ETV Bharat / international

ଉହାନରେ ସୁଧୁରୁଛି ପରିସ୍ଥିତି, ଗତ 24 ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନ

author img

By

Published : Apr 8, 2020, 12:34 AM IST

କୋରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନରେ ମଧ୍ୟ କମିଛି ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ଏଠାରେ ମାତ୍ର 38 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି ମାତ୍ର 32ଟି ମାମଲା ।

coronavirus news, corona update, corona in wuhan, corona update in china, ଉହାନରେ କୋରୋନା ସ୍ଥିତି, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଅପଡେଟ, ଚୀନରେ କୋରୋନା
ଉହାନରେ ସୁଧୁରୁଛି ପରିସ୍ଥିତି, ଗତ 24 ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନ

ବେଜିଂ: କୋରୋନାର ଆତଙ୍କ ସାରା ବିଶ୍ବରେ ପହଞ୍ଚାଇବା ପରେ ଏକପ୍ରକାର ସ୍ଥିର ହୋଇଛି ଚୀନ । ଦିନକୁ ଦିନ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନରେ ମଧ୍ୟ କମିଛି ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ଏଠାରେ ମାତ୍ର 38 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି ମାତ୍ର 32ଟି ମାମଲା ।

ସେପଟେ ହୁବେଇରେ ଗତ 14 ଦିନରେ ମାତ୍ର 2ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହାର ଏକ ବଡ କାରଣ ହେଉଛି ଲକଡାଉନ ପରେ ଗତ ବୁଧବାର ଅର୍ଥାତ ଏପ୍ରିଲ 1ରେ ସହରରୁ ଯିବା ପାଇଁ ଲୋକଙ୍କୁ ଅନୁମତି ଦିଆଯାଇଥିଲା । ଅନ୍ୟପଟେ ବିଦେଶୀଙ୍କ ପାଇଁ ମଧ୍ୟ ସମସ୍ତ ରାସ୍ତା ବନ୍ଦ କରିଛନ୍ତି ସରକାର । କାରଣ ବିଗତ କିଛି ଦିନ ମଧ୍ୟରେ ଚିହ୍ନଟ ଆକ୍ରାନ୍ତମାନେ ମୁଖ୍ୟତଃ ବିଦେଶରୁ ଆସିଥିବା ଦେଖାଯାଇଥିଲା । ତେଣୁ ଏହି ସଂଖ୍ୟାକୁ ରୋକିବା ପାଇଁ ବିଦେଶୀଙ୍କ ପାଇଁ ସମସ୍ତ ରାସ୍ତା ବନ୍ଦ କରିଛନ୍ତି ସରକାର ।

ଏ ଭିତରେ ଉହାନରେ ଗତ 24 ଘଣ୍ଟା ମଧ୍ୟରେ ଗୋଟିଏ ବି ମୃତ୍ୟୁ ହୋଇନଥିବା ରିପୋର୍ଟରୁ ପ୍ରକାଶ ପାଇଛି । ଯାହା କୋରୋନା ବିରୋଧରେ ଏକ ବଡ ସଫଳତା କୁହାଯାଇପାରେ । ଦେଖିବା ବାକି ରହିଲା କେବେ ସାରା ବିଶ୍ବ ଏହି ମୃତ୍ୟୁର ତାଣ୍ଡବରୁ ନିଜକୁ ସୁରକ୍ଷିତ ବାହାର କରିପାରୁଛି ଓ ମାନବଜାତିର ଉଦ୍ଧାର ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.