ETV Bharat / international

ବିଶ୍ବକୁ ସରକାରର ମାନ୍ୟତା ମାଗିଲା ତାଲିବାନ, ପଡୋଶୀଙ୍କୁ ଦେଲା ଭରସା

କୌଣସି ଅନ୍ତଃରାଷ୍ଟ୍ରୀୟ ଦୂତାବାସ ତଥା ସଂସ୍ଥାକୁ କ୍ଷତି ପହଞ୍ଚିବ ନାହିଁ ବୋଲି ଭରସା ଦେଇଛି ତାଲିବାନ । ଏହାସହ ତାଲିବାନକୁ ସରକାରର ମାନ୍ୟତା ଦେବା ପାଇଁ ଅନ୍ତଃରାଷ୍ଟ୍ରୀୟ ସମୁଦାୟଙ୍କୁ ଦାବି କରିଛନ୍ତି ସଙ୍ଗଠନର ମୁଖପାତ୍ର ଜବୀହୁଲ୍ଲାହ ମୁଜାହିଦି । ଅଧିକ ପଢନ୍ତୁ...

ବିଶ୍ବକୁ ସରକାରର ମାନ୍ୟତା ମାଗିଲା ତାଲିବାନ, ପଡୋଶୀଙ୍କୁ ଦେଲା ଭରସା
ବିଶ୍ବକୁ ସରକାରର ମାନ୍ୟତା ମାଗିଲା ତାଲିବାନ, ପଡୋଶୀଙ୍କୁ ଦେଲା ଭରସା
author img

By

Published : Aug 17, 2021, 10:06 PM IST

କାବୁଲ: ଆଫଗାନିସ୍ତାନ ଦଖଲ ପରେ ପ୍ରଥମ ଥର ସାମ୍ବାଦିକ ସମ୍ମିଳନୀରେ ନିଜ ବାର୍ତ୍ତା ରଖିଛି ତାଲିବାନ ସଙ୍ଗଠନ । କୌଣସି ଅନ୍ତଃରାଷ୍ଟ୍ରୀୟ ଦୂତାବାସ ତଥା ସଂସ୍ଥାକୁ କ୍ଷତି ପହଞ୍ଚିବ ନାହିଁ ବୋଲି ଭରସା ଦେଇଛି ତାଲିବାନ । ଏହାସହ ତାଲିବାନକୁ ସରକାରର ମାନ୍ୟତା ଦେବା ପାଇଁ ଅନ୍ତଃରାଷ୍ଟ୍ରୀୟ ସମୁଦାୟଙ୍କୁ ଦାବି କରିଛନ୍ତି ସଙ୍ଗଠନର ମୁଖପାତ୍ର ଜବୀହୁଲ୍ଲାହ ମୁଜାହିଦି ।

ତାଲିବାନ ମୁଖପାତ୍ର ଜବୀହୁଲ୍ଲାହ ମୁଜାହିଦି କହିଛନ୍ତି, ଯେଉଁମାନେ ଯୁଦ୍ଧ କରିଛନ୍ତି ସେମାନଙ୍କୁ କ୍ଷମା କରିଦିଆଯାଇଛି । ଏହାସହ ତାଲିବାନ ଜନସାଧାରଣଙ୍କୁ ସୁରକ୍ଷାର ପ୍ରତିଶ୍ରୁତି ଦେଉଥିବା କହିଛନ୍ତି ମୁଖପାତ୍ର ଜବୀହୁଲ୍ଲାହ ।

ତାଲିବାନ କାହାଠାରୁ ପ୍ରତିଶୋଧ ନେବ ନାହିଁ । ଏହାସହିତ ଆଫଗାନିସ୍ତାନର ମାଟି କୌଣସି ଭୁଲ କାର୍ଯ୍ୟ ପାଇଁ ବ୍ୟବହୃତ ହେବ ନାହିଁ ବୋଲି ପଡୋଶୀ ଦେଶଙ୍କୁ ଭରସା ଦେଇଛି ତାଲିବାନ । ତେବେ ଅନ୍ତଃରାଷ୍ଟ୍ରୀୟ ସମୁଦାୟ ତାଲିବାନକୁ ସରକାରର ମାନ୍ୟତା ଦେବ ବୋଲି ଆଶା ରହିଥିବା ମୁଜାହିଦି ନିଜ ବୟାନରେ କହିଛନ୍ତି ।

ତାଲିବାନ ଦାବି କରିଛି ଯେ ଏହାର ଶାସନ କାଳରେ ଦେଶର ଅର୍ଥବ୍ୟବସ୍ଥା ଓ ଲୋକଙ୍କ ଜୀବନସ୍ତରରେ ସୁଧାର ଆସିବ । ଆଇନ ବ୍ୟବସ୍ଥା ଗଠନ ତାଲିବାନର ପ୍ରାଥମିକତା ରହିବ । ସରକାର ଗଠନ ପରେ ଲୋକେ ଶାନ୍ତିରେ ରହିପାରିବେ ବୋଲି କହିଛି ତାଲିବାନ ।

ଜବୀହୁଲ୍ଲାହ ମୁଜାହିଦି କହିଛନ୍ତି, ଆମେ କାବୁଲରେ ଅସ୍ଥିରତା ଚାହୁଁନାହୁଁ । ଏଥିପାଇଁ କାବୁଲ ବାହାରେ ଅଟକି ରହିଥିଲୁ । ଏଥିଯୋଗୁଁ ବିନା ହିଂସାରେ କ୍ଷମତା ପରିବର୍ତ୍ତନ ହେଲା । ପୂର୍ବତନ ସରକାର ଅଯୋଗ୍ୟ ଥିଲେ । ସେମାନେ ସୁରକ୍ଷା ଯୋଗାଇପାରୁନଥିଲେ । ଆମେ ସମସ୍ତ ବିଦେଶୀ ସଂସ୍ଥାଗୁଡିକୁ ସୁରକ୍ଷା ଦେବୁ । ଆଫଗାନିସ୍ତାନ ବାହାରେ କିମ୍ବା ଭିତରେ କାହାରି ଶତ୍ରୁତା ହେବାକୁ ଚାହୁଁନଥିବା କହିଛି ତାଲିବାନ ।

ସେପଟେ ଲୋକଙ୍କୁ ଦେଶ ଛାଡି ନଯିବାକୁ କହିଛି ତାଲିବାନ । ଆଫଗାନିସ୍ତାନରେ କେହି କାହାରିକୁ ଅପହରଣ କରିବେ ନାହିଁ । କେହି କାହାରି ଜୀବନ ନେଇପାରିବେ ନାହିଁ । ସୁରକ୍ଷାକୁ କ୍ରମାଗତ ବୃଦ୍ଧି କରିବା ଦିଗରେ ତାଲିବାନ କାର୍ଯ୍ୟ କରିବ । ଦେଶ ଛାଡି ପଳାୟନ କରିଥିବା ଲୋକଙ୍କୁ ତାଲିବାନ କହିଛି ଯେ ଏହା ସେମାନଙ୍କର ବି ଦେଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.