ପ୍ୟାରିସ: ବ୍ୟଙ୍ଗାତ୍ମକ ଖବରକାଗଜ ‘ଚାର୍ଲି ହେବଦୋ’ର ପୁରୁଣା କାର୍ଯ୍ୟାଳୟ ନିକଟରେ ଛୁରାମାଡ ଘଟଣା ସାମ୍ନାକୁ ଆସିଛି । ଆକ୍ରମଣରେ 4 ଜଣ ଆହତ ହୋଇଛନ୍ତି । ଅନ୍ୟପକ୍ଷେ ଘଟଣାରେ 2 ଜଣ ଆକ୍ରମଣକାରୀ ଫେରାର ହୋଇଯାଇଥିବା ସୂଚନା ଦେଇଛି ପୋଲିସ ।
ଏହି ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ । ଏହା ଚାର୍ଲି ହେବଦୋ ସହିତ ଜଡିତ କି ନାହିଁ ତାହା ମଧ୍ୟ ଜଣାପଡିନି । ପୂର୍ବରୁ ଉଗ୍ରବାଦୀମାନେ 2015ରେ ‘ଚାର୍ଲି ହେବଦୋ’ର ସମ୍ପାଦକୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ । ଘଟଣାରେ 12 ଜଣଙ୍କର ମୃତ୍ୟୁ ହୋଇଥିଲା । ଅଧିକାରୀଙ୍କ କହିବା ଅନୁଯାୟୀ, ଆକ୍ରମଣକାରୀ କିମ୍ବା ଆହତଙ୍କ ପରିଚୟ ମିଳିପାରିନାହିଁ ।