ETV Bharat / international

ଗଡୁଛି ସମୟ, ବଢୁଛି ଲକଡାଉନ ନିୟମ କୋହଳ ପାଇଁ ଚାପ - କୋରୋନା ପ୍ରଭାବ

ଗୋଟିଏ ପଟେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦୋକାନ ବଜାର ବନ୍ଦ ତ ଅନ୍ୟପଟେ ଅଟକି ଯଆଇଛି ସାଧାରଣ ଜୀବନ ଯାତ୍ରା । ହେଲେ ଏବେ ସମୟ ସହ ଏହି ନିୟମ କାନୁନକୁ କୋହଳ କରିବା ପାଇଁ ବଢିବାରେ ଲାଗିଛି ଚାପ ।

lockdown, lockdown restriction, cororna effect, corona effect on world, ଲକଡାଉନ, ଲକଡାଉନ ନିୟମ କୋହଳ, କୋରୋନା ପ୍ରଭାବ, ବିଶ୍ବରେ କୋରୋନା ଚାପ
ଗଡୁଛି ସମୟ, ବଢୁଛି ଲକଡାଉନ ନିୟମ କୋହଳ ପାଇଁ ଚାପ
author img

By

Published : Apr 13, 2020, 6:17 PM IST

ଟୋକିଓ: ବିଗତ 2 ମାସ ହେବ କୋରୋନା କବଳରେ ସାରା ବିଶ୍ବରେ ଅଚଳାବସ୍ଥା । ମାତ୍ର କେଇ ଦିନ ମଧ୍ୟରେ ଏହି ମହାମାରୀ ବିଶ୍ବର କୋଣ ଅନୁକୋଣରେ ପହଞ୍ଚିଥିବା ବେଳେ ଏହାକୁ ରୋକିବା ପାଇଁ ବିଶ୍ବ ଚଳାଇଛି ଆପ୍ରାଣ ଉଦ୍ୟମ । ଗୋଟିଏ ପଟେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦୋକାନ ବଜାର ବନ୍ଦ ତ ଅନ୍ୟପଟେ ଅଟକି ଯଆଇଛି ସାଧାରଣ ଜୀବନ ଯାତ୍ରା । ହେଲେ ଏବେ ସମୟ ସହ ଏହି ନିୟମ କାନୁନକୁ କୋହଳ କରିବା ପାଇଁ ବଢିବାରେ ଲାଗିଛି ଚାପ ।

ଜାପାନର କିଛି ସ୍ଥାନରେ ବର୍ତ୍ତମାନ ସଂକ୍ରମଣର ମାତ୍ରା କମିବାରେ ଲାଗିଥିବା ବେଳେ ଲୋକେ ଘରେ ନବସି କର୍ମକ୍ଷେତ୍ରରେ ଯୋଗ ଦେବାକୁ ଚାହୁଁଛନ୍ତି । ସେପଟେ ଏତେ ଦିନ କାମ ବନ୍ଦ ପାଇଁ ଦେଶର ଆର୍ଥିକ ଅବସ୍ଥାକୁ ମଧ୍ୟ ଭୋଗିବାକୁ ପଡିଛି ଅନେକ କ୍ଷତି । ଯାହା ତୃଣମୂଳସ୍ତରରେ ଲୋକଙ୍କୁ ଅନେକ ପ୍ରଭାବିତ କରିଥିବା ଦେଖିବାକୁ ମିଳିଛି । ଫଳ ସୂରୂପ ଏବେ ଘରୁ ବାହାରିବା ପାଇଁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସୁକତା ରହିଥିବା ଦେଖାଯାଉଛି ।

କେବଳ ଯେ ଜାପାନରେ ଏହି ଅବସ୍ଥା ହୋଇଛି ତାହା ନୁହେଁ , ବିଶ୍ବର ଅନେକ କୋରୋନା ପ୍ରଭାବିତ ୟୁରୋପୀୟ ରାଷ୍ଟ୍ର ମଧ୍ୟ ଏହି ରାସ୍ତାରେ ଆଗଭର । ସ୍ପେନରେ କୋରୋନା ନିଜ ତାଣ୍ଡବ ଲୀଳା ରଚୁଥିବା ବେଳେ ଏହାକୁ ବାଡ ଦେଇ କେତେକ ସ୍ଥାନ ସୋମବାରଠାରୁ ପ୍ରାଥମିକ ସ୍ତରରେ କୋହଳ ହୋଇଛି ଲକଡାଉନ ନିୟମ।

ଦକ୍ଷିଣ କୋରିଆରେ ମଧ୍ୟ ଦେଖିବାକୁ ମିଳିଛି ସମାନ ପରିସ୍ଥିତି । ପ୍ରାଥମିକ ସ୍ତରରେ ଲୋକଙ୍କୁ ଘରୁ ବାହାରି କାର୍ଯ୍ୟରେ ଯୋଗ ଦେବା ପାଇଁ ନିଆଯାଉଛି ପଦକ୍ଷେପ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.