ETV Bharat / international

କାୟା ବିସ୍ତାର କରୁଛି କୋରୋନା ଭାଇରସ୍‌, ଗଲାଣି 17 ଜୀବନ

author img

By

Published : Jan 23, 2020, 12:28 PM IST

ଚାଇନାରେ ୟୁହାନ କୋରୋନା ଭାଇରସ ବୁଧବାର ରିପୋର୍ଟ ଅନୁଯାୟୀ ଏହି ରୋଗରେ ମୃତ୍ୟୁ ସଂଖ୍ୟା 17ରେ ପହଞ୍ଚିଛି । ଏହାସହ ଏଥିରେ ବର୍ତ୍ତମାନ ସୁଦ୍ଧା ପାଖାପଖି 547 ଜଣ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

coronavirus death
coronavirus death

ବେଜିଂ: ଚାଇନାରେ ୟୁହାନ କୋରୋନାଭାଇରସ ଏବେ ପୂର୍ବାପେକ୍ଷା ଅତ୍ୟଧିକ ମାରାତ୍ମକ ହେବାରେ ଲାଗାଲାଣି । ମଙ୍ଗଳବାର ସୁଦ୍ଧା ଏହି ଭାଇରସରେ ଆକ୍ରାନ୍ତିତ ହୋଇ 9ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ବଢିବାରେ ଲାଗିଛି । ଏବେ ବୁଧବାର ରିପୋର୍ଟ ଅନୁଯାୟୀ ଏହି ରୋଗରେ ମୃତ୍ୟୁ ସଂଖ୍ୟା 17ରେ ପହଞ୍ଚିଛି । ଏହାସହ ଏଥିରେ ବର୍ତ୍ତମାନ ସୁଧା ପାଖାପଖି 547 ଜଣ ଆକ୍ରାନ୍ତ ରହିଛନ୍ତି ।

ଏହି ଭୟାନକ ଭାଇରସକୁ ନେଇ ଏବେ ଭାରତରେ ହାଇଆଲର୍ଟ ଜାରି କରାଯାଇଛି। ବିମାନ ବନ୍ଦରରେ ଚୀନରୁ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ତନ୍ନତନ୍ନ କରି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଏହି କୋରୋନା ଭାଇରସର ନମୁନା ଆମେରିକାରେ ମଧ୍ୟ ଚିହ୍ନଟ କରାଯାଇଛି।

ଏହି ଭାଇରସର ଆକ୍ରମଣରୁ ବର୍ତ୍ତିବା ପାଇଁ ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସବୁଠାରୁ ବଡ ଓ ବ୍ୟସ୍ତ ବହୁଳ ବିମାନ ବନ୍ଦରରେ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଚିନ ଏୟାରପୋର୍ଟରେ ଚୀନରୁ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ଏହି ରହସ୍ୟମୟୀ ଭାଇରସକୁ ଭାରତରେ ବ୍ୟାପିବାରୁ ରୋକିବା ପାଇଁ ହାଇଆଲର୍ଟ ଜାରି କରାଯାଇଛି।

ଚୀନ ବ୍ୟତିରେକ ହଂକଂରୁ ଭାରତ ଆସୁଥିବା ଯାତ୍ରୀଙ୍କ ମଧ୍ୟ ଥର୍ମାଲ ସ୍କ୍ରିନିଂ କରାଯିବା ପାଇଁ ନିର୍ଦ୍ଦେଶ ରହିଛି। ଏହାସହ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ନ୍ୟାସନାଲ ସେଣ୍ଟର ଫ ଡିଜିଜ କଣ୍ଟ୍ରୋଲ ପକ୍ଷରୁ ମଧ୍ୟ କରୋନା ଭାଇରସ ନେଇ ସତର୍କତା ଜାରି କରାଯାଇଛି।

ଆତଙ୍କ ସୃଷ୍ଟି କରିଥିବା ଏହି ବିଚିତ୍ର ଭାଇରସ କେବଳ ଚୀନ ନୁହେଁ ଜାପାନ, ଥାଇଲାଣ୍ଡ ଓ ଦକ୍ଷିଣ କୋରିଆକୁ ମଧ୍ୟ ଗ୍ରାସ କରିବାରେ ଲାଗିଲାଣି। ଅନ୍ୟପଟେ ଆମେରିକାରେ ମଧ୍ୟ ଏହି ମାମଲାରେ ପ୍ରଥମ କେସ୍‌ ସାମ୍ନାକୁ ଆସିସାରିଛି

କୋରେନା ଭାଇରସ କଣ...

ଏହି କୋରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବା ପରେ ଏହାକୁ ନେଇ ଅନେକ ବିଭ୍ରାନ୍ତିକର ଖବର ସାମ୍ନାକୁ ଆସୁଛି । କୋରୋନା ଭାଇରସ ସମ୍ପର୍କରେ ଅଧିକ ସୂଚନା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଜାରି କରାଯାଇଛି। ୟୁହାନ ସିଫୁଡ ମାର୍କେଟରୁ ଏହି ଭୂତାଣୁ ଆସିଥିବା କୁହାଯାଇଛି । କୋରୋନା ଭାଇରସ ଲୋକ ଜଲଦି ରୋଗଗ୍ରସ୍ତ ହେବାର କାରଣ ଏହାର ବୀଜାଣୁ ସମୂହ ଶରୀରକୁ ସିଧା ଟାର୍ଗେଟ କରିଥାଏ। ଏହି ଭାଇରସ ଓଟ, ବିଲେଇ, ବାଦୁଡିଙ୍କ ଭଳି ଅନେକ ପଶୁଙ୍କ ଶରୀରରେ ପ୍ରବେଶ କରି ବ୍ୟାପିବାରେ ଲାଗୁଛି। ଏହାସହ ଏହି ଭାଇରସ ଦୁଇ ଅତି ନିକଟତର ସମ୍ପର୍କରେ ରହୁଥିବା ବ୍ୟକ୍ତିଙ୍କୁ ଅତି ସହଜରେ ବ୍ୟାପିଥାଏ ବୋଲି ମଧ୍ୟ ସୂଚନା ଦିଆଯାଇଛି।

