ETV Bharat / international

ଚୀନରେ କୋରୋନା ଭ୍ୟାକସିନର ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ

author img

By

Published : Jul 14, 2020, 6:51 AM IST

କ୍ଲିନିକାଲ ଟ୍ରାଏଲ୍ସର ତିନି ସପ୍ତାହ ଭିତରେ ଏହା ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ କରିଛି । ମାଇକ୍ରୋବାୟୋଲୋଜି ଇନଷ୍ଟିଚ୍ୟୁଟ୍ ଏବଂ ଅନ୍ୟ ସଂସ୍ଥା ସହ ମିଶି ଭ୍ୟାକସିନ୍ ତିଆରି କରୁଛି ଜିହଫେଇ ।

ଚୀନରେ କୋରୋନା ଭ୍ୟାକସିନର ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ
ଚୀନରେ କୋରୋନା ଭ୍ୟାକସିନର ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ

ବେଜିଂ: ସାରା ବିଶ୍ବରେ କୋରୋନା ମୁକାବିଲା ପାଇଁ ଭ୍ୟାକସିନ୍ ପ୍ରସ୍ତୁତି ଜାରି ରହିଛି । ଅନେକ ସଂସ୍ଥା ଓ କମ୍ପାନୀ ପକ୍ଷରୁ ଭ୍ୟାକସିନ୍ ତିଆରି କରିବା ସହ ଏହାର ପରୀକ୍ଷଣ ଚାଲିଛି । କିଛି ସଂସ୍ଥା ଏଥିରେ ସଫଳ ହେବା ନେଇ ଦାବି କରୁଥିବାବେଳେ ଆଉ କିଛି ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟରେ ପରୀକ୍ଷା କରୁଛନ୍ତି । ଏହି ଅବସରରେ ଚୀନ୍ କମ୍ପାନୀ ଜିହଫେଇ ବାୟୋଲୋଜିକାଲ ପ୍ରଡକ୍ଟ ପକ୍ଷରୁ କୋରୋନା ଭୂତାଣୁ ଭ୍ୟାକସିନର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି ।

କ୍ଲିନିକାଲ ଟ୍ରାଏଲ୍ସର ତିନି ସପ୍ତାହ ଭିତରେ ଏହା ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ କରିଛି । ମାଇକ୍ରୋବାୟୋଲୋଜି ଇନଷ୍ଟିଚ୍ୟୁଟ୍ ଏବଂ ଅନ୍ୟ ସଂସ୍ଥା ସହ ମିଶି ଭ୍ୟାକସିନ୍ ତିଆରି କରୁଛି ଜିହଫେଇ । ତେବେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାର ଡିଜାଇନ୍ ଏବଂ ପ୍ରଥମ ଟ୍ରାଏଲ୍ସର ଫଳାଫଳ ସମ୍ପର୍କରେ ଏହା କୌଣସି ପ୍ରକାର ସୂଚନା ଦେଇନାହିଁ । ପୂର୍ବରୁ ଜୁଲାଇ 21 ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟ୍ରାଏଲ୍ସ ଶେଷ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଥିଲା । ଏହାର ଫଳାଫଳ ସେପ୍ଟେମ୍ବର 20 ସୁଦ୍ଧା ଆସିବ ବୋଲି ଏହା ଘୋଷଣା କରିଥିଲା । ହେଲେ ପ୍ରଥମ ପର୍ଯ୍ୟାୟ ଖୁବଶିଘ୍ର ସରିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି ବୋଲି ଜଣାପଡିଛି ।

ଏହା ଚୀନର 8 ପ୍ରକାର ପରୀକ୍ଷା ମଧ୍ୟରୁ ଅନ୍ୟତମ । କୋରୋନା ଭ୍ୟାକସିନ୍ ବାହାର କରିବା ପାଇଁ ମଣିଷ ଦେହରେ ଚୀନ୍ କମ୍ପାନୀ ଏବଂ ରିସର୍ଚ୍ଚରମାନେ 8 ପ୍ରକାର ଚିକିତ୍ସା କରୁଛନ୍ତି । ବିଶ୍ବରେ ଏବେ ଯାଏଁ ଭ୍ୟାକସିନ୍ ବାହାର କରିବାକୁ ପ୍ରାୟ 20ଟି ଟେଷ୍ଟ ବିଭିନ୍ନ ପର୍ଯ୍ୟାୟରେ ଚାଲୁ ରହିଛି । ତେବେ ଏପର୍ଯ୍ୟନ୍ତ କେହି ବି ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାର କରିନାହାନ୍ତି ଯାହା ମାର୍କେଟକୁ ଆସିବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ । ଚୀନ୍ ପକ୍ଷରୁ ସର୍ବାଧିକ ପରୀକ୍ଷା ଜାରି ରହିଛି । ଏହାପରେ ଭାରତୀୟ କମ୍ପାନୀ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.