ETV Bharat / international

ବିଶ୍ବବ୍ୟାପୀ 5 ଜଣରେ ଜଣେ ହୋଇପାରନ୍ତି କୋରୋନାରେ ଗୁରୁତର ଆକ୍ରାନ୍ତ

author img

By

Published : Jun 17, 2020, 7:27 AM IST

ଲାନସେଟ ନିଜ ରିପୋର୍ଟରେ ସ୍ପଷ୍ଟ କରିଛି କି ଏହି ଆକଳନ ଦ୍ବାରା ନ ଡରି ଯେଉଁମାନେ ନିଜ ଖରାପ ସ୍ବାସ୍ଥ୍ୟ ନେଇ ଚିନ୍ତିତ ଅଛନ୍ତି ସେମାନେ ବର୍ତ୍ତମାନ ଘରେ ସୁସ୍ଥ ପରିବେଶରେ ରହିବା ସହ ସାମାଜିକ ଦୂରତ୍ବକୁ ବିଶେଷ ଗୁରୁତ୍ବ ଦେବା ଦରକାର । କେବଳ ସେତିକ ନୁହେଁ ବରଂ ଘରେ ରହି ସୁସ୍ଥ ଅଭ୍ୟାସ ଯଥା ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକ ।

worldwide corona pandemic, worldwide corona effect, corona latest news, study on corona, lancet's report on corona, ବିଶ୍ବରେ କୋରୋନା ମହାମାରୀ, ବିଶ୍ବବ୍ୟାପୀ କୋରୋନା ପ୍ରଭାବ, କୋରୋନା ଲାଟେଷ୍ଟ ନ୍ୟୁଜ୍‌, କୋରୋନା ନେଇ ଅଧ୍ୟୟନ, କୋରୋନା ନେଇ ଲାନସେଟ ରିପୋର୍ଟ
ସାରା ବିଶ୍ବରେ 5ଜଣରେ ଜଣେ ହୋଇପାରନ୍ତି କୋରୋନାରେ ଗୁରୁତର ଆକ୍ରାନ୍ତ

ଲଣ୍ଡନ: ସାରା ବିଶ୍ବରେ ମହାମାରୀ ସାବ୍ୟସ୍ତ ହୋଇଥିବା କୋରୋନାକୁ ନେଇ ଲାନସେଟ୍‌ ଗ୍ଲୋବାଲ ହେଲଥ କିଛି ସମ୍ଭାବ୍ୟ ଦିଗ ଉପରେ ନିଜ ଜର୍ଣ୍ଣାଲରେ ଆଲୋଚନା କରିଛି । ଏଥିରେ ପ୍ରକାଶିତ ରିପୋର୍ଟ ମୁତାବକ ବିଶ୍ବରେ ପ୍ରାୟ 1.7 ବିଲିୟନ ଲୋକେ ଅଛନ୍ତି ଯେଉଁମାନଙ୍କ ଖରାପ ସ୍ବାସ୍ଥ୍ୟ ସେମାନଙ୍କୁ କୋରୋନା ଦ୍ବାରା ଗୁରୁତର ଆକ୍ରାନ୍ତ କରାଇପାରେ । ତେବେ ଏହି ଦିଗରେ ପ୍ରକାଶିତ ତଥ୍ୟ ବର୍ତ୍ତମାନ ସୃଷ୍ଟି ପରିସ୍ଥିତିର ମୁକାବିଲା ପାଇଁ କିଛି ପଥ ପରିଷ୍କାର କରିବ ବୋଲି ଲାନସେଟର ଗବେଷକମାନେ ମତ ଦେଇଛନ୍ତି ।

ଲାନସେଟ ନିଜ ରିପୋର୍ଟରେ ସ୍ପଷ୍ଟ କରିଛି କି ଏହି ଆକଳନ ଦ୍ବାରା ନ ଡରି ଯେଉଁମାନେ ନିଜ ଖରାପ ସ୍ବାସ୍ଥ୍ୟ ନେଇ ଚିନ୍ତିତ ଅଛନ୍ତି ସେମାନେ ବର୍ତ୍ତମାନ ଘରେ ସୁସ୍ଥ ପରିବେଶରେ ରହିବା ସହ ସାମାଜିକ ଦୂରତ୍ବକୁ ବିଶେଷ ଗୁରୁତ୍ବ ଦେବା ଦରକାର । କେବଳ ସେତିକ ନୁହେଁ ବରଂ ଘରେ ରହି ସୁସ୍ଥ ଅଭ୍ୟାସ ଯଥା ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକ । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି ବିଶ୍ବର ସମୁଦାୟ ଜନସଂଖ୍ୟାର 4 ପ୍ରତିଶତ ଅର୍ଥାତ୍‌ 7.8 ବିଲିୟନରୁ 349 ମିଲିୟନ ଲୋକେ ଯଦି କୋରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ସେମାନଙ୍କୁ ଡାକ୍ତରୀ ସହାୟତାର ସବୁଠାରୁ ଅଧିକ ଆବଶ୍ୟକ ହେବ । କେତେକଙ୍କ ଶରୀରରେ ଏହା ସହିତ ଆପେ ଲଢିପାରୁଥିବା ବେଳେ କେତେକ ଏହାର ସାମାନ୍ୟତମ ପ୍ରଭାବକୁ ବି ବରଦାସ୍ତ କରିପାରିବେ ନାହିଁ ।

ଲାନସେଟର ଏହି ରିପୋର୍ଟ ଗ୍ଲୋବାଲ ବର୍ଡେନ ଅଫ ଡିଜିଜ, ଇନଜ୍ୟୁରିସ ଆଣ୍ଡ ରିସ୍କ ଫ୍ୟାକ୍ଟର ଷ୍ଟଡିରେ ପ୍ରକାଶିତ ତଥ୍ୟର ସହାୟତା ନେଇ ପ୍ରସ୍ତୁତ କରାଯାଇଛି । ଏହି ତଥ୍ୟ ମୁତାବକ ବିଶ୍ବରେ ପ୍ରତି 5ଜଣରେ ଜଣେ କୋରୋନା ଦ୍ବାରା ଗୁରୁତର ଭାବେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଏଥିରେ 20 ବର୍ଷରୁ କମ୍‌ଙ୍କ ମଧ୍ୟରେ 5 ପ୍ରତିଶତରୁ କମ୍‌ ଓ 70 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଖରେ 66 ପ୍ରତିଶତ ସମ୍ଭାବନା ରହିଥିବା କୁହାଯାଇଛି । ଏଥିସହ ଏହାର ସମ୍ଭାବନା ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ ଅଧିକ ଥିବା ମଧ୍ୟ ପ୍ରକାଶ କରାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.