ETV Bharat / international

514 ନୂଆ ମାମଲା ସହ ପାକିସ୍ତାନରେ ଆକ୍ରାନ୍ତ ସଂଖ୍ୟା 7993

author img

By

Published : Apr 19, 2020, 11:25 PM IST

ଗତ 24 ଘଣ୍ଟା ମଧ୍ୟରେ ପାକିସ୍ତାନରେ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି କୋରୋନା । 514 ନୂଆ ମାମଲା ଚିହ୍ନଟ ସହ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 7993ରେ ପହଞ୍ଚିଛି ।

corona in pakistan, corona update, coronavorus news, corona update in pakistan, ପାକିସ୍ତାନରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ପାକିସ୍ତାନରେ କୋରୋନା ଅପଡେଟ
514 ନୂଆ ମାମଲା ସହ ପାକିସ୍ତାନରେ ଆକ୍ରାନ୍ତ ସଂଖ୍ୟା 7993

ଇସଲାମାବାଦ: ଗତ 24 ଘଣ୍ଟା ମଧ୍ୟରେ ପାକିସ୍ତାନରେ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି କୋରୋନା । 514 ନୂଆ ମାମଲା ଚିହ୍ନଟ ସହ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 7993ରେ ପହଞ୍ଚିଛି । ଏଥିସହ ଗଚ 24 ଘଣ୍ଟାରେ ଦେଶରେ 16 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଜାତୀୟ ସ୍ବାସ୍ଥ୍ୟ ବିଭାଗ ଏନେଇ ରବିବାର ସୂଚନା ଦେଇ କହିଛି କି ଚିହ୍ନଟ 514 ମଧ୍ୟରୁ ଅଧିକାଂଶ ପଞ୍ଜାବ ଓ ସିନ୍ଧ ପ୍ରାନ୍ତରେ ରହିଛନ୍ତି । ସେପଟେ ଦେଶରେ ଗତ 24 ଘଣ୍ଟାରେ 7847 ଟେଷ୍ଟିଂ ସମେତ ଏଯାବତ ମୋଟ 98,522ଟି ଟେଷ୍ଟିଂ କରାଯାଇଛି । ଏହି ସମୟରେ ରେଳ ମନ୍ତ୍ରଣାଳୟ କରିଛି ଏକ ବଡ ଘୋଷଣା । 30ଟି କୋଚ ବିଶିଷ୍ଟ ଏକ ସ୍ବତନ୍ତ୍ର କ୍ବାରେନଣ୍ଟାଇନ ଟ୍ରେନକୁ ବାଲୋଚିସ୍ତାନରେ ପ୍ରସ୍ତୁତ କରାଯାଉଛି । ଯାହା ଖୁବଶୀଘ୍ର ଲୋକାର୍ପିତ ହେବ ।

ସେପଟେ ବିଦେଶରେ ଫସି ରହିଥିବା ପ୍ରାୟ 40 ହଜାର ପାକିସ୍ତାନୀଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ କେତେକ ବିଦେଶୀ ଏୟାରଲାଇନକୁ ଅନୁମତି ଦେବା ପାଇଁ ସରକାର ରାଜି ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.