ETV Bharat / international

ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚନରେ ଆଣ୍ଡ୍ରେଜେ ଡୁଡାଙ୍କ ବାଜିମାତ୍‌

author img

By

Published : Jul 14, 2020, 1:01 AM IST

ପୋଲାଣ୍ଡରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ । ଏଥିରେ ପୁଣି ବାଜିମାତ କରିଛନ୍ତି ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା । ଏଥିସହ ଦେଶରେ ନିଜର ଦ୍ବିତୀୟ ପାଳି ଆରମ୍ଭ କରିଛନ୍ତି ଆଣ୍ଡ୍ରେଜେ । ଅଧିକ ପଢ଼ନ୍ତୁ...

poland presidential election, poland president Andrzej Duda, poland latest news, corona situation in poland, ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚନ, ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା, ପୋଲାଣ୍ଡ ଲାଟେଷ୍ଟ ନ୍ୟୁଜ୍‌, ପୋଲାଣ୍ଡରେ କୋରୋନା ସ୍ଥିତି
ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚନରେ ଆଣ୍ଡ୍ରେଜେ ଡୁଡାଙ୍କ ବାଜିମାତ୍‌

ୱାର୍ସ: ପୋଲାଣ୍ଡରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ । ଏଥିରେ ପୁଣି ବାଜିମାତ କରିଛନ୍ତି ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା । ଏଥିସହ ଦେଶରେ ନିଜର ଦ୍ବିତୀୟ ପାଳି ଆରମ୍ଭ କରିଛନ୍ତି ଆଣ୍ଡ୍ରେଜେ । ବିରୋଧୀ ସମର୍ଥିତ ପ୍ରତିଦ୍ବନ୍ଦୀ ତଥା ୱାର୍ସ ମେୟର ରାଫାଲ ଟ୍ରାଜାସ୍କୋସ୍କି ବିରୋଧରେ ନିର୍ବାଚନ ଜିତି ଆଣ୍ଡେଜେ ଦେଶରେ ନିଜର ଦ୍ବିତୀୟ ପାଳି ଆରମ୍ଭ କରିଥିବା ସୁନିଶ୍ଚିତ କରିଛନ୍ତି । ଏନେଇ ସୋମବାର ସୂଚନା ଦେଇଛି ଜାତୀୟ ନିର୍ବାଚନ କମିଶନ (ପିକେଡବ୍ଲୁ) ।

ଚଳିତ ନିର୍ବାଚନରେ ଆଣ୍ଡ୍ରେଜେ ଗଭର୍ଣ୍ଣିଂ ଲ’ ଓ ଜଷ୍ଟିସ ପାର୍ଟିର ସମର୍ଥନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ଏଥିରେ ସେ 51.21 ପ୍ରତିଶତ ଭୋଟରେ ସେ ବାଜିମାତ କରିଥିଲେ । ଅପରପକ୍ଷରେ ପ୍ରତିଦ୍ବନ୍ଦିତା କରୁଥିବା ଟ୍ରାଜାସ୍କୋସ୍କି ମାତ୍ର 48.79 ପ୍ରତିଶତ ଭୋଟରେ ପରାଜୟ ବରଣ କରିଛନ୍ତି । ଏନେଇ ପିକେଡବ୍ଲୁ ମୁଖ୍ୟ ସିଲୱେଷ୍ଟର ମାର୍କିନିଆକଙ୍କ କହିବା ଅନୁଯାୟୀ ୱାର୍ସ ସମେତ 5ଟି ବାଲଟ ବିଦେଶରେ ଅନୁଷ୍ଠିତ ହୋଇଥିବା ବେଳେ ଏହା ଫଳାଫଳକୁ ବିଶେଷ ପ୍ରଭାବିତ କରିବ ନାହିଁ ।

ସେପଟେ ଏକ୍ସିଟ ପୋଲ ଅନୁଯାୟୀ ଡୁଡାଙ୍କ ବିଜୟ ନେଇ ମାତ୍ର 0.8 ପ୍ରତିଶତ ସମ୍ଭାବନା ରହିଥିଲା । ହେଲେ ବିଳମ୍ବରେ ହୋଇଥିବା କ୍ରମାଗତ ଦୁଇଟି ମତଦାନ ପ୍ରକ୍ରିୟା ଡୁଡାଙ୍କ ବିଜୟ ସମ୍ଭାବନାକୁ 2 ପ୍ରତିଶତ ବୃଦ୍ଧି କରିବାରେ ସାହାଯ୍ୟ କରିଥିଲା । ଯାହା ତଳିତ ନିର୍ବାଚନରେ ତାଙ୍କର ବିଜୟ ସହ ଦେଶରେ ଦ୍ବିତୀୟ ଶାସନ ପାଳିକୁ ସୁନିଶ୍ଚିତ କରିଥିଲା । ସେପଟେ ନିର୍ବାଚନ ଲଢେଇକୁ ଶେଷ କରିବା ସହ ନିଜ ବିଜୟ ପାଳନ କରିବା ପାଇଁ ଡୁଡା ନିଜ ପ୍ରତିଦ୍ବନ୍ଦୀ ଟ୍ରାଜାସ୍କୋସ୍କି ଓ ତାଙ୍କ ପତ୍ନୀଙ୍କୁ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରିଥିଲେ । ଏଠାରେ ଉଭୟେ କରମର୍ଦ୍ଦନ କରିବା ସହ ଏକ ନୂଆ ପାଳିର ଘୋଷଣା କରିଥିଲେ ଡୁଡା ।

ସୂଚନା ମୁତବାକ ଗତ ମେ’ 10ରୁ ଦେଶରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କୋରୋନା ମହାମାରି ପାଇଁ ଏହି ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତ ସଂଖ୍ୟା 37,891ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 1571ରେ ପହଞ୍ଚିଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.