ମସ୍କୋ: ସୋମବାର ସକାଳେ ଋଷିଆର ପର୍ମ ସିଟିରେ ଗୁଳିକାଣ୍ଡ । ଜଣେ ଅଜଣା ବ୍ୟକ୍ତି କରିଛି ଏଭଳି ଗୁଳି ବର୍ଷଣ । ଘଟଣାରେ ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହି ଗୁଳିକାଣ୍ଡ ଘଟାଇଥିବା ଗନ୍ମ୍ୟାନକୁ ଅଟକ ରଖାଯାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
-
Shooting at Russia's Perm state university by shooter named Timur using shotgun. Shooter is detained
— Enemy Slayer (@EnemySlayer24_7) September 20, 2021 " class="align-text-top noRightClick twitterSection" data="
Reports of multiple casualty . pic.twitter.com/tpge1qdjgY
">Shooting at Russia's Perm state university by shooter named Timur using shotgun. Shooter is detained
— Enemy Slayer (@EnemySlayer24_7) September 20, 2021
Reports of multiple casualty . pic.twitter.com/tpge1qdjgYShooting at Russia's Perm state university by shooter named Timur using shotgun. Shooter is detained
— Enemy Slayer (@EnemySlayer24_7) September 20, 2021
Reports of multiple casualty . pic.twitter.com/tpge1qdjgY
ସୋସିଆଲ ମିଡ଼ିଆରେ ସେୟାର କରାଯାଇଥିବା ଏକ ଭିଡ଼ିଓରେ ଭୟରେ ଛାତ୍ରଛାତ୍ରୀ ଝରକା ଦେଇ ବାହାରକୁ ବାହାରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଜଣେ ବନ୍ଧୁକଧାରୀ ଆଜି(ସୋମବାର) ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବିଶ୍ବବିଦ୍ୟାଳୟ ପରିସରରେ ପହଞ୍ଚିଥିଲା । ଏହାପରେ ବିଶ୍ବବିଦ୍ୟାଳୟ ଭିତରକୁ ପ୍ରବେଶ କରିବା ମାତ୍ରେ ଆଖି ପିଛୁଳାକେ ଗୁଳି ବର୍ଷଣ କରିଥିଲା । ଏହି ଗୁଳିକାଣ୍ଡରୁ ବର୍ତ୍ତିବା ପାଇଁ କିଛି ଛାତ୍ରଛାତ୍ରୀ ଅଡ଼ିଟୋରିଅମରେ ନିଜକୁ ବନ୍ଦ କରି ରଖିଥିବା ବେଳେ ଆଉ କିଛି ଜୀବନ ବିକଳରେ ଝରକା ପଟେ ତଳକୁ ଡେଇଁଥିଲେ ।
-
reports of another school shooting in Russia; this time at Perm State University. Russian agencies say there are casualties. pic.twitter.com/jkeyGDLO05
— Mike Eckel (@Mike_Eckel) September 20, 2021 " class="align-text-top noRightClick twitterSection" data="
">reports of another school shooting in Russia; this time at Perm State University. Russian agencies say there are casualties. pic.twitter.com/jkeyGDLO05
— Mike Eckel (@Mike_Eckel) September 20, 2021reports of another school shooting in Russia; this time at Perm State University. Russian agencies say there are casualties. pic.twitter.com/jkeyGDLO05
— Mike Eckel (@Mike_Eckel) September 20, 2021
ଏ ସମ୍ପର୍କରେ ଖବର ପାଇବା ପରେ ସୁରକ୍ଷାକର୍ମୀ ତୁରନ୍ତ ବିଶ୍ବବିଦ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ସେମାନେ ଆକ୍ରମଣକାରୀକୁ ଧରିବାରେ ସକ୍ଷମ ହୋଇଥିଲେ । ଏହି ଆକ୍ରମଣକାରୀକୁ ୧୮ ବର୍ଷ ବୟସ ହୋଇଥିବା ବେଳେ ସେ ଉକ୍ତ ବିଶ୍ବବିଦ୍ୟାଳୟର ଛାତ୍ର ବୋଲି ପ୍ରାଥମିକ ପର୍ଯ୍ୟାୟରୁ ସୂଚନା ମିଳିଛି । ଏହି ଆକ୍ରମଣକାରୀ ନିକଟରେ 'ଟ୍ରମାଟିକ୍'(ହ୍ୟାଣ୍ଡଗନ୍ ଯେଉଁଥିରେ କ୍ଷୀପ୍ର ବେଗରେ ରବର ବୁଲେଟ୍ ବାହାରିଥାଏ) ।
ଏହି ଆକ୍ରମଣ ସମୟରେ ବିଶ୍ବବିଦ୍ୟାଳୟ ପରିସରରେ ଥିବା ସମସ୍ତଙ୍କୁ ୟୁନିଭର୍ସିଟି ଛାଡିବାକୁ କିମ୍ବା କୌଣସି କ୍ଲାସରୁମରେ ନିଜକୁ ବନ୍ଦ ରଖିବାକୁ କୁହାଯାଇଥିଲା । ତେବେ ଏହି ଆକ୍ରମଣ କାହିଁକି ହୋଇଥିଲା ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆକ୍ରମଣକାରୀକୁ ଅଟକ ରଖାଯାଇ ସୁରକ୍ଷାକର୍ମୀମାନେ ଅଧିକ ତଦନ୍ତ ଚଳାଇଛନ୍ତି ।
@ANI