ETV Bharat / international

ଏମିତି କାଫେ ଯେଉଁଠି ପୁରୁଷଙ୍କୁ ପ୍ରବେଶ ମନା... - ମହିଳାଙ୍କ ପାଇଁ କାଫେ

ଯେଉଁଠି ଦିନେ ମହିଳାଙ୍କୁ ପ୍ରବେଶ ଉପରେ ଲାଗିଥିଲା କଟକଣା ସେଠି ପୁରୁଷଙ୍କ ପାଇଁ ରହିଲା ନୋ ଏଣ୍ଟ୍ରି ସାଇନ୍ ବୋର୍ଡ । ଆଉ ସେଠି ଜଣେ ମହିଳା ନିଃସଙ୍କୋଚ, ନିଡର ଓ ନିର୍ଭୟରେ ନେଇପାରିବ ବିତାଉଥିବା ମୁହୁର୍ତ୍ତର ମଜା । ଏମିତି ଏକ ୱମେନ କାଫେ ଦେଖିବାକୁ ମିଳିଛି ୟେମେନ୍‌ ରେ ।

କେବଳ ମହିଳାଙ୍କ ପାଇଁ, ପୁରୁଷଙ୍କୁ ଏଠି ପ୍ରବେଶ ମନା

author img

By

Published : Nov 2, 2020, 12:20 PM IST

Updated : Nov 2, 2020, 2:29 PM IST

ରିଆଦ୍ଦ: ହତାଦର ପାଇଁ ଆଜି ହକଦାର ହେଲେ । ଜୋରଜବରଦସ୍ତ ନୁହେଁ ନିଜ ଦମରେ ଛିଡା କଲେ କାଫେ । ଯେଉଁଠି ଦିନେ ମହିଳାଙ୍କୁ ପ୍ରବେଶ ଉପରେ ଲାଗିଥିଲା କଟକଣା ସେଠି ପୁରୁଷଙ୍କ ପାଇଁ ରହିଲା ନୋ ଏଣ୍ଟ୍ରି ସାଇନ୍ ବୋର୍ଡ । ଆଉ ସେଠି ଜଣେ ମହିଳା ନିଃସଙ୍କୋଚ, ନିଡର ଓ ନିର୍ଭୟରେ ନେଇପାରିବ ମଜା । ଏମିତି ଏକ ୱମେନ କାଫେ ଦେଖିବାକୁ ମିଳିଛି ୟେମେନ୍‌ ରେ ।

ମହିଳାମାନେ ଯେଉଁଠି ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ କଡା ଟକ୍କର ଦେଉଛନ୍ତି । ସେଇଠି ଏମିତି ବି ଅନେକ ସହର ରହିଛି ଯେଉଁଠି ମହିଳାମାନେ ବାହାରେ କାମ କଲେ ତାଙ୍କୁ ଛୋଟ ନଜରରେ ଦେଖାଯାଏ । ଏମିତି ଏକ ସ୍ଥାନ ହେଉଛି ୟେମେନର ମାରିବ ସହର । ମହିଳାଙ୍କୁ ବାହାରେ ବୁଲିବାକୁ କି ବାହାରେ ଖାଇବାକୁ ମିଳିନଥାଏ ଅନୁମତି । ଆଉ କାର୍ଯ୍ୟ କଲେ ତ ଯେମିତି ଅତି ଛୋଟ ନଜରରେ ଦେଖିଥାନ୍ତି ଲୋକେ । ହେଲେ ଏ ସବୁ ସତ୍ତ୍ବେ ସେହି ସହରର ଉମ ଫେରାସ ନାମକ ମହିଳା ସମସ୍ତଙ୍କ ବିରୋଧରେ ଯାଇ ଛିଡା କରିପାରିଛନ୍ତି ଓମେନ କାଫେ । ଯେଉଁଠି କେବଳ ମହିଳାମାନେ ଆସି ନିଜ ମନ ପସନ୍ଦ ଜିନିଷ ଖାଇବା ସହ କିଛି ସମୟ ବିତାଇ ଯାଇପାରିବେ ।

ତେବେ ଉମ ସେରାସ ଏନେଇ କହିଛନ୍ତି ମୁଁ ଅନ୍ୟ ମହିଳାମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି, ଯେଉଁମାନେ ଭାବୁଛନ୍ତି କିଛି ବ୍ୟବସାୟ କରିବେ । ୟେମେନ ଏକ ଏମିତି ସ୍ଥାନ ଯେଉଁଠି ପ୍ରତିଦିନ ଲାଗି ରହିଥାଏ ବିବାଦ । ପୁଣି ତା ସାଙ୍ଗକୁ ରୋଗ ଏବଂ ଦିନକୁ ଦିନ ଦେଖାଦେଉଥିବା ଭୟଙ୍କର ଅର୍ଥନୈତିକ ସଙ୍କଟ ମଧ୍ୟରେ ନିଜର ଏକ କାଫେ କରିବା ଛୋଟ କଥା ନୁହେଁ । ତେବେ ଉମ ସେରାସଙ୍କ ଏହି କାଫେକୁ ଛାତ୍ରଛାତ୍ରୀଠୁ ଆରମ୍ଭ କରି କର୍ମଜୀବୀ ମହିଳା ଆସିବା ସହ କାଫେର ବେଶ ମଜା ନେଉଥିବା ଦେଖିବାକୁ ମିଳିଛି ।

Last Updated : Nov 2, 2020, 2:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.