ETV Bharat / international

ଭିଏତନାମାରେ ଭୂସ୍ଖଳନ; 15 ମୃତ, 38 ନିଖୋଜ - Nguyen Xuan Phuc

ମଧ୍ୟ ଭିଏତନାମାରେ ଭୂସ୍ଖଳନ ଘଟିବା ଫଳରେ ଅତିକମରେ 15 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 38 ଜଣ ନିଖୋଜ ହୋଇଯାଇଛନ୍ତି ବୋଲି ରାଜ୍ୟ ଗଣମାଧ୍ୟମ ଗୁରୁବାର ସୂଚନା ଦେଇଛି । ଅଧିକ ପଢନ୍ତୁ...

ଭିଏତନାମାରେ ଭୂସ୍ଖଳନ
ଭିଏତନାମାରେ ଭୂସ୍ଖଳନ
author img

By

Published : Oct 29, 2020, 2:16 PM IST

ହାନୋଇ: ମଧ୍ୟ ଭିଏତନାମାରେ ଭୂସ୍ଖଳନ ଘଟିବା ଫଳରେ ଅତିକମରେ 15 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 38 ଜଣ ନିଖୋଜ ହୋଇଯାଇଛନ୍ତି ବୋଲି ରାଜ୍ୟ ଗଣମାଧ୍ୟମ ଗୁରୁବାର ସୂଚନା ଦେଇଛି । ଉଦ୍ଧାରକାରୀମାନେ ଗୁରୁବାର ସକାଳେ ଦକ୍ଷିଣ-କେନ୍ଦ୍ରୀୟ କ୍ବାଙ୍ଗ ନାମ ପ୍ରଦେଶର ଟ୍ରା ୱାନ୍ ଗ୍ରାମରେ 8ଟି ମୃତଦେହ ଉଦ୍ଧାର କରିଥିଲେ ।

ସରକାରୀ ଭିଏତନାମ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ଘୂର୍ଣ୍ଣିଝଡ ଫଳରେ ଲୋକେ ଏକାଠି ହୋଇଥିଲେ ଓ ଏହାପରେ ଭୂସ୍ଖଳନ ହୋଇଥିଲା । ଭୂସ୍ଖଳନ ପରେ ମୋଟ୍ ମୃତ୍ୟୁ ସଂଖ୍ୟା 19 ଥିବା ବେଳେ 64 ଜଣ ନିଖୋଜ ଅଛନ୍ତି । ଏଥିମଧ୍ୟରୁ 26 ଜଣ କ୍ରିଉ ସଦସ୍ୟ ଅଛନ୍ତି ।

ପବନର ଗତି 150 କିଲୋମିଟର ପ୍ରତି ଘଣ୍ଟା ଥିବାରୁ ଦୁଇଟି ମାଛଧରା ଡଙ୍ଗା ବୁଡିଯାଇଥିଲା ଓ ସେଥିରେ ଥିବା 26ଜଣ କ୍ରିଉ ସଦସ୍ୟ ନିଖୋଜ ଅଛନ୍ତି । ଭିଏତନାମ ଅଧିକାରୀମାନେ କହିଛନ୍ତି ଯେ ଗତ 20 ବର୍ଷ ମଧ୍ୟରେ ଦେଶରେ ଏହା ସବୁଠାରୁ ଭୟଙ୍କର ଘୂର୍ଣ୍ଣିଝଡ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.