ETV Bharat / international

Russia Ukraine War: କିଭ ଉପରେ ଋଷର ଗୁଳିମାଡ, ୭ ମୃତ

author img

By

Published : Mar 13, 2022, 1:03 PM IST

ୟୁକ୍ରେନର ଗ୍ରୀନ କରିଡରରେ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଆଖିବୁଜା ଗୁଳିମାଡ କରିଛି ଋଷ ସେନା । ଫଳରେ ଜଣେ ଶିଶୁ ସମେତ ୭ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Russia Ukraine War: କିଭ ଉପରେ ଋଷିଆର ଗୁଳିମାଡ, ୭ମୃତ

କିଭ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୮ ଦିନରେ ପହଞ୍ଚିଛି। ତଥାପି ବାହାରିପାରୁନି ସମାଧାନର ବାଟ । ଋଷ ସେନା ଲଗାତାର ଆକ୍ରମଣ କରିବାରେ ଲାଗିଛି । ୟୁକ୍ରେନର ଗ୍ରୀନ କରିଡରରେ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଆଖିବୁଜା ଗୁଳିମାଡ କରିଛି ଋଷ ସେନା । ଫଳରେ ଜଣେ ଶିଶୁ ସମେତ ୭ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ଗୁଳିମାଡ ସମୟରେ ମାରିୟୁପୋଲରେ ୮୦ରୁ ଅଧିକ ଲୋକ ଆଶ୍ରୟ ନେଉଥିଲେ। ଏ ନେଇ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଦକ୍ଷିଣ ୟୁକ୍ରେନ ସହର ମେଲିଟୋପୋଲ ଋଷ ଦଖଲ କରିବା ପରେ ଏହାର ମେୟରଙ୍କୁ ଅପହରଣ କରିନେଇଛି ଋଷ ସେନା । ଏ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ସ୍ପଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Russia Ukraine War: ୟୁକ୍ରେନ ମେୟରଙ୍କୁ ଅପହରଣ କଲା ଋଷ

ଋଷ ବୋମାମାଡ଼ ଯୋଗୁଁ ହଜାର ହଜାର ଲୋକ ମାରିୟୁପୋଲ୍‌ରେ ଫସି ରହିଛନ୍ତି। କିନ୍ତୁ ଲୋକଙ୍କୁ ଉଦ୍ଧାର କରିବାରେ ବିଫଳତା ପାଇଁ ଋଷ ୟୁକ୍ରେନ୍‌କୁ ଦାୟୀ କରିଛି। ଏପରି ସ୍ଥିତିରେ ଆଲୋଚନା ପାଇଁ ପୁଟିନକୁ ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.