ETV Bharat / international

ଋଷ ବସଷ୍ଟପ ଗୁଳିକାଣ୍ଡରେ 3 ମୃତ, ଆହତ ହସ୍ପିଟାଲରେ ଭର୍ତ୍ତି

ଋଷ ବସଷ୍ଟପରେ ଗୁଳିକାଣ୍ଡ। ଏହି ଘଟଣାରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ଅବସ୍ଥା ସ୍ବାଭାବିକ ବୋଲି ଜଣାପଡିଛି।

author img

By

Published : Oct 13, 2020, 10:11 AM IST

ରଷ ବସଷ୍ଟପ ଗୁଳିକାଣ୍ଡରେ 3 ମୃତ, ଆହତ ହସ୍ପିଟାଲରେ ଭର୍ତ୍ତି

ମସ୍କୋ: ଋଷ ବସଷ୍ଟପରେ ଗୁଳିକାଣ୍ଡ। ଏହି ଘଟଣାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଛନ୍ତି। ଏହି ଗୁଳିକାଣ୍ଡ ଘଟଣା ନିଜନି ନୋଭଗୋରୋଡ ଅଞ୍ଚଳର ବୋଲସିୟେ ଓରଲି ଗାଁର ଏକ ବସ ଷ୍ଟାଣ୍ଡରେ ଘଟିଛି। ଏନେଇ ଆଞ୍ଚଳିକ ଜରୁରୀକାଳୀନ ସେବା ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ଏହାପୂର୍ବରୁ ଏହି ଅଞ୍ଚଳର ବୋର ଜିଲ୍ଲାର ୟୁନିଫାଏଡ୍ ଡ୍ୟୁଟି ଡିସପ୍ୟାଚ୍ ସର୍ଭିସର ଡ୍ୟୁଟିରେ ଥିବା ଜଣେ ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଆହତ ହୋଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଘଟଣାସ୍ଥଳରୁ ଫେରାର ହୋଇ ଜଙ୍ଗଲକୁ ପଳାଇଥିବା ବେଳେ ସୁଟରକୁ ପୋଲିସ ଧରିଛି।

ମୁଖପାତ୍ରଙ୍କ କହିବା ଅନୁସାରେ, ତିନିଜଣ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ଅବସ୍ଥା ସ୍ବାଭାବିକ ବୋଲି ଜଣାପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.