ETV Bharat / international

ଲିସ୍‌ବନ କୋର୍ଟରେ 1993 ମୁମ୍ବାଇ ଆଟାକ୍‌ ନାୟକ ଅବୁ ସଲେମର ଯାଚିକା ଖାରଜ - 1993 ମୁମ୍ବାଇ ଆକ୍ରମଣର ଅଭିଯୁକ୍ତର ପର୍ତ୍ତୁଗାଲ କୋର୍ଟରେ ଯାଚିକା ଖାରଜ

1993 ମୁମ୍ବାଇ ଆତଙ୍କୀ ଆକ୍ରମଣର ଅଭିଯୁକ୍ତ ଅବୁ ସଲେମର ଏକ ଯାଚିକାକୁ ଖାରଜ କରିଛି ପର୍ତ୍ତୁଗାଲର ଲିସ୍‌ବନ କୋର୍ଟ । ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ନିୟମ କାନୁନ ଉଲଂଘନ ଅଭିଯୋଗରେ ସଲେମ ଉପରେ ଏକ ମାମଲା ରୁଜୁ ହୋଇଥିଲା ।

lisbon court rejects abu salem's plea, abu salem, lisbon rejects plea of 1993 mumbai attack covict abu salem, lisbon court, ଲିସ୍‌ବନ କୋର୍ଟରେ ଅବୁ ସଲେମର ଯାଚିକା ଖାରଜ, ଅବୁ ସଲେମ, 1993 ମୁମ୍ବାଇ ଆକ୍ରମଣର ଅଭିଯୁକ୍ତର ପର୍ତ୍ତୁଗାଲ କୋର୍ଟରେ ଯାଚିକା ଖାରଜ, ଲିସ୍‌ବନ କୋର୍ଟ
ଲିସ୍‌ବନ କୋର୍ଟରେ 1993 ମୁମ୍ବାଇ ଆଟାକ ନାୟକ ଅବୁ ସଲେମର ଯାଚିକା ଖାରଜ
author img

By

Published : Apr 24, 2020, 10:38 PM IST

ନୂଆଦିଲ୍ଲୀ: 1993 ମୁମ୍ବାଇ ଆତଙ୍କୀ ଆକ୍ରମଣର ଅଭିଯୁକ୍ତ ଅବୁ ସଲେମର ଏକ ଯାଚିକାକୁ ଖାରଜ କରିଛି ପର୍ତ୍ତୁଗାଲର ଲିସ୍‌ବନ କୋର୍ଟ । ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ନିୟମ କାନୁନ ଉଲ୍ଲଂଘନ ଅଭିଯୋଗରେ ସଲେମ ଉପରେ ଏକ ମାମଲା ରୁଜୁ ହୋଇଥିଲା । ହେଲେ ମାମଲାରେ ସଲେମର ଯାଚିକାରେ ତଥ୍ୟର ଅଭାବ ଦର୍ଶାଇ ଶୁକ୍ରବାର ସମ୍ପୃକ୍ତ କୋର୍ଟର 5 ଅର୍ଗାନିକ ୟୁନିଟ ଏହାକୁ ଖାରଜ କରିଛି ।

କୋର୍ଟରେ ସଲେମର ଦ୍ବାରା ଦାୟର ହୋଇଥିବା ଯାଚିକାରେ ଥିବା ତଥ୍ୟ ରାଜନୈତିକ ଓ ଜଟିଳ ହୋଇଥିବା ବେଳେ ମାମଲାଟି ସମ୍ପୂର୍ଣ୍ଣ ଭାବେ ପ୍ରଶାସନିକ ବୋଲି କୋର୍ଟ ରାୟ ଦେଇଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି କି ସଲେମ ପ୍ରଶାସନିକ ଆଇନ ବଦଳରେ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଯାଚିକା ଦାୟର କରିଛି । ତେଣୁ ଏହାକୁ ପ୍ରଶାସନିକ କୋର୍ଟ ଖାରଜ କରିଛି ବୋଲି ଅଧିକାରୀ ସୂତ୍ରରୁ ଜଣାପଡିଛି ।

ସୂଚନା ଅନୁଯାୟୀ 2005ରେ ସଲେମକୁ ପର୍ତ୍ତୁଗାଲରୁ ପ୍ରତ୍ୟର୍ପିତ କରାଯାଇ ଭାରତରେ 25 ବର୍ଷ ପାଇଁ ଜେଲ ଦଣ୍ଡ ଦିଆଯାଇଥିଲା । ଏନେଇ ସଲେମ ନିଜ ଉପରେ ଲାଗିଥିବା ଷଷ୍ଠ ଆରୋପକୁ ଚ୍ୟାଲେଞ୍ଜ କରିଥିଲା । ଯାହା ଅନୁଯାୟୀ ତାକୁ ଟ୍ରାଏଲ କୋର୍ଟକୁ ଯିବା ସମୟରେ ପ୍ରତ୍ୟର୍ପଣ ପାଇଁ ଅନୁମତି ନଥିଲା ହେଲେ ସମାନ ସମୟରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟରେ ତାଙ୍କ ବିରୋଧରେ ଏକ ଯାଚିକା କିପରି ଦାୟର କରାଯାଇଥିଲା ବୋଲି ସେ ଚ୍ୟାଲେଞ୍ଜ କରିଥିଲା ।

ଯାହାକୁ ନେଇ 10 ସେପ୍ଟେମ୍ବର 2010ରେ ରାୟ ଶୁଣାଇ ଉଚ୍ଚ ନ୍ୟାୟାଳୟ କହିଥିଲେ କି କୌଣସି ସ୍ବତନ୍ତ୍ର ନିୟମର ଉଲ୍ଲଂଘନ ହୋଇନାହିଁ । ଯାହାକୁ ନେଇ ସଲେମ ପର୍ତ୍ତୁଗାଲ କୋର୍ଟରେ ସମାନ ପ୍ରସଙ୍ଗ ଉଠାଇଥିଲା । ହେଲେ ଏହା ଉଭୟ ରାଷ୍ଟ୍ର ମଧ୍ୟରେ ସୃଷ୍ଟି କରୁଥିବା ଏକ ରାଜନୈତିକ ଓ ଜଟିଳ ମାମଲା ବୋଲି ପରବର୍ତ୍ତୀ ସମୟରେ ପର୍ତ୍ତୁଗାଲ କୋର୍ଟ ଜାଣିପାରିଥିଲା। ତେବେ ପରବର୍ତ୍ତୀ ସମୟରେ ଅଗଷ୍ଟ 5, 2013ରେ ସଲେମ ଏହି ମାମଲା ନେଇ ଭାରତୀୟ ସୁପ୍ରିମକୋର୍ଟ ସାମ୍ନାରେ ଆନ୍ଦୋଳନ କରିଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.