ETV Bharat / international

ଜୁନ 1ରୁ ୟୁକେରେ ଖୋଲିବ ସମସ୍ତ ପ୍ରାଥମିକ ସ୍କୁଲ

author img

By

Published : May 25, 2020, 10:07 PM IST

ଖୁବ ଶୀଘ୍ର ଲଣ୍ଡନରେ ସ୍ବାଭାବିକ ହେବାକୁ ଯାଉଛି ଶିକ୍ଷା ବ୍ୟବସ୍ଥା । ସୂଚନା ମୁତାବକ ଦେଶରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଜୁନ ପହିଲାରୁ ଖୋଲିବାକୁ ଥିବା ବେଳେ ମାଧ୍ୟମିକ ବିଦ୍ୟାଳୟ ସବୁ ଜୁନ 15 ସୁଦ୍ଧା ଖୋଲାଯିବ ।

primary schools to reopen in uk, schools to reopen in uk, education system in uk, boris johnson, ୟୁକେରେ ଖୋଲିବ ପ୍ରାଥମିକ ସ୍କୁଲ, ୟୁକେରେ ଶିକ୍ଷା ବ୍ୟବସ୍ଥା, ୟୁକେରେ ଖୋଲିବ ସ୍କୁଲ, ବୋରିଶ ଜନଶନ
ଜୁନ 1ରୁ ୟୁକେରେ ଖୋଲିବ ସମସ୍ତ ପ୍ରାଥମିକ ସ୍କୁଲ

ଲଣ୍ଡନ: ଖୁବ ଶୀଘ୍ର ଲଣ୍ଡନରେ ସ୍ବାଭାବିକ ହେବାକୁ ଯାଉଛି ଶିକ୍ଷା ବ୍ୟବସ୍ଥା । ଏନେଇ ସୋମବାର ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଦେଶରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଜୁନ ପହିଲାରୁ ଖୋଲିବାକୁ ଥିବା ବେଳେ ମାଧ୍ୟମିକ ବିଦ୍ୟାଳୟ ସବୁ ଜୁନ 15 ସୁଦ୍ଧା ଖୋଲାଯିବ । ସେହିପରି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଓ ଷଷ୍ଠ ଶ୍ରେଣୀର ପିଲାମାନେ ପ୍ରଥମେ ସ୍କୁଲ ଯିବା ନେଇ ନିଷ୍ପତ୍ତି ହୋଇଛି ।

ଡାଉନିଂ ଷ୍ଟ୍ରିଟରେ ଦୈନନ୍ଦିନ କୋଭିଡ-19 ସ୍ଥିତି ବିବରଣୀ ଦେବା ସମୟରେ ଏହା ପ୍ରକାଶ କରିଥିଲେ ବୋରିଶ । ସେ ଏହା ମଧ୍ୟ କହିଛନ୍ତି କି ଖୁବଶୀଘ୍ର ଦେଶ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ କୋହଳ ନୀତିକୁ ଉନ୍ନୀତ ହେବ । ଏନେଇ ଦେଶରେ ବିଦ୍ୟାଳୟଗୁଡିକ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ଦେଶମାନେ ଧିରେ ଧିରେ ସ୍ବାଭାବିକ ହେବାକୁ ଯାଇ ବିଦ୍ୟାଳୟମାନ ଖୋଲୁଥିବା ବେଳେ ଲଣ୍ଡନରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜରରେ ରଖି ବିଦ୍ୟାଳୟ ଖୋଲାଯିବ ।

ସମାନ ଭାବେ ଜୁନ 15ରୁ ମାଧ୍ୟମିକ ଶିକ୍ଷାର ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲ ଫେରିବା ନେଇ ସ୍ପଷ୍ଟ କରାଯାଇଛି । ହେଲେ ଏସମସ୍ତ ପଦକ୍ଷେପ ସହ ପିଲାମାନଙ୍କୁ ସୁରକ୍ଷା ପଦକ୍ଷେପ ଯଥା ମାସ୍କ, ସାନିଟାଇଜର ଓ ଗ୍ଲୋବ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏନେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା ପରେ ଶିକ୍ଷା ସଚିବ ଗାଭିନ ୱିଲିୟମସନ ଏହା ଘୋଷଣା କରିଛନ୍ତି । ଏନେଇ ବୋରିଶ କହିଛନ୍ତି କି ଦେଶର ସମସ୍ତ ସ୍କୁଲ ବର୍ତ୍ତମାନ ଖୋଲିବା ପରିସ୍ଥିତିରେ ନଥିଲେ ସରକାର ଏହି ସ୍କୁଲଗୁଡିକୁ ସ୍ବାଭାବିକ ହେବାରେ ସାହାଯ୍ୟ କରିବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.