ETV Bharat / international

17 ପ୍ରତିଶତ ବ୍ରିଟିଶରଙ୍କ ଶରୀରରେ ରହିଛି କୋଭିଡ ଆଣ୍ଟିବଡି

author img

By

Published : May 23, 2020, 1:01 AM IST

ଗୁରୁବାର ଦୈନିକ ବିବରଣୀ ଦେବା ସମୟରେ ହ୍ୟାନକକ କହିଥିଲେ କି ଦେଶରେ 10 ମିଲିୟନ ଆଣ୍ଟିବଡି ଟେଷ୍ଟିଂ ପାଇଁ ଚୁକ୍ତି ସ୍ବାକ୍ଷର ହୋଇଛି । ଏହି ଟେଷ୍ଟିଂରେ ହେଲଥ କେୟାର କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଆକ୍ରାନ୍ତଙ୍କ ସମେତ ସାଧାରଣ ନାଗରିକଙ୍କୁ ସାମିଲ କରାଯିବାର ଯୋଜନା ରହିଛି ।

antibody, antibody in britishers, corona in uk, antibody testing in uk, ୟୁକେରେ ଆଣ୍ଟିବଡି ଟେଷ୍ଟିଂ, ୟୁକେରେ କୋରୋନା, ଆଣ୍ଟିବଡି, ବ୍ରିଟିଶରଙ୍କ ଦେହରେ ଆଣ୍ଟିବଡି
17 ପ୍ରତିଶତ ବ୍ରିଟିଶରଙ୍କ ଶରୀରରେ ରହିଛି କୋଭିଡ ଆଣ୍ଟିବଡି

ଲଣ୍ଡନ: ୟୁକେ ସ୍ବାସ୍ଥ୍ୟ ସଚିବ ମ୍ୟାଟ ହ୍ୟାନକକ ଏକ ସରକାରୀ ସମୀକ୍ଷା ପରେ କହିଛନ୍ତି କି ଲଣ୍ଡନର 17 ପ୍ରତିଶତ ଲୋକ ଓ ସମୁଦାୟ ଜନସଂଖ୍ୟାର ମାତ୍ର 5 ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ-19 ଆଣ୍ଟିବଡି ରହିଥିବା ଜଣା ପଡିଛି । ତେବେ ଆଣ୍ଟିବଡି ଟେଷ୍ଟିଂ ଦ୍ବାରା ସ୍ପଷ୍ଟ ହୁଏ କି ଏହି ନାଗରିକମାନେ କୋରୋନାରେ ଆକ୍ରାନ୍ତ ହେବା ଦ୍ବାରା ସେମାନଙ୍କ ଶରୀରରେ ପ୍ରତିଜବାବରେ ସୃଷ୍ଟି ହୋଇଛି ଆଣ୍ଟିବଡି । ଯାହା ସେମାନଙ୍କୁ ବର୍ତ୍ତମାନ ସୁରକ୍ଷା ପ୍ରଦାନ କରିବା ସହ ଭବିଷ୍ୟତରେ ମଧ୍ୟ ସଂକ୍ରମଣରୁ ବଞ୍ଚାଇବ ।

ଗୁରୁବାର ଦୈନିକ ବିବରଣୀ ଦେବା ସମୟରେ ହ୍ୟାନକକ କହିଥିଲେ କି ଦେଶରେ 10 ମିଲିୟନ ଆଣ୍ଟିବଡି ଟେଷ୍ଟିଂ ପାଇଁ ଚୁକ୍ତି ସ୍ବାକ୍ଷର ହୋଇଛି । ଏହି ଟେଷ୍ଟିଂରେ ହେଲ୍‌ଥ କେୟାର କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଆକ୍ରାନ୍ତଙ୍କ ସମେତ ସାଧାରଣ ନାଗରିକଙ୍କୁ ସାମିଲ କରାଯିବାର ଯୋଜନା ରହିଛି । ତେବେ ଏହି ଟେଷ୍ଟରେ ଯେଉଁମାନେ ପଜିଟିଭ ଚିହ୍ନଟ ହେବେ ସେମାନଙ୍କୁ ଆଗକୁ ସୁରକ୍ଷା ଦୃଷ୍ଟିରୁ କ’ଣ କରିବାକୁ ହେବ ତାହା ବୁଝାଇଦିଆୟିବ ।

ଅନ୍ୟପଟେ ଥରେ କୋରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେବା ପରେ ବ୍ୟକ୍ତିଙ୍କର ରୋଗପ୍ରତିରୋଧକ ଶକ୍ତି କେତେ ଅଧିକ ରହିବ ତାହା କହି ହେବ ନାହିଁ । ଏନେଇ ଏକ୍ସପର୍ଟଙ୍କ ମତରେ ଏହି ଶକ୍ତି ଗୋଟିଏରୁ ଦୁଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରେ । ତେବେ ହ୍ୟାନକକଙ୍କ କହିବା ଅନୁଯାୟୀ ଦେଶରେ ଅଧିକ ଜନସଂଖ୍ୟା ରହିଥିବାରୁ କିଏ କୋରୋନାର ସଂସ୍ପର୍ଶରେ ଆସିଛନ୍ତି ଜାଣିବାକୁ ହେଲେ ବୃହତ୍ତର ପରିମାଣରେ ଆଣ୍ଟିବଡି ଟେଷ୍ଟିଂର ଆବଶ୍ୟକତା ରହିଛି । ଏଥିସହ ଏହି ଟେଷ୍ଟିଂ ଆଗକୁ ମାଇଲଖୁଣ୍ଟରେ ପରିଣତ ହେବା ବୋଲି ସରକାର ଆଶା ରଖିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଦେଶରେ 2,52,244 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 36,124ରେ ପହଞ୍ଚିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.