦ୍ଧର ଅନ୍ତ ! ଅଜରବେଜାନ-ଆରମେନିଆ ଅସ୍ତ୍ରବିରତି ପାଇଁ ରାଜି

ମସ୍କୋ: ଅଜରବେଜାନ ଓ ଆରମେନିଆ କିଛିଦିନ ଧରି ଚାଲିଥିବା ଯୁଦ୍ଧ ଭଳି ସ୍ଥିତିରେ ଲାଗିବ ବିରାମ । ଉଭୟ ରାଷ୍ଟ୍ର ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ସୂଚନା। ପରସ୍ପର ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଉଭୟ ରାଷ୍ଟ୍ରଙ୍କ ସହମତି।

ଅକ୍ଟୋବର 10 ତାରିଖ ମଧ୍ୟରାତିରେ ଉଭୟ ରାଷ୍ଟ୍ର ଅସ୍ତ୍ରବିରତି ପାଇଁ ରାଜି ହେବା ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ବାଟ ଖୋଜିବେ ବୋଲି ରାଜି ହୋଇଥିବା ଋଷ ବୈଦେଶିକ ମନ୍ତ୍ରୀ ସର୍ଜେ ଲାଭରୋଭ କହିଛନ୍ତି ।

ସୂଚନାଥାଉକି, ବିବାଦୀୟ ସ୍ଥାନ ନଗୋର୍ଣ୍ଣା-କାରାବାକ ଅଞ୍ଚଳକୁ ନେଇ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି । ସେପ୍ଟେମ୍ବର 27 ତାରିଖରୁ ଉଭୟ ଦେଶ ଏହି ଅଞ୍ଚଳରେ ଅସ୍ତ୍ରବିରତି ଉଲଘଂନ କରିବାରୁ ଯୁଦ୍ଧ ସ୍ଥିତି ଦେଖାଦେଇଛି । ପରିସ୍ଥିତି ଏପରି ହୋଇଛି ଯେ, ଉଭୟ ଦେଶ ଉଭୟଙ୍କ ଉପରେ ମିସାଇଲ ମାଡ କରିଛନ୍ତି । ଯେଉଁଥିରେ ଅନେକ ଧନଜୀବନ କ୍ଷତି ହୋଇଛି ।

ଏହି ଯୁଦ୍ଧକୁ ପ୍ରଶମିତ କରିବାକୁ ଋଷ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ କରାଯାଇଥିଲା । ଋଷର ମଧ୍ୟସ୍ଥତାରେ ଉଭୟ ଦେଶର ପ୍ରତିନିଧି ପାଖାପାଖି 10 ଘଣ୍ଟା ଆଲୋଚନା କରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି । ତେବେ ଜାତିସଂଘ ଅନୁସାରେ ବିବାଦୀୟ ସ୍ଥାନ ନଗୋର୍ଣ୍ଣା-କାରାବାକ ଅଞ୍ଚଳ ଅଜରବେଜାନର ହୋଇଥିବାବେଳେ ଆରମେନିଆ ଏହା ଉପରେ ନିଜର ଆଧିପତ୍ୟ ଜାହିର କରୁଛି । 1994 ମସିହାରୁ ଏହା ଏକ ସମସ୍ୟା ରୂପରେ ଦୁଇ ଦେଶ ମଧ୍ୟରେ ଛିଡା ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.