ନୋବେଲ କୋରୋନା ଭାଇରସରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ପ୍ରତିଷେଧକ ଉପଲବ୍ଧ ନାହିଁ। ମାତ୍ର ଚିକିତ୍ସକ ଖୁବଶୀଘ୍ର ଏହି ଭାଇରସରୁ ରକ୍ଷା ପାଇଁ ପ୍ରତିଷେଧକ ପ୍ରସ୍ତୁତ କରିବା ଫର୍ମୁଲାର ପ୍ରଥମ ପରୀକ୍ଷା ସମ୍ପୂର୍ଣ୍ଣ କରିଥିବା ଦାବି କରିଛନ୍ତି।

ଲକ୍ଷଣ...

କୋରୋନା ଭାଇରସର ପ୍ରାରମ୍ଭିକ ଲକ୍ଷଣ ଥଣ୍ଡା, କାଶ, ଗଳାରେ ପୀଡା, ନିଶ୍ବାସ, ପ୍ରଶ୍ବାସରେ କଷ୍ଟ ଅନୁଭବ ଓ ଜ୍ବର ଆରମ୍ଭ ହୋଇଥାଏ । ପରେ ଏହା ନିମୋନିଆ ଓ କିଡନୀକୁ କ୍ଷତି ପହଞ୍ଚାଇଥାଏ ।

କୋରୋନାଭାଇରସରୁ ରକ୍ଷା...

ଏହି ଭାଇରସ ଯେଉଁଠାରୁ ବ୍ୟାପିବା ଆରମ୍ଭ କରୁଛି ସେହି ସ୍ଥାନକୁ ଯାଆନ୍ତୁ ନାହିଁ । ଯଦି ଆପଣ ଏହି ଭଳି ସ୍ଥାନର ଆଖ ପାଖରେ ରହିଛନ୍ତି , ତେବେ ଏହି ଭାଇରସରପ ବର୍ତ୍ତିବା ପାଇଁ ନିମ୍ନ ଲିଖିତ ପ୍ରତିକାର ଗ୍ରହଣ କରନ୍ତୁ ।

1-ନିଜ ହାତକୁ ଭଲ ଭାବରେ ସାବୁନରେ ଧୁଅନ୍ତୁ । ହ୍ୟାଣ ସାନାଟାଇଜର ମଧ୍ୟ ବ୍ୟବହାର କରି ପାରନ୍ତି ।
2- ହାତ ଓ ମୁହଁକୁ ଭଲ ଭାବରେ ଘୋଡାଇ ରଖନ୍ତୁ । ମାସ୍କ ବ୍ୟବହାର କରନ୍ତୁ ।
3- ବିମାର ଥିବା ଲୋକଙ୍କ ଠାରୁ ନିରାପଦ ଦୂରରେ ରୁହନ୍ତୁ । ରୋଗୀର ବ୍ୟବହୃତ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ ।
4-ଘରକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ବାହାରୁ ଆସୁଥିବା ସାମଗ୍ରୀ, ବସ୍ତୁକୁ ସଫା କରି ଘରକୁ ଆଣନ୍ତୁ ।
5-ନନଭେଜ୍‌ ସି-ଫୁଡ ଖାଇବାରୁ ବଞ୍ଚନ୍ତୁ । କୋରୋନାଭାଇରସ ସି-ଫୁଡରୁ ମାତ୍ରାଧିକ ଭାବରେ ବ୍ୟାପିବାରେ ଲାଗିଛି ।

ନୋବେଲ କୋରୋନା ଭାଇରସରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ପ୍ରତିଷେଧକ ଉପଲବ୍ଧ ନାହିଁ । ମାତ୍ର ଚିକିତ୍ସକ ଖୁବଶୀଘ୍ର ଏହି ଭାଇରସରୁ ରକ୍ଷା ପାଇଁ ପ୍ରତିଷେଧକ ପ୍ରସ୍ତୁତ କରିବା ଫର୍ମୁଲାର ପ୍ରଥମ ପରୀକ୍ଷା ସମ୍ପୂର୍ଣ୍ଣ କରିଥିବା ଦାବି କରିଛନ୍ତି । ସ୍ବାଇନ୍‌ ଫ୍ଲୁ, ଇବୋଲା ଭଳି ଏହାକୁ ନେଇ ଅନ୍ତର୍ଜାତୀୟ ଜନସ୍ବାସ୍ଥ୍ୟ ଜରୁରୀ ସ୍ଥିତି ଜାରି କରିବା ଲାଗି ବୁଧବାର ଜେନେଭାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